ETV Bharat / entertainment

KGF Chapter 2 promotion: ସମ୍ମିଳନୀରେ ସାମ୍ବାଦିକଙ୍କୁ କ୍ଷମା ମାଗିଲେ ସାଉଥ୍ ସୁପରଷ୍ଟାର ୟଶ୍‌

ଗତକାଲି ଆନ୍ଧ୍ରପ୍ରଦେଶରେ ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜିତ ହୋଇଥିଲା । ଏହି ସାମ୍ବାଦିକ ସମ୍ମିଳନୀ ଦେଢ଼ ଘଣ୍ଟା ବିଳମ୍ବରେ ପହଞ୍ଚିବାରୁ ସାମ୍ବାଦିକଙ୍କୁ କ୍ଷମା ମାଗିଲେ ସାଉଥ୍ ସୁପରଷ୍ଟାର ୟଶ୍‌ । ଅଧିକ ପଢନ୍ତୁ

author img

By

Published : Apr 12, 2022, 8:42 PM IST

ସମ୍ମିଳନୀରେ ସାମ୍ବାଦିକଙ୍କୁ କ୍ଷମା ମାଗିଲେ ସାଉଥ୍ ସୁପରଷ୍ଟାର ୟଶ୍‌

ହାଇଦ୍ରାବାଦ: ସାଉଥ୍ ସୁପରଷ୍ଟାର ତଥା କେଜିଏଫ୍ ଷ୍ଟାର ୟଶ ଆଜିକାଲି ତାଙ୍କର ଆଗାମୀ ଚଳଚ୍ଚିତ୍ର KGF 2 ର ପ୍ରମୋସନରେ ବ୍ୟସ୍ତ ଅଛନ୍ତି । ସେ ଗୋଟିଏ ପରେ ଗୋଟିଏ ସହରରେ ଫିଲ୍ମର ପ୍ରମୋସନ କରୁଛନ୍ତି । ଏହି ଆଧାରରେ ଗତକାଲି ଆନ୍ଧ୍ରପ୍ରଦେଶରେ ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜିତ ହୋଇଥିଲା। ୟଶ ଏହି ଇଭେଣ୍ଟକୁ ନିଶ୍ଚିତ ଭାବେ ଆସିଥିଲେ କିନ୍ତୁ ସେ ଏଠାରେ ପହଞ୍ଚିବାରେ ପ୍ରାୟ ଦେଢ଼ ଘଣ୍ଟା ବିଳମ୍ବ କରିଥିଲେ । ଫଳରେ ଅଭିନେତା ୟଶଙ୍କୁ ନାରାଜ ହୋଇଯାଇଥିବା ସାମ୍ବାଦିକଙ୍କୁ କ୍ଷମା ମାଗିବାକୁ ପଡିଥିଲା ।

  • " class="align-text-top noRightClick twitterSection" data="">

ୟଶ କ୍ଷମା ମାଗି କହିଛନ୍ତି ଯେ, ତାଙ୍କୁ ଜଣାନଥିଲା କି କାର୍ଯ୍ୟକ୍ରମ 11 ଟା ସମୟରେ ଅଛି। ଏଥିପାଇଁ ଅତ୍ୟନ୍ତ ଦୁଃଖିତ ସାର୍, ମୁଁ ଜାଣି ନଥିଲି। ମୋତେ ଯେଉଁଠାକୁ ଯିବାକୁ କୁହାଯାଏ ମୁଁ ଯାଏ । ଯଦି ଶୋ ଦଶ ମିନିଟ୍ ବିଳମ୍ବ ହୋଇଯାଇଛି, ତେବେ ସେଥିପାଇଁ ମୁଁ ଦୁଃଖିତ। ବର୍ତ୍ତମାନ ଆପଣ ବିଳମ୍ବ ପ୍ରସଙ୍ଗ ଉଠାଇବା ପରେ ହିଁ ମୁଁ ଏହା ବିଷୟରେ ଜାଣିପାରିଲି । ମୁଁ ସମୟର ମହତ୍ତ୍ୱ ବୁଝିପାରୁଛି । ଅପେକ୍ଷା କରିଥିବାରୁ ଆପଣ ସମସ୍ତଙ୍କୁ ମୁଁ ହୃଦୟରୁ କ୍ଷମା ପ୍ରାର୍ଥନା କରୁଛି ।

ସୂଚନାଯୋଗ୍ୟ ଯେ, ୟଶ ବ୍ୟତୀତ କେଜିଏଫ୍ 2 ରେ ସଞ୍ଜୟ, ରବୀନା ଟଣ୍ଡନ୍, ଶ୍ରୀନୀଧି ଶେଟ୍ଟୀ, ମାଲାବିକା ଅବିନାଶ, ଅଚ୍ୟୁତ କୁମାର, ପ୍ରକାଶ ରାଜ ଏବଂ ଅନନ୍ତ ନାଗ ଭଳି କଳାକାର ଅଛନ୍ତି । ଏହି ଚଳଚ୍ଚିତ୍ର ବିଷୟରେ ଲୋକଙ୍କ ମଧ୍ୟରେ ଏତେ କ୍ରେଜ୍ ଅଛି ଯେ KGF 2 ପାଇଁ ଆଡଭାନ୍ସ ବୁକିଂ କରାଯାଉଛି । ଫିଲ୍ମର ଟିକେଟ୍ ହଜାରରୁ ଅଧିକ ଟଙ୍କାରେ ବିକ୍ରି ହେଉଛି।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.