ମୁମ୍ବାଇ: ପୁରୁଣା ଜମାନାର ଅଭିନେତ୍ରୀ ଏବଂ ଦିବଙ୍ଗତ ଅଭିନେତା ଋଷି କପୁରଙ୍କ ପତ୍ନୀ ହେଉଛନ୍ତି ନୀତୁ ସିଂ । ନୀତୁ ଆଜି 65 ବର୍ଷରେ ପାଦ ଥାପିଥିବା ବେଳେ ସବୁଆଡୁ ଛୁଟୁଛି ଶୁଭେଚ୍ଛାର ସୁଅ । ଏପଟେ ପୁଅ ଲଣ୍ଡନରେ ମାଆଙ୍କ ଜନ୍ମଦିନ ସେଲିବ୍ରେସନ କରିଥିବା ବେଳେ ଫଟୋ ସେୟାର କରିଛନ୍ତି ରଣବୀର । ତେବେ ଆଲିଆ ଏବଂ ରାହାଙ୍କୁ ମିସ୍ କରିଛନ୍ତି ପ୍ରଶଂସକ । ଶାଶୁମାଆଙ୍କୁ କୁଇନ ବୋଲି ସମ୍ବୋଧନ କରି ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି ଚୁଲବୁଲି ନାୟିକା ଆଲିଆ ।
ରଣବୀର କପୁର ଲଣ୍ଡନରେ ତାଙ୍କ ମାତା ନୀତୁ ସିଂଙ୍କ ଜନ୍ମଦିନ ପାଳନ କରିଛନ୍ତି । ଲଣ୍ଡନରେ ପରିବାର ସହିତ ନୀତୁ ସିଂଙ୍କ ଜନ୍ମଦିନ ପାଳନ କରୁଥିବା ଫଟୋ ଏବଂ ଭିଡିଓ ସାମ୍ନାକୁ ଆସିଛି । ଏହି ଭିଡିଓରେ ରଣବୀର କପୁର, ନୀତୁ ସିଂ, ରିଦ୍ଧିମା କପୁର ନିଜ ସ୍ୱାମୀଙ୍କ ସହ ନଜର ଆସିଛନ୍ତି । ଏଥିସହିତ ନୀତୁ ସିଂ ତାଙ୍କର 65 ତମ ଜନ୍ମଦିନର କେକକୁ ଏକ ନଟଖଟ ଅନ୍ଦାଜରେ କାଟୁଥିବାର ନଜର ଆସୁଥିବା ବେଳେ ପ୍ରଶଂସକମାନେ ବି ଏହାକୁ ପସନ୍ଦ କରିଛନ୍ତି । ତେବେ କେଟ କାଟିବା ପୂର୍ବରୁ ନୀତୁ ସ୍ବାମୀ ତଥା ଦିବଙ୍ଗତ ଅଭିନେତା ଋଷି କପୁରଙ୍କୁ ମନେ ପକାଇ ଭାବବିହ୍ବଳ ହୋଇଥିଲେ ।
ଛାତ ଉପରେ ଚନ୍ଦ୍ରମା ରାତିରେ ପରିବାର ସହ ମିଶି କେକ୍ କାଟିଥିଲେ ନୀତୁ । ଜନ୍ମଦିନରେ ସେ ଏକ ସୁନ୍ଦର ଲାଲ ରଙ୍ଗର ପୋଷାକ ପିନ୍ଧିଥିଲେ । ଲାଲ ରଙ୍ଗର ପୋଷାକରେ ଗର୍ଜିଅସ ଲାଗୁଥିଲେ ନୀତୁ । ରଣବୀର କପୁର ଲାଇଟ ବିଜ ରଙ୍ଗରେ ପ୍ୟାଣ୍ଟ-ସୁଟ୍ ପିନ୍ଧିଥିଲେ । ସୁଟ ଭିତରେ ଧଳା ଟି-ସାର୍ଟରେ ସେ କୁଲ ଦେଖାଯାଉଥିଲେ । ରିଦ୍ଧିମା ପରିପାର ମଧ୍ୟ ଖୁବ ସୁନ୍ଦର ଦେଖାଯାଉଥିଲେ । ପରିବାର ସହ ମିଶି ବେଶ ଖୁସି ନଜର ଆସିଛନ୍ତି ନୀତୁ ।
ଏହା ମଧ୍ୟ ପଢନ୍ତୁ: Ranveer Singh Bday: 38ବର୍ଷରେ ରଣଭୀର, ସ୍ପେଶାଲ ଫୋଷ୍ଟ ସେୟାର କଲେ କରଣ ଜୋହର
ଝିଅ ରିଦ୍ଧିମା ତାଙ୍କ ମା’ଙ୍କ ଜନ୍ମଦିନ ପାଳନ କରିବାର ଏକ ସୁନ୍ଦର ଫଟୋ ସେୟାର କରି ତାଙ୍କୁ ଜନ୍ମଦିନରେ ଶୁଭେଚ୍ଛା ଜଣାଇଥିଲେ । ରିଦ୍ଧିମା ଲେଖିଛନ୍ତି, "ଜନ୍ମଦିନର ଶୁଭେଚ୍ଛା ମାଆ, ଆମେ ଆପଣଙ୍କୁ ବହୁତ ଭଲପାଉଛୁ । ଆପଣ ଆମ ପରିବାରର ମେରୁଦଣ୍ଡ । ଆଲିଆ ଭଟ୍ଟଙ୍କୁ ବହୁତ ମିସ କରିଲୁ ।"
କୌଣସି କାରଣ ପାଇଁ ଆଲିଆ ନିଜ ଶାଶୁଙ୍କର ଜନ୍ମଦିନରେ ଉପସ୍ଥିତ ହୋଇପାରି ନଥିଲେ । ତେବେ ସେ ସୋସିଆଲ ମିଡିଆରେ ଏକ ନିଆରା ଅନ୍ଦାଜରେ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି । ରିଧି ତରଫରୁ ମଧ୍ୟ ସେ ସୋସାଆଲ ମିଡିଆରେ ପୋଷ୍ଟ କରି ଶୁଭେଚ୍ଛା ଜଣାଇଛନ୍ତି । ଆଲିଆ ନିଜ ଶାଶୁମାଆଙ୍କ ଫଟୋକୁ ସୋସିଆଲ ମିଡିଆରେ ପୋଷ୍ଟ କରି ଲେଖିଛନ୍ତି, "କୁଇନଙ୍କୁ ଜନ୍ମଦିନର ଶୁଭେଚ୍ଛା । ଲଭ ୟୁ ସୋ ମଚ ।" ରିଧି ମଧ୍ୟ ଫଟୋ ସେୟାର କରି ଲେଖିଛନ୍ତି,"ଖୁବ ସୁନ୍ଦର ଦିନ ଥିଲା । କିନ୍ତୁ ମୁଁ ଆଲିଆ ଭଟ୍ଟ ଏବଂ ରାହାଙ୍କ ଭଲ ପାଇବାକୁ ବହୁତ ମିସ୍ କରିଲି ।"
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ