ETV Bharat / entertainment

World Environment Day: ଏସବୁ ସେଲିବ୍ରିଟି ପ୍ରକୃତିପ୍ରେମୀ

author img

By

Published : Jun 5, 2023, 5:37 PM IST

ଜୁନ୍ 5 ଆଜି ହେଉଛି ବିଶ୍ବ ପରିବେଶ ଦିବସ। ଏହି ଦିବସ ଅବସରରେ ବଲିଉଡରୁ ଆରମ୍ଭ କରି ସାଉଥ ତାରକାମାନେ ଏହାକୁ ନିଜ ନିଜ ଶୈଳୀରେ ପାଳନ କରିଛନ୍ତି। ଏବଂ ପ୍ରଶଂସକମାନଙ୍କୁ ପରିବେଶକୁ ସୁରକ୍ଷିତ ରଖିବା ପାଇଁ ସଚେତନ କରାଇଛନ୍ତି ସେଲିବ୍ରିଟି। ସେପଟେ ଭୂମି ପେଡନେକର 3000 ଗଛ ରୋପଣ କରି ରେକର୍ଡ କରିଛନ୍ତି। ଅଧିକ ପଢନ୍ତୁ,

ବଲିଉଡରୁ ସାଉଥ ତାରକା ପାଳିଲେ ବିଶ୍ୱ ପରିବେଶ ଦିବସ, ଭୂମି ପେଡନେକର କଲେ ରେକର୍ଡ

ହାଇଦ୍ରାବାଦ: ପ୍ରତିବର୍ଷ ଜୁନ୍ 5 ତାରିଖରେ ବିଶ୍ୱ ପରିବେଶ ଦିବସ ପାଳନ କରାଯାଏ । ଏହି ଦିନ ପୃଥିବୀ ଏବଂ ପରିବେଶକୁ ସୁରକ୍ଷିତ ଏବଂ ପରିଷ୍କାର ରଖିବା ପାଇଁ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ଏହି ଦିବସ ପାଳନ କରାଯାଏ । ତେବେ ଅନେକ ସରକାରୀ ଏବଂ ବେସରକାରୀ ସଂଗଠନ ପରିବେଶର ସୁରକ୍ଷା ପାଇଁ ସର୍ବଭାରତୀୟ ସ୍ତରରେ କାର୍ଯ୍ୟ କରୁଛନ୍ତି । ଏଥିରେ ସାଧାରଣ ଲୋକଙ୍କର ମଧ୍ୟ ଏକ ବଡ଼ ଅବଦାନ ରହିଛି । କେବଳ ଏତିକି ନୁହେଁ, ପରିବେଶକୁ ପରିଷ୍କାର ରଖିବା ପାଇଁ ଚଳଚ୍ଚିତ୍ର ଜଗତର ଅନେକ ତାରକା ମଧ୍ୟ ସମୟ ସମୟରେ ସେମାନଙ୍କ ପ୍ରଶଂସକଙ୍କୁ ସଚେତନ କରାଉଥିବା ଦେଖିବାକୁ ମିଳିଛି । ଏହି ଅବସରରେ ଏପରି କିଛି ତାରକାଙ୍କ ବିଷୟରେ ଜାଣନ୍ତୁ ଯେଉଁମାନେ ପ୍ରକୃତିପ୍ରେମୀ ।

ଦିଆ ମିର୍ଜା

ବଲିଉଡର ସୁନ୍ଦର ଅଭିନେତ୍ରୀ ଦିଆ ମିର୍ଜା ଜଣେ ପରିବେଶପ୍ରେମୀ । ଦିଆ ୟୁଏନ ପକ୍ଷରୁ ଭାରତର ''Environment Goodwill Ambassador'' ରହିଆସିଛନ୍ତି । ପ୍ରାୟତଃ ଲୋକଙ୍କୁ ପରିବେଶ ସମ୍ପର୍କରେ ସେ ସଚେତନ କରାଉଥିବା ଦେଖିବାକୁ ମିଳେ । କେବଳ ବିଶ୍ବ ପରିବେଶ ଦିବସ ନୁହେଁ ଅଧିକାଶଂ ସମୟରେ ସେ ପରିବେଶ ସମ୍ପର୍କରେ ସଚେତନ କରାଇଥାନ୍ତି ।

ବିଶ୍ୱ ପରିବେଶ ଦିବସରେ ଅଭିନେତ୍ରୀ ଭୂମି ପେଡନେକର 3000 ଗଛ ରୋପଣ କରି କଲେ ରେକର୍ଡ

ଭୂମି ପେଡନେକର

ଫିଲ୍ମ 'ଟଏଲେଟ୍ ଏକ ପ୍ରେମ କଥା' ଫେମ ଅଭିନେତ୍ରୀ ଭୂମି ପେଡନେକର ଜଣେ ପ୍ରକୃତିପ୍ରେମୀ । ଭୂମି ପ୍ରତ୍ୟେକ ଦିନ ଲୋକଙ୍କୁ ପରିବେଶ ବିଷୟରେ ଅବଗତ କରାଇବାକୁ ସୁଯୋଗ ହାତ ଛଡା କରନ୍ତି ନାହିଁ । କେବଳ ଏତିକି ନୁହେଁ, ଅଭିନେତ୍ରୀ ପରିବେଶ ଅନୁକୂଳ କରିବାକୁ ଲୋକଙ୍କୁ ନିବେଦନ କରିଛନ୍ତି । ଅଭିନେତ୍ରୀ 3000 ହଜାର ଗଛ ଲଗାଇ ରେକର୍ଡ ସୃଷ୍ଟି କରିଛନ୍ତି ।

ଜନ୍ ଅବ୍ରହାମ

ବଲିଉଡର ସୁନ୍ଦର ହଙ୍କ ଜନ୍ ଆବ୍ରାହମ୍ କେବଳ ଜଣେ ପରିବେଶବିତ୍ ନୁହଁନ୍ତି ବରଂ ସେ ପଶୁଙ୍କୁ ମଧ୍ୟ ବହୁତ ଭଲ ପାଆନ୍ତି। ଜନ ଜଣେ ଶାକାହାରୀ ଅଭିନେତା । ଏଥିପାଇଁ ସେ PETA ସହିତ ଜଡିତ ଏବଂ ସେହି ସମୟରେ ପରିବେଶର ସୁରକ୍ଷା ପାଇଁ ତାଙ୍କର ଅବଦାନ ପ୍ରଶଂସନୀୟ ।

ଅଲ୍ଲୁ ଅର୍ଜୁନ

ସାଉଥ ତାରକା ଅଲ୍ଲୁ ଅର୍ଜୁନ ମଧ୍ୟ ଜଣେ ପ୍ରକୃତି ପ୍ରେମୀ । ସେ ଆଜି ବିଶ୍ୱ ପରିବେଶ ଦିବସରେ ଏକ ପୋଷ୍ଟ ସେୟାର କରିଛନ୍ତି ଏବଂ ପ୍ରକୃତିର କ୍ଷତି ନକରିବାକୁ ପ୍ରଶଂସକଙ୍କୁ ନିବେଦନ କରିଛନ୍ତି । ଅଲ୍ଲୁ ଅର୍ଜୁନ ସୋସିଆଲ ମିଡିଆରେ ବିଶ୍ୱ ପରିବେଶ ଦିବସ 2023ରେ ମଧ୍ୟ ଏକ ପୋଷ୍ଟ ସେୟାର କରିଛନ୍ତି । ଅନ୍ୟପକ୍ଷରେ ସୋନାକ୍ଷୀ ସିହ୍ନା, ଆଲିଆ ଭଟ୍ଟ, ଅଜୟ ଦେବଗନ, ପ୍ରିୟଙ୍କା ଚୋପ୍ରା, ରାହୁଲ ବୋଷ, ଆମୀର ଖାନ, ନନ୍ଦିତା ଦାସ ଏବଂ ଗୁଲ ପାନାଗଙ୍କ ନାମ ମଧ୍ୟ ପ୍ରକୃତିପ୍ରେମୀଙ୍କ ତାଲିକାରେ ସାମିଲ ହୋଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.