ETV Bharat / entertainment

Bigg Boss 17: କଙ୍ଗନାଙ୍କ ସହ ଏଭଳି ଫ୍ଲଟ୍ କଲେ ସଲମାନ ଖାନ, ଖେଳିଲେ ଗରବା

author img

By ETV Bharat Odisha Team

Published : Oct 22, 2023, 4:50 PM IST

ଆଜିର 'ବିଗ୍ ବସ୍ 17'ର ୱିକେଣ୍ଡ ୱାର ଅତ୍ୟନ୍ତ ଚମତ୍କାର ହେବାକୁ ଯାଉଛି । ନିର୍ମାତାମାନେ ଶୋ'ର ଏକ ନୂଆ ପ୍ରୋମୋ ସେୟାର କରିଛନ୍ତି, ଯେଉଁଥିରେ କଙ୍ଗନା ରାଣାୱତ ଏବଂ ସଲମାନ ଖାନଙ୍କ ଜବରଦସ୍ତ କେମେଷ୍ଟ୍ରି ଦେଖିବାକୁ ମିଳିଛି । ଅଧିକ ପଢନ୍ତୁ

Bigg Boss 17: କଙ୍ଗନାଙ୍କ ସହ ଏଭଳି ଫ୍ଲଟ୍ କଲେ ସଲମାନ ଖାନ, ଖେଳିଲେ ଗରବା
Bigg Boss 17: କଙ୍ଗନାଙ୍କ ସହ ଏଭଳି ଫ୍ଲଟ୍ କଲେ ସଲମାନ ଖାନ, ଖେଳିଲେ ଗରବା

ହାଇଦ୍ରାବାଦ: ଟିଭିର ରିଆଲିଟି ଶୋ' ବିଗ୍ ବସ୍ 17 ଆଜିକାଲି ଦର୍ଶକଙ୍କୁ ବହୁତ ମନୋରଞ୍ଜନ କରୁଛି । ଶୋ'ର ପ୍ରଥମ ସପ୍ତାହ ଶେଷ ହେବାକୁ ଯାଉଛି । ଶୋ’ର ପ୍ରଥମ ୱିକେଣ୍ଡ୍ ୱାର ମଧ୍ୟ ଶନିବାର ଠାରୁ ଆରମ୍ଭ ହୋଇଛି । ଶନିବାର ଘରର ଅତିଥି ଭାବେ ଯୋଗ ଦେଇ କ୍ରିତି ସାନନ ଏବଂ ଟାଇଗର ଶ୍ରଫ ବହୁତ ମଜା କରିଥିଲେ । ବର୍ତ୍ତମାନ କଙ୍ଗନା ରାଣାୱତ ୱିକେଣ୍ଡ ୱାରର ଦ୍ୱିତୀୟ ଦିନରେ ଅର୍ଥାତ୍ ଆଜି ରବିବାରରେ ନଜର ଆସିବେ । ସେ ତାଙ୍କ ଫିଲ୍ମ 'ତେଜସ୍'ର ପ୍ରମୋସନ କରୁଥିବା ଦେଖିବାକୁ ମିଳିବ ।

ନିର୍ମାତାମାନେ 'ୱିକେଣ୍ଡ୍ ୱାର'ର ଦ୍ୱିତୀୟ ଦିନର ପ୍ରୋମୋ ରିଲିଜ୍ କରିଛନ୍ତି । ଏହି ପ୍ରମୋ ଭିଡିଓରେ କଙ୍ଗନା ରାଣାୱତ ଏବଂ ସଲମାନ ଖାନ ପୁରା ମଜା କରୁଥିବା ନଜର ଆସିଛନ୍ତି । ତାଙ୍କୁ ଶୋ'ର ହୋଷ୍ଟ ସଲମାନ ଖାନଙ୍କ ସହ ମଞ୍ଚ ସେୟାର କରୁଥିବା ଦେଖିବାକୁ ମିଳିଛି । ଏଥିରେ ଉଭୟଙ୍କ ରୋମାଣ୍ଟିକ କେମେଷ୍ଟ୍ରିର ଝଲକ ମଧ୍ୟ ଦେଖିବାକୁ ମିଳିଛି । କଙ୍ଗନା ମଧ୍ୟ ସଲମାନଙ୍କୁ ତାଙ୍କ ସହ ଫ୍ଲର୍ଟ କରିବାକୁ କହିଛନ୍ତି । ଏହି ପ୍ରୋମୋରେ ଦୀପିକା ପାଦୁକୋନଙ୍କ ଫିଲ୍ମ 'ଗୋଲିୟୋଁ କି ରାସଲୀଲା ରାମ-ଲୀଲା'ର ଗରବା ଗୀତ' ନଗଡା ସଙ୍ଗ ଢୋଲ'ରେ ଉଭୟ ନାଚୁଥିବାର ବି ଦେଖିବାକୁ ମିଳିଛି ।

ବିଗ୍ ବସ୍ 17 ନିର୍ମାତା ଇନଷ୍ଟାଗ୍ରାମରେ ଏହି ପ୍ରୋମୋ ସେୟାର କରି କଙ୍ଗନାଙ୍କୁ 'ଏଣ୍ଟରଟେନମେଣ୍ଟ କୁଇନ' ବୋଲି ବର୍ଣ୍ଣନା କରିଛନ୍ତି । ପ୍ରୋମୋର ଭିଡିଓ ଆରମ୍ଭରେ, କଙ୍ଗନା ସଲମାନଙ୍କୁ ଫୋଲୋ କରି ଶୋ' ଆୟୋଜନ କରୁଥିବା ଦେଖିବାକୁ ମିଳିଛି । ଏହି ସମୟରେ ଭାଇଜାନ ପଛରୁ ଆସିଛନ୍ତି ଏବଂ କଙ୍ଗନା ତାଙ୍କୁ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । ଯାହା ପରେ ଭାଇଜାନ କଙ୍ଗନାଙ୍କୁ ହଗ୍ କରି ସ୍ୱାଗତ କରନ୍ତି । ଯାହା ପରେ ସଲମାନ ତେଜସରେ କଙ୍ଗନାଙ୍କ ଡାଇଲଗର କଥା ପଚାରନ୍ତି, ସେତେବେଳେ କଙ୍ଗନା କୁହନ୍ତି ଯେ, ଛେଡୋଗେ ତୋ ଛାଡିବୁ ନାହିଁ । ଏହାର ଅର୍ଥ ପଙ୍ଗା ନେଲେ ଛାଡିବୁ ନାହିଁ ।

ଏହା ମଧ୍ୟ ପଢନ୍ତୁ: QUEEN 2ରେ ଅଭିନୟ କରିବେ କଙ୍ଗନା ରଣାଓ୍ବତ: ବିକାଶ ବହଲ

କଙ୍ଗନାଙ୍କୁ ପଚରାଯାଏ ଯଦି ଜଣେ ସହତାରକା ତାଙ୍କ ସହ ଫ୍ଲର୍ଟ କରନ୍ତି ତେବେ ତୁମେ କଣ କରିବ? ଏହାର ଉତ୍ତରରେ ଅଭିନେତ୍ରୀ କହିଛନ୍ତି ଯେ ଏହା ଫ୍ଲର୍ଟିଂ କରୁଥିବା ବ୍ୟକ୍ତିଙ୍କ ଉପରେ ନିର୍ଭର କରେ । ଏହା ପରେ କଙ୍ଗନା ସଲମାନଙ୍କୁ ତାଙ୍କର ଫ୍ଲର୍ଟିଂ କୌଶଳ ଦେଖାଇବାକୁ କୁହନ୍ତି । ସେ କୁହନ୍ତି ଯେ ଅନେକ ଝିଅ ତୁମର ଚମତ୍କାର ଦେଖିବାକୁ ଚାହାଁନ୍ତି । ତାପରେ ସଲମାନ ଖାନ କଙ୍ଗନାଙ୍କ ସହ ଫ୍ଲର୍ଟିଂ କରୁଥିବାବେଳେ କୁହନ୍ତି ଯେ ତୁମେ ବହୁତ ସୁନ୍ଦର ଦେଖାଯାଉଛ । ପରବର୍ତ୍ତୀ 10 ବର୍ଷ ପରେ ଆପଣ କ’ଣ କରୁଛନ୍ତି ? ସେ ଏହା କହିବା ମାତ୍ରେ ସଲମାନ ଖାନ ହସିବାକୁ ଲାଗୁଛନ୍ତି । ଏହା ପରେ ଦୁହେଁ ନାଚୁଥିବାର ନଜର ଆସିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.