ETV Bharat / entertainment

Oppenheimer: ହଲିଉଡ ଫିଲ୍ମ 'ଓପେନହାଇମର' ରିଲିଜ, ଜାଣନ୍ତୁ ଫିଲ୍ମର କାହାଣୀ - ଓପେନହାଇମର

ରିଲିଜ ହୋଇଛି ହଲିଉଡ ଫିଲ୍ମ 'ଓପେନହାଇମର'। ଏହି ନାମ ସାର ବିଶ୍ବ ଇତିହାସରେ ଅମର ଅଟେ। ଏହି ନାମ ଦୁନିଆରୁ କେବେ ବି ଲିଭାଯାଇପାରିବ ନାହିଁ କିମ୍ବା ଏହାକୁ କେହି ଭୁଲିପାରିବେ ନାହିଁ। 'ଓପେନହାଇମର' ନାମ ପଛରେ ସତ୍ୟ କ’ଣ ଜାଣନ୍ତୁ,

ରିଲିଜ ହେଲା ହଲିଉଡ ଫିଲ୍ମ 'ଓପେନହାଇମର', ଜାଣନ୍ତୁ ଫିଲ୍ମର କାହାଣୀ କ'ଣ?

author img

By

Published : Jul 21, 2023, 5:24 PM IST

ହାଇଦ୍ରାବାଦ: ଆଜି ସାରା ବିଶ୍ବରେ ରିଲିଜ ହୋଇଛି ହଲିଉଡ ଫିଲ୍ମ 'ଓପେନହାଇମର'। ଫିଲ୍ମର ଘୋଷଣା ପରଠୁ ଫିଲ୍ମକୁ ନେଇ ଦର୍ଶକଙ୍କ ମଧ୍ୟରେ କ୍ରେଜ୍‌ ଦେଖିବାକୁ ମିଳିଥିଲା । ଓପେନହାଇମର ଚଳଚ୍ଚିତ୍ରଟି ଆମେରିକାର ବୈଜ୍ଞାନିକ ଜେ ରୋବର୍ଟ ଓପେନହାଇମରଙ୍କ ପ୍ରକୃତ କାହାଣୀ ଉପରେ ଆଧାରିତ, ଯିଏ ପରମାଣୁ ବୋମା ତିଆରି କରିଥିଲେ । ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଛନ୍ତି ବ୍ୟାଟମ୍ୟାନ୍ ଟ୍ରାଇଲୋଜି, ଇଣ୍ଟରଷ୍ଟେଲାର ଏବଂ ଡେନ୍‌କର୍କ୍‌ ଭଳି ତୁଫାନି ଚଳଚ୍ଚିତ୍ର ନିର୍ମାଣ କରିଥିବା 52 ବର୍ଷିୟ ବ୍ରିଟିଶ-ଆମେରିକୀୟ ଚଳଚ୍ଚିତ୍ର ନିର୍ମାତା ଖ୍ରୀଷ୍ଟୋଫର ନୋଲନ । ଓପେନହାଇମର କୌଣସି ଏକ ସାଧାରଣ ନାମ ନୁହେଁ । ତେବେ ଓପେନହାଇମର କ’ଣ, ଏହାର ଅର୍ଥ କ’ଣ । ଜାଣନ୍ତୁ

  • " class="align-text-top noRightClick twitterSection" data="">

ଓପେନହାଇମର ଏବଂ ଏହାର କାହାଣୀ କ’ଣ?

ଜୁଲିୟସ୍ ରୋବର୍ଟ ଓପେନହାଇମର ଜଣେ ଆମେରିକୀୟ ଥିଓରିଟିକାଲ୍ ଫିଜିକ୍ ଥିଲେ, ଯିଏ 22 ଏପ୍ରିଲ 1904ରେ ଜନ୍ମ ହୋଇଥିଲେ ଏବଂ 18 ଫେବୃଆରୀ 1967ରେ 63 ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଥିଲା । ଓପେନହାଇମର ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ଲସ୍ ଆଲାମୋସ୍ ଲାବୋରେଟୋରୀ (ଯୁକ୍ତରାଷ୍ଟ୍ର)ର ନିର୍ଦ୍ଦେଶକ ଥିଲେ । ଓପେନହାଇମର ଥିଓରୀ ପଦାର୍ଥ ବିଜ୍ଞାନରେ ମହାନତା ହାସଲ କରିଥିଲେ ଏବଂ ଯେତେବେଳେ ତତ୍କାଳୀନ ଆମେରିକାର ରାଷ୍ଟ୍ରପତି ଫ୍ରାଙ୍କଲିନ୍ ଡି ରୁଜାଭେଲ୍ଟ ଓପେନହାଇମର ବିଷୟରେ ଜାଣିଥିଲେ, ସେତେବେଳେ ସେ ଯୁଦ୍ଧ ସମୟରେ ଓପେନହାଇମରଙ୍କୁ ଏକ ବଡ଼ ଦାୟିତ୍ବ ଦେଇଥିଲେ ।

ଓପେନହାଇମରଙ୍କ ଚରିତ୍ରରେ କିଲିୟନ ମର୍ଫି
ଓପେନହାଇମରଙ୍କ ଚରିତ୍ରରେ କିଲିୟନ ମର୍ଫି

ଯେତେବେଳେ 1941 ମସିହାରେ ଜାପାନ ଆମେରିକାର ପର୍ଲ ହାର୍ବର୍ ଉପରେ ଏକ ବୋମା ପକାଇଲା, ସେତେବେଳେ ଓପେନହାଇମର ବିଶ୍ୱର ପ୍ରଥମ ଆଣବିକ ବୋମା ପ୍ରସ୍ତୁତ କରିଥିଲେ, ଯାହା ଜାପାନର ହିରୋସିମା ଏବଂ ନାଗାସାକି ଉପରେ ପକାଯାଇଥିଲା । ଏହାପରେ ଜାପାନ ଆମେରିକା ନିକଟରେ ଆତ୍ମସମର୍ପଣ କରିଥିଲା । ଯେତେବେଳେ ଓପେନହାଇମର ନିଜେ ନିଜ ପରମାଣୁ ବୋମା ଦ୍ୱାରା ଜାପାନର ବିନାଶ ଦେଖିଥିଲେ, ସେତେବେଳେ ସେ ଚକିତ ହୋଇ ସବୁକିଛି ଛାଡ଼ି ଏକୁଟିଆ ରହିଥିଲେ। ଏହାପରେ ତାଙ୍କୁ ଋଷ୍‌ର ଗୁପ୍ତଚର ବୋଲି ବି କୁହାଯାଇଥିଲା । ଶେଷରେ ଅସୁସ୍ଥତା ହେତୁ ତାଙ୍କର ମୃତ୍ୟୁ ହୋଇଥିଲା।

ଏହା ମଧ୍ୟ ପଢନ୍ତୁ: ଟମ କ୍ରୁଜଙ୍କ ଆଗରେ ଆଣ୍ଠେଇଲା କାର୍ତ୍ତିକଙ୍କ ଫିଲ୍ମ

ରିପୋର୍ଟ ଅନୁଯାୟୀ, ଓପେନହାଇମର ଫିଲ୍ମର ଆଡଭାନ୍ସ ବୁକିଂ ବହୁତ ଭଲ ରୋଜଗାର କରିଛି । ଓପେନହାଇମର ପାଇଁ 2 ଲକ୍ଷ 20 ହଜାର ଅଗ୍ରୀମ ଟିକେଟ୍ ନ୍ୟାସନାଲ ଚେନ୍‌ରେ ବୁକ୍ ହୋଇଛି । ବର୍ତ୍ତମାନ ଭାରତରେ ଓପେନହାଇମର ଆଡଭାନ୍ସ ଟିକେଟ୍ ବୁକିଂର ଚିତ୍ର ଦେଖିବା ପରେ କୁହାଯାଉଛି ଯେ ଫିଲ୍ମଟି ଉଦଘାଟନୀ ଦିବସରେ ଭାରତୀୟ ବକ୍ସ ଅଫିସରେ ଏକ ବଡ ଧମାକା କରିବ। ଓପେନହାଇମର ଆଡଭାନ୍ସ ବୁକିଂ ଉପରେ ଆଧାର କରି କୁହାଯାଉଛି ଯେ ଏହି ଫିଲ୍ମ ଭାରତୀୟ ବକ୍ସ ଅଫିସରେ 13ରୁ 14 କୋଟି ଟଙ୍କା ବ୍ୟବସାୟ କରିପାରିବ। ଓପେନହାଇମର ଏକ U/A ସାର୍ଟିଫିକେଟ୍ ପାଇଛି । 3 ଘଣ୍ଟା 2 ମିନିଟ୍ର ଏହି ଫିଲ୍ମ ଭାରତର 1 ହଜାର 250 ପରଦାରେ ରିଲିଜ ହେବ। ତେବେ ଏହି ଫିଲ୍ମ ବେଶ ଭଲ ରୋଜଗାର କରିବ ବୋଲି ଆଶା କରାଯାଉଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.