ETV Bharat / entertainment

ଗଦର 2 ସଫଳତା ମଧ୍ୟରେ 3ୟ ଭାଗ ନେଇ ଚର୍ଚ୍ଚା, ଏହା କହିଲେ ସନ୍ନି ଦେଓଲ

author img

By

Published : Aug 18, 2023, 5:34 PM IST

ବକ୍ସ ଅଫିସ୍‌ରେ ଧମାକା କରୁଛି ସନ୍ନି ଦେଓଲଙ୍କ ଫିଲ୍ମ ଗଦର-2 । ବର୍ତ୍ତମାନ ଫିଲ୍ମ 300କୋଟି କ୍ଲବରେ ସାମିଲ ହେବାକୁ ଯାଉଛି । ତେବେ ଗଦର-2ର କ୍ରେଜ୍‌ ନକମୁଣୁ ଗଦର-3କୁ ନେଇ ଚର୍ଚ୍ଚା ହେଉଛି । ଏହାରି ମଧ୍ୟରେ ଏବେ ସନ୍ନି ଦେଓଲ ଗଦର 3କୁ ନେଇ ପ୍ରତିକ୍ରିୟା ଦେଇଛନ୍ତି । ଅଧିକ ପଢନ୍ତୁ

ଗଦର 2 ସଫଳତା ମଧ୍ୟରେ 3ୟ ଭାଗ ନେଇ ଚର୍ଚ୍ଚା, ପ୍ରିତିକ୍ରିୟା ଦେଲେ ସନ୍ନି ଦେଓଲ

ହାଇଦ୍ରାବାଦ: 22ବର୍ଷ ପରେ ଗଦର ଏକ ପ୍ରେମ କଥାର ସିକ୍ବେଲ୍‌ ସହ ବଲିଉଡ ଅଭିନେତା ସନ୍ନି ଦେଓଲ ପରଦାକୁ ଫେରିଛନ୍ତି । କେବଳ ଭାରତରେ ନୁହେଁ ବରଂ ବିଶ୍ବରେ ଏହି ଫିଲ୍ମକୁ ନେଇ ଦର୍ଶକଙ୍କ ମଧ୍ୟରେ ଭିନ୍ନ କ୍ରେଜ୍‌ ଦେଖିବାକୁ ମିଳିଛି । ବମ୍ପର କଲେକ୍ସନ ସହ ଚଳଚ୍ଚିତ୍ରଟି ସପ୍ତାହକ ମଧ୍ୟରେ 300 କୋଟି ପାଖାପାଖି ଆୟ କରି ସାରିଲାଣି । ଆଜି ଫିଲ୍ମ ନିଶ୍ଚିତ ଭାବରେ ଏହାର ଅଷ୍ଟମ ଦିନର ସଂଗ୍ରହରୁ 300 କୋଟି ମାର୍କ ଛୁଇଁବ ବୋଲି ଆଶା କରାଯାଉଛି । ଏହାରି ମଧ୍ୟରେ ବର୍ତ୍ତମାନ ଗଦର-3କୁ ନେଇ ଚର୍ଚ୍ଚା ଜୋର ଧରିଛି । ଏନେଇ ଏବେ ଅଭିନେତା ସନ୍ନି ଦେଓଲ ପ୍ରତିକ୍ରିୟା ମଧ୍ୟ ଦେଇଛନ୍ତି ।

'ଗଦର-୨'ର ସଫଳତା ହେତୁ ନିର୍ମାତା ଏବଂ ସନ୍ନିଙ୍କ ପରିବାରରେ ଖୁସିର ଲହରୀ ଖେଳି ଯାଇଛି । ଏହି ସଫଳତାର ସେଲିବ୍ରେସନ୍‌ରେ ସନ୍ନି ଦେଓଲ ଆଜିକାଲି ଦେଶର ପ୍ରତ୍ୟେକ କୋଣ ଅନୁକୋଣରେ ତାଙ୍କ ପ୍ରଶଂସକଙ୍କୁ ଭେଟୁଛନ୍ତି । 'ଗଦର-ଏକ ପ୍ରେମ କଥା' ଏବଂ ଗଦର-2ର ଦମଦାର ସଫଳତା ପରେ, ବର୍ତ୍ତମାନ ପ୍ରଶଂସକମାନେ ଗଦର-3କୁ ନେଇ ଉତ୍ସାହିତ ଅଛନ୍ତି । ଏହି ସମୟରେ ବର୍ତ୍ତମାନ ସନ୍ନି ଦେଓଲ ଗଦର 3କୁ ନେଇ ମୁହଁ ଖୋଲିଛନ୍ତି । ନିକଟରେ ତାଙ୍କୁ ଏୟାରପୋର୍ଟରେ ଦେଖିବାକୁ ମିଳିଥିଲା । ଏହି ସମୟରେ ସନ୍ନି ଦେଓଲଙ୍କୁ ପ୍ୟାପ୍ସମାନେ ପଚାରିଥିଲେ ଯେ, ଗଦର-3କୁ ଅପେକ୍ଷା କରାଯାଇଛି । ଏହାର ଉତ୍ତରରେ ସନ୍ନି ହସିଥିଲେ ଏବଂ କହିଥିଲେ ଯେ ଏହା ମଧ୍ୟ ଆସିବ । ତେବେ ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି ।

ସୂଚନା ଥାଉ କି, 'ଗଦର-2' ଗୋଟିଏ ସପ୍ତାହ ମଧ୍ୟରେ ବକ୍ସ ଅଫିସରେ 280 କୋଟିରୁ ଅଧିକ କୋଟି ସଂଗ୍ରହ କରି ଇତିହାସ ରଚିଛି। ଅନିଲ ଶର୍ମାଙ୍କ ନିର୍ଦ୍ଦେଶିତ ଫିଲ୍ମ ଗଦର ୨ ବକ୍ସ ଅଫିସରେ ବହୁତ ରୋଜଗାର କରିଛି । ଏହି ଫିଲ୍ମ ପ୍ରଥମ ଦିନରେ 40.10 କୋଟି, ଦ୍ୱିତୀୟ ଦିନରେ 43.08 କୋଟି, ତୃତୀୟ ଦିନରେ 52 କୋଟି ଏବଂ ଚତୁର୍ଥ ଦିନରେ 40 କୋଟି ବ୍ୟବସାୟ କରିଛି । ପଞ୍ଚମ ଦିନରେ 38.7 କୋଟି ଆୟ କରିଥିବା ବେଳେ ଷଷ୍ଠ ଦିନରେ 33.50 କୋଟି ଏବଂ ଏହି ଫିଲ୍ମ ସପ୍ତମ ଦିନରେ 35.06 କୋଟି ସଂଗ୍ରହ କରିଛି । ତେବେ ଫିଲ୍ମଟି ମୋଟ 283.35 କୋଟି ସଂଗ୍ରହ କରିଛି । ଏବଂ ଖୁବଶୀଘ୍ର 300କୋଟି କ୍ଲବରେ ସାମିଲ ହେବ ନେଇ ଆଶା ରହିଛି ।

ଏହା ମଧ୍ୟ ପଢନ୍ତୁ: ୩୦୦ କୋଟିରୁ ଟିକେ ଦୂର, ୧୦୦ କୋଟି ନିକଟତର

ଗଦର 2 ଫିଲ୍ମର କାହାଣୀ କହିବାକୁ ଗଲେ, 'ଗଦର ଏକ ପ୍ରେମ କଥା'ର ସ୍ବିକେଲ୍‌ ଅଟେ ଗଦର-2 । ତେବେ ପ୍ରଥମ ଭାଗରେ ଟ୍ରକ୍ ଡ୍ରାଇଭର ତାରା ସିଂ ଭୂମିକାରେ ଅଭିନୟ କରିଥିଲେ ସନ୍ନି ଦେଓଲ । ତାଙ୍କ ବିପକ୍ଷରେ ଅଭିନୟ କରିଥିଲେ ଅମୀଷା ପଟେଲ । ଫିଲ୍ମରେ ତାରା ପାକିସ୍ତାନୀ ପତ୍ନୀ ସାକିନାଙ୍କୁ ଫେରାଇ ଆଣିବା ପାଇଁ ସଂଗ୍ରାମ କରିଥିଲେ । ସେହିପରି ଗଦର-2 ଅର୍ଥାତ ଦ୍ବିତୀୟ ଭାଗରେ ତାରା ସିଂ ତାଙ୍କ ପୁଅ ଚରଣଜିତଙ୍କୁ ଭାରତ ଫେରାଇ ଆଣିବାକୁ ସଂଗ୍ରାମ କରିଥିବା ଦେଖିବାକୁ ମିଳିଛି । ଗଦର ନିର୍ଦ୍ଦେଶକ ଅନିଲ ଶର୍ମାଙ୍କ ପୁଅ ଉତ୍କଳ ଶର୍ମା ଗଦରରେ ଚରଣଜିତ ଭୂମିକାରେ ନଜର ଆସିଛନ୍ତି । ଫିଲ୍ମରେ ସନ୍ନି ଦେଓଲ ଏବଂ ଅମୀଷା ପଟେଲଙ୍କ ବ୍ୟତୀତ ଗୌରବ ଚୋପ୍ରା, ଉତ୍କର୍ଷ ଶର୍ମା ଏବଂ ଲଭ୍‌ ସିହ୍ନା ନଜର ଆସିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.