ETV Bharat / entertainment

'ଜରା ହଟକେ ଜରା ବଚକେ'ର ଜଲୱା ଜାରି, ବଜେଟର 2ଗୁଣ କଲେକ୍ସନ କଲାଣି ଫିଲ୍ମ

author img

By

Published : Jun 28, 2023, 10:29 AM IST

ବିକି କୌଶଲ ଏବଂ ସାରା ଅଲି ଖାନଙ୍କ ଚଳଚ୍ଚିତ୍ର 'ଜରା ହଟକେ ଜରା ବଚକେ' ବକ୍ସ ଅଫିସରେ ଦମଦାର ପ୍ରଦର୍ଶନ କରୁଛି । ଫିଲ୍ମ ରିଲିଜର 25 ଦିନ ବିତିଗଲାଣି ତଥାପି କମିନି କ୍ରେଜ । ବର୍ତ୍ତମାନ ଫିଲ୍ମ 80କୋଟି ଅଧିକ ଆୟ କରି ସଫଳତା ହାସଲ କରିଛି । ଅଧିକ ପଢନ୍ତୁ,

25ଦିନରେ ବି 'ଜରା ହଟକେ ଜରା ବଚକେ'ର ଜଲୱା ଜାରି, ବଜେଟର 2ଗୁଣ କଲେକ୍ସନ କଲାଣି ଫିଲ୍ମ

ହାଇଦ୍ରାବାଦ: ବିକି କୌଶଲ ଏବଂ ସାରା ଅଲି ଖାନଙ୍କ ଅଭିନୀତ ଚଳଚ୍ଚିତ୍ର 'ଜରା ହଟକେ ଜରା ବଚକେ' ବକ୍ସ ଅଫିସରେ ଧମାକା କରୁଛି । ବିକି ସାରାଙ୍କ ଯୋଡି ଦର୍ଶକଙ୍କ ମନ ଜିତିବାରେ ଲାଗିଛି । ଏହି ଫିଲ୍ମଟି ଜୁନ 2ରେ ରିଲିଜ କରିଥିବା ବେଳେ ଆଜି 26 ତମ ଦିନରେ ପହଞ୍ଚିଛି । ବର୍ତ୍ତମାନ ଫିଲ୍ମ ବଜେଟର ଦୁଇ ଗଣା କଲେକ୍ସନ କରି ସଫଳତା ହାସଲ କରିଛି । ଫିଲ୍ମଟି 80 କୋଟିରୁ ଅଧିକ ଆୟ କରିସାରିଲାଣି । ଫିଲ୍ମର ମୋଟ ସଂଗ୍ରହ ନେଇ ସୋସିଆଲ ମିଡିଆରେ ଏକ ପୋଷ୍ଟ ସେୟାର କରି ଫିଲ୍ମର ନିର୍ମାତା ଖୁସି ଖବର ଦେଇଛନ୍ତି ।

ନିକଟରେ ରିଲିଜ ହୋଇଥିବା ବିଗ ବଜେଟ ଫିଲ୍ମ ଆଦିପୁରୁଷର ଟକ୍କର ସତ୍ତ୍ବେ 'ଜରା ହଟକେ ଜରା ବଚକେ' ତାର ଜଲୱା ଜାରି ରଖିଛି। 5.50 କୋଟି ଓପନିଂ କରିଥିବା ଏହି ଫିଲ୍ମ ବର୍ତ୍ତମାନ କୋଟି କୋଟି ଟଙ୍କା ଆୟ କଲାଣି । ଫିଲ୍ମ ରିଲିଜ୍ ହେବାର 25 ଦିନରେ 1 କୋଟି ଟଙ୍କା ସଂଗ୍ରହ କରି ଫିଲ୍ମର ମୋଟ ସଂଗ୍ରହକୁ 80.01 କୋଟି ଟଙ୍କାକୁ ବୃଦ୍ଧି କରିଛି । 40 କୋଟି ଟଙ୍କା ବ୍ୟୟରେ ନିର୍ମିତ ଏହି ଫିଲ୍ମ 25 ତମ ଦିନରେ ଦୁଇଗୁଣ ରୋଜଗାର କରି ସଫଳତା ହାସଲ କରିଛି । ଇନଷ୍ଟାଗ୍ରାମରେ ଫିଲ୍ମ ନିର୍ମାତା ଫିଲ୍ମର ମୋଟ ଆୟ ଉପରେ ସୂଚନା ଦେଇ ଏହି ଖୁସି ଖବର ସେୟାର କରିଛନ୍ତି ।

ସୂଚନା ଥାଉ କି, ମଧ୍ୟବିତ୍ତ ବିବାହିତ ଦମ୍ପତିଙ୍କ ଉପରେ ଆଧାର କରି ଏହି ଚଳଚ୍ଚିତ୍ରଟିକୁ ଲକ୍ଷ୍ମଣ ଉତ୍ତେକର ନିର୍ଦ୍ଦେଶନା ଦେଇଛନ୍ତି । ଲକ୍ଷ୍ମଣ ପୂର୍ବରୁ କ୍ରିତି ସାନନ୍ ଏବଂ ପଙ୍କଜ ତ୍ରିପାଠୀଙ୍କ ସହ ମିମି ଫିଲ୍ମ କରିଥିଲେ । ଏହି ଚଳଚ୍ଚିତ୍ରଟି ବକ୍ସ ଅଫିସରେ ହିଟ୍ ହୋଇଥିଲା । ଲକ୍ଷ୍ମଣ ଫିଲ୍ମ ମିମି 20 କୋଟି ଟଙ୍କାରେ ତିଆରି କରିଥିଲେ ଏବଂ ଏହି ଫିଲ୍ମ 35 କୋଟିରୁ ଅଧିକ ବ୍ୟବସାୟ କରିଥିଲା । ଏହା ପରେ ସେ ବିକି ଏବଂ ସାରାଙ୍କୁ ନେଇ 'ଜରା ହଟକେ ଜରା ବଚକେ' ପ୍ରସ୍ତୁତ କରିଛନ୍ତି । ଫିଲ୍ମରେ ବିକି ଏବଂ ସାରା ପ୍ରଥମ ଥର ସ୍କ୍ରିନ ସେୟାର କରିଛନ୍ତି । ଦର୍ଶକ ମଧ୍ୟ ଏହି ଯୋଡି ଖୁବ ପସନ୍ଦ କରିଛନ୍ତି । ଏହି ଫିଲ୍ମରେ ବିକି କୌଶଲ ଏବଂ ସାରା ଅଲି ଖାନ ଏହି ଫିଲ୍ମରେ କପିଲ ଏବଂ ସୌମ୍ୟା ଭୂମିକାରେ ନଜର ଆସିଥିବା ବେଳେ ଏମାନଙ୍କ ବ୍ୟତୀତ ଇନାମୁଲହକ୍, ନୀରଜ ସୁଦ, ରାକେଶ ବେଦୀ, ଶରିବ ହାଶ୍ମୀ, ସୁସ୍ମିତା ମୁଖାର୍ଜୀ ଏହି ଫିଲ୍ମରେ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.