ETV Bharat / entertainment

କଙ୍ଗନାଙ୍କ ଇଂରାଜୀକୁ ପରିହାସ କଲେ ସୋନମ, ଭିଡିଓ ସେୟାର କରି ଜବାବ ଦେଲେ ଅଭିନେତ୍ରୀ

କଙ୍ଗନା ରାଣାୱତ ସୋସିଆଲ ମିଡିଆରେ କରଣ ୱିଥ କଫିର ଏକ କ୍ଲିପ ସେୟାର କରିଛନ୍ତି, ଯେଉଁଥିରେ ସୋନମ କପୁର କଙ୍ଗନାଙ୍କ ଇଂରାଜୀ ବିଷୟରେ କହିଛନ୍ତି । ଏହାକୁ ନେଇ ମୁହଁ ଖୋଲିବା ସହ କଡା ଜବାବ ଦେଇଛନ୍ତି କଙ୍ଗନା । ଅଧିକ ପଢନ୍ତୁ

author img

By

Published : Jul 12, 2023, 3:17 PM IST

କଙ୍ଗନାଙ୍କ ଇଂରାଜୀକୁ ପରିହାସ କଲେ ସୋନମ କପୁର, ଭିଡିଓ ସେୟାର କରି ଜବାବ ଦେଲେ ଅଭିନେତ୍ରୀ

ହାଇଦ୍ରାବାଦ: ବଲିଉଡ କୁଇନ କଙ୍ଗନା ରାଣାୱତ ନିଜର ଦମଦାର ଅଭିନୟ ତଥା ମନ୍ତବ୍ୟ ପାଇଁ ବେଶ ଜଣାଶୁଣା । କଙ୍ଗନା ପ୍ରାୟତଃ ବଲିଉଡ ମାଫିଆକୁ ଟାର୍ଗେଟ କରି ଶିରୋନାମାରେ ରହିଥାନ୍ତି । ଏହାରି ମଧ୍ଯରେ ଅଭିନେତ୍ରୀ ପୁଣି ରାଗିଯାଇଛନ୍ତି । କଙ୍ଗନା ବର୍ତ୍ତମାନ କରଣଙ୍କ ସେଲିବ୍ରିଟି ଚାଟ୍ ଶୋ' କରଣ ୱିଥ କଫିର ସୋନମଙ୍କ ଏକ ଏପିସୋଡର କ୍ଲିପ୍ ସେୟାର କରିଛନ୍ତି । ଯେଉଁଥିରେ ସୋନମ କଙ୍ଗନା ରାଣାୱତଙ୍କ ଇଂରାଜୀକୁ ପରିହାସ କରିଥିଲେ । ବର୍ତ୍ତମାନ ଏହାର ଜବାବ ଦେଇଛନ୍ତି କଙ୍ଗନା ।

ଇଂରାଜୀକୁ ପରିହାସ କରିଥିବା ନେଇ ଜବାବ ଦେଇଛନ୍ତି କଙ୍ଗନା ରାଣାୱତ

କଙ୍ଗନା ନିର୍ମାତା କରଣ ଜୋହରଙ୍କ ବିଷୟରେ ଅନେକ ସମୟରେ ଖୋଲାଖୋଲି ଭାବେ ବିବୃତ୍ତି ଦେଉଥିବା ଦେଖିବାକୁ ମିଳିଥାଏ । ଅଭିନେତ୍ରୀ କରଣଙ୍କ ସେଲିବ୍ରିଟି ଚାଟ୍ ଶୋ' ଉପରେ ମନ୍ତବ୍ୟ ଦେଇଛନ୍ତି । ଏହା ସହିତ ସୋନମ କପୁର ମଧ୍ୟ ତାଙ୍କ ଟାର୍ଗେଟରେ ଆସିଯାଇଛନ୍ତି । ଏହି କ୍ଲିପରେ ସୋନମ ଏବଂ କରଣ କଙ୍ଗନାଙ୍କ ଇଂରାଜୀକୁ ପରିହାସ କରିଛନ୍ତି । ସେ ଏହି କ୍ଲିପ ନିଜ ଇନଷ୍ଟାଷ୍ଟୋରୀରେ ସେୟାର କରି ଜବାବ ଦେଇଛନ୍ତି । କଙ୍ଗନା କହିଛନ୍ତି, "ମୁଁ ଚଳଚ୍ଚିତ୍ର ମାଫିଆଙ୍କ ସହ ଲଢିବାର ବର୍ଷରୁ ଏହା ଜାଣିଲି ଯେ, ବର୍ତ୍ତମାନ ଇଂରାଜୀ କହିପାରୁ ନ ଥିବାରୁ କୌଣସି ବାହାର ଲୋକର ଆଉ ଉପହାସ କରାଯିବ ନାହିଁ । ଏହି ଶୋ' ବର୍ତ୍ତମାନ ସରକାରୀ ଭାବେ ବନ୍ଦ ହୋଇଯାଇଛି ।"

ସେ ଆହୁରି ମଧ୍ୟ ଲେଖିଛନ୍ତି, "ଦୟାକରି ଶେଷରେ ମୋର ଫେରିବାକୁ ଭୁଲନ୍ତୁ ନାହିଁ । 24 ବର୍ଷ ବୟସରେ ଖୋଲାଖୋଲି ଭାବରେ ଗାଳିଗୁଲଜ, ଅପମାନିତ ଏବଂ ପରିହାସ ହୋଇଥିଲେ ମଧ୍ୟ ମୁଁ ଶୃଙ୍ଖଳିତ ମନୋଭାବ ଏବଂ ନମ୍ରତା ଦେଖାଇଥିଲି। ଯାହା ଗସିପ କରୁଥିବା ମାଉସୀମାନେ ମଧ୍ୟ କେବେ କରିପାରିବେ ନାହିଁ ।" ସୂଚନା ଥାଉ କି, କରଣଙ୍କ ସହ କଫିର କ୍ଲିପ୍‌ରେ କରଣ ଜୋହର ସୋନମ କପୁରଙ୍କୁ ପ୍ରଶ୍ନ କରିଥିଲେ ଯେ ଯଦି ଆପଣଙ୍କୁ ଜଣେ ସେଲିବ୍ରିଟିଙ୍କୁ ଭଲଭାବେ ଇଂରାଜୀ କହିବାର ଶକ୍ତି ଦେବାକୁ କୁହାଗଲେ, ତେବେ ଆପଣ ଏହା କାହାକୁ ଦେବେ ? କରଣ ଜୋହରଙ୍କ ଏହି ପ୍ରଶ୍ନ ଶୁଣିବା ପରେ ସୋନମ କହିଥିଲେ ଯେ ମୁଁ ଭାବୁଛି କଙ୍ଗନା ରାଣାୱାତଙ୍କୁ ଏହାର ଆବଶ୍ୟକ। ଏନେଇ ବର୍ତ୍ତମାନ କଙ୍ଗନା ଏହାର ଜବାବ ଦେଇଛନ୍ତି ।

ଏହା ମଧ୍ୟ ପଢନ୍ତୁ: କରଣଙ୍କ ପୋଷ୍ଟରେ ଏମିତି ଜବାବ ରଖିଲେ କଙ୍ଗନା

କଙ୍ଗନାଙ୍କ ୱାର୍କପ୍ରଣ୍ଟ କଥା କହିବାକୁ ଗଲେ, କଙ୍ଗନା ଏବେ ଏମରଜେନ୍ସିରେ ନଜର ଆସିବେ । ଏହି ଫିଲ୍ମରେ ସେ ସ୍ବର୍ଗତ ଇନ୍ଦିରା ଗାନ୍ଧୀଙ୍କ ଭୂମିକାରେ ନଜର ଆସିବେ । ସେ ନିଜେ ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଛନ୍ତି । ଏହି ଚଳଚ୍ଚିତ୍ର ଚଳିତ ବର୍ଷ ନଭେମ୍ବର 24ରେ ରିଲିଜ କରିବ । ଏହାସହ ତାଙ୍କର ଆଉ ଏକ ଫିଲ୍ମ ତେଜସ ରହିଛି । ଯାହା 20 ଅକ୍ଟୋବରରେ ରିଲିଜ ହେବ । ଏଥିରେ କଙ୍ଗନାଙ୍କୁ ବାୟୁସେନା ପାଇଲଟ ଭୂମିକାରେ ଦେଖିବାକୁ ମିଳିବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.