ହାଇଦ୍ରାବାଦ: ବିକି କୌଶଲ ଏବଂ ସାରା ଅଲି ଖାନଙ୍କ ଅଭିନୀତ ତଥା ନିର୍ମାତା ଲକ୍ଷ୍ମଣ ଉତ୍ତେକରଙ୍କ ଆଗାମୀ ରୋମାଣ୍ଟିକ କମେଡି ଫିଲ୍ମ ଜରା ହଟକେ ଜରା ବଚକେ ପାଇଁ ଚର୍ଚ୍ଚାରେ ରହିଛନ୍ତି । ଏହାରି ମଧ୍ୟରେ ନିକଟରେ ଏକ ସାକ୍ଷାତକାରରେ ବିକିଙ୍କ ପତ୍ନୀ ତଥା ଅଭିନେତ୍ରୀ କ୍ୟାଟ୍ରିନାଙ୍କ ବିଷୟରେ ପ୍ରତିକ୍ରିୟା ଦେଇଛନ୍ତି । ସେ କହିଛନ୍ତି, କ୍ୟାଟ୍ରିନା ମଧ୍ୟବିତ୍ତ ମିଳିତ ପରିବାରର ବୋହୂ ଭୂମିକାରେ ଅଭିନୟ କରିପାରନ୍ତି ବୋଲି ସେ ଅନୁଭବ କରୁନାହାଁନ୍ତି ।
ଲକ୍ଷ୍ମଣଙ୍କ ଫିଲ୍ମ ଜରା ହଟକେ ଜରା ବଚକେରେ ବିକିଙ୍କ ବିପକ୍ଷରେ ସାରା ଅଲି ଖାନଙ୍କୁ ଦେଖିବାକୁ ମିଳିବ । ଏହି ଫିଲ୍ମରେ ମଧ୍ୟବିତ୍ତ ପରିବାର କାହାଣୀ ଦର୍ଶାଇଥିବା ବେଳେ ସାରା ଏବଂ ବିକି ସ୍ବାମୀ ଏବଂ ସ୍ତ୍ରୀ ଭୂମିକାରେ ଅଭିନୟ କରିଛନ୍ତି । ତେବେ ଏକ ସାକ୍ଷାତକାରରେ ନିର୍ଦ୍ଦେଶକ ଲକ୍ଷ୍ମଣଙ୍କୁ କାହିଁକି ତାଙ୍କ ସ୍ୱାମୀ ବିକିଙ୍କ ବିପକ୍ଷରେ କ୍ୟାଟ୍ରିନାଙ୍କୁ କାଷ୍ଟ କରିନାହାନାନ୍ତି ନାହିଁ ବୋଲି ପଚରାଯାଇଥିଲା। ଏହି ସମୟରେ ଫିଲ୍ମ ନିର୍ମାତା କହିଥିଲେ ଯେ, ମୋର ଭାଷା କ୍ୟାଟ୍ରିନାଙ୍କୁ ବୁଝାପଡିଲେ ସିନା ମୁଁ ଫିଲ୍ମ କରିପାରିବି ।
କ୍ୟାଟ୍ରିନା କେବେ ଏକ ଛୋଟ ସହରର ହିରୋଇନ୍ ପରି ଦେଖାଯାଉନାହାନ୍ତି । ଯଦି ଆମେ ଭଲ ସ୍କ୍ରିପ୍ଟ ପାଇବି ତେବେ ମୁଁ ବିକି ଏବଂ କ୍ୟାଟ୍ରିନାଙ୍କ ସହ କାମ କରିବାକୁ ପସନ୍ଦ କରିବି । ସେ ଆହୁରି ମଧ୍ୟ କହିଛନ୍ତି ଯେ, ଏଥର ମୁଁ ତାଙ୍କ ସହ କାମ କରିପାରିଲି ନାହିଁ, କାରଣ ଜରା ହଟକେ ଜରା ବଚକେ ଏକ ଭିନ୍ନ ସ୍ଥାନରେ ଅଛି । ମୁଁ ଅନୁଭବ କରି ନଥିଲି ଯେ କ୍ୟାଟ୍ରିନା ତାଙ୍କ ଉପରେ ଆଧାରିତ ମଧ୍ୟବିତ୍ତ ମିଳିତ ପରିବାର ବୋହୂ ଭୂମିକାରେ ଫିଟ୍ ହେବେ। ଭବିଷ୍ୟତରେ ଯଦି କିଛି ଅଛି ଯାହା ସେମାନଙ୍କ ପାଇଁ କାମ କରିବ ତେବେ କାହିଁକି ନୁହେଁ ? "
ସୂଚନା ଥାଉ କି, ଫିଲ୍ମରେ ବିକିଙ୍କୁ କପିଲ ଭୂମିକାରେ ଏବଂ ସାରା ଏହି ଫିଲ୍ମରେ ସୌମ୍ୟା ଭୂମିକାରେ ନଜର ଆସିଛନ୍ତି । ଦୁହିଁଙ୍କ ମଧ୍ୟରେ ମତଭେଦ ଯୋଗୁଁ ଉଭୟ ଉଭୟଙ୍କୁ ଛାଡ଼ପତ୍ର ଦେବାକୁ ଚାହୁଁଛନ୍ତି । କପିଲ ଏବଂ ସୌମ୍ୟାଙ୍କ ଛାଡ଼ପତ୍ର ଖବର ସମଗ୍ର ପରିବାରକୁ ଚକିତ କରିଛି । ବର୍ତ୍ତମାନ ଏହି ମଧ୍ୟବିତ୍ତ ଦମ୍ପତି କିପରି ଜୀବନ ବିତାଉଛନ୍ତି, ତାହା ହିଁ ଫିଲ୍ମରେ ଦର୍ଶାଯାଇଛି । ତିନି ବର୍ଷ ପରେ ସାରାଙ୍କ ଫିଲ୍ମ 'ଜରା ହଟକେ ଜରା ବଚକେ' ରିଲିଜ ହେବ । ଏହି ଫିଲ୍ମ ଚଳିତବର୍ଷ ଜୁନ୍ 2ରେ ରିଲିଜ ହେବ ।
ସେପଟେ କ୍ୟାଟ୍ରିନାଙ୍କ ୱାର୍କପ୍ରଣ୍ଟ କଥା କହିବାକୁ ଗଲେ, କ୍ୟାଟ୍ରିନା ସଲମାନ ଖାନଙ୍କ ସହ ଆଗାମୀ ଆକ୍ସନ୍-ଥ୍ରୀଲର ଫିଲ୍ମ ଟାଇଗର 3ରେ ନଜର ଆସିବେ । ଚଳିତ ବର୍ଷ ଦିପାବଳୀ ଅବସରରେ ଏହି ସିନେମା ସିନେମାହଲରେ ରିଲିଜ ହେବ । ସେ ଶ୍ରୀରାମ ରାଘବନଙ୍କ ନିର୍ଦ୍ଦେଶିତ ଚଳଚ୍ଚିତ୍ର ମେରୀ ଖ୍ରୀଷ୍ଟମାସରେ ବିଜୟ ସେଥୁପତିଙ୍କ ସହ ମଧ୍ୟ ନଜର ଆସିବେ କ୍ୟାଟ୍ରିନା । ଏଥିସହ ସେ ଫରହାନ ଅଖତରଙ୍କ ଆଗାମୀ ଚଳଚ୍ଚିତ୍ର ଜୀ ଲେ ଜରାରେ ମଧ୍ୟ ଆଲିଆ ଭଟ୍ଟ ଏବଂ ପ୍ରିୟଙ୍କା ଚୋପ୍ରାଙ୍କ ବିପକ୍ଷରେ ନଜର ଆସିବେ ।