ETV Bharat / entertainment

IND vs NZ SEMIFINAL: ୱାଙ୍ଖଡେ ଷ୍ଟାଡିୟମରେ ରଣବୀର କପୁର, ରୋହିତ ଶର୍ମାଙ୍କୁ କହିଲେ ପ୍ରିୟ କ୍ରିକେଟର

ଆଜି IND ବନାମ NZର ସେମିଫାଇନାଲ ମ୍ୟାଚ୍ ଜାରି ରହିଛି । ଏହି ସମୟରେ ମ୍ୟାଚ ଦେଖିବାକୁ ୱାଙ୍ଖଡେ ଷ୍ଟାଡିୟମରେ ପହଞ୍ଚିଛନ୍ତି ରଣବୀର କପୁର । ସେ ନିଜ ପ୍ରିୟ କ୍ରିକେଟର ନେଇ ଖୁଲାସା କରିଛନ୍ତି । ଅଧିକ ପଢନ୍ତୁ

author img

By ETV Bharat Odisha Team

Published : Nov 15, 2023, 3:32 PM IST

ୱାଙ୍ଖଡେ ଷ୍ଟାଡିୟମ ପହଞ୍ଚିଲେ ରଣବୀର କପୁର, ରୋହିତ ଶର୍ମାଙ୍କୁ କହିଲେ ପ୍ରିୟ କ୍ରିକେଟର

ମୁମ୍ବାଇ: ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ କ୍ରିକେଟ୍ ବିଶ୍ୱକପ 2023ର ପ୍ରଥମ ସେମିଫାଇନାଲ ମ୍ୟାଚ୍ ଆରମ୍ଭ ହୋଇଛି । ମୁମ୍ବାଇର ୱାଙ୍ଖଡେ ଷ୍ଟାଡିୟମରେ ଆୟୋଜିତ ହୋଇଛି ମ୍ୟାଚ । ବଲିଉଡ ଏବଂ ସାଉଥ ତାରକାମାନେ ମଧ୍ୟ ଏହି ମ୍ୟାଚ ଦେଖିବା ପାଇଁ ଏଠାରେ ପହଞ୍ଚିଛନ୍ତି । ମ୍ୟାଚ୍ ଆରମ୍ଭ ପୂର୍ବରୁ ବଲିଉଡ ଅଭିନେତା ରଣବୀର କପୁରଙ୍କୁ ୱାଙ୍ଖଡେ ଷ୍ଟାଡିୟମରେ ଦେଖିବାକୁ ମିଳିଥିଲା । ରଣବୀର କପୁର ତାଙ୍କର ଆଗାମୀ ଆକ୍ସନ୍ ଥ୍ରୀଲର ଚଳଚ୍ଚିତ୍ର ଆନିମଲକୁ ପ୍ରମୋଟ୍ କରିବାକୁ ଏଠାକୁ ଆସିଛନ୍ତି । ଏହି ସମୟରେ ଭାରତୀୟ ଟିମର ପ୍ରଶଂସା କରିବା ସହ ନିଜ ପ୍ରିୟ କ୍ରିକେଟର ବିଷୟରେ ଖୁଲାସା କରିଛନ୍ତି ।

  • Ranbir Kapoor said, "I watched MS Dhoni lifting the trophy here at the Wankhede in 2011. Hopefully Virat Kohli and Rohit Sharma play well today". pic.twitter.com/xhJtMpeMdU

    — Mufaddal Vohra (@mufaddal_vohra) November 15, 2023 " class="align-text-top noRightClick twitterSection" data=" ">

ୱାଙ୍ଖଡେ ଗ୍ରାଉଣ୍ଡରେ ରଣବୀର କପୁର ପୂର୍ବତନ ଟିମ୍ ଇଣ୍ଡିଆ କ୍ରିକେଟର ଇରଫାନ ପଠାନ, ହରଭଜନ ସିଂ, ମହମ୍ମଦ କୈଫ କଥାବାର୍ତ୍ତା ହୋଇଥିଲେ । ଏହି ସମୟରେ ଯେତେବେଳେ ରଣବୀର କପୁରଙ୍କୁ ତାଙ୍କର ପ୍ରିୟ କ୍ରିକେଟର ବିଷୟରେ ପଚରାଗଲା, ସେତେବେଳେ ସେ ଟିମ୍ ଇଣ୍ଡିଆ ଅଧିନାୟକ ରୋହିତ ଶର୍ମାଙ୍କ ନାଁ ନେଇଥିଲେ । ରଣବୀର କହିଛନ୍ତି, ମୁଁ ରୋହିତ ଶର୍ମାଙ୍କର ଜଣେ ପ୍ରଶଂସକ, ସେ ଜଣେ ମହାନ କ୍ରିକେଟର । ତେବେ ରଣବୀର ରୋହିତ ଶର୍ମା ହେଉଛନ୍ତି ତାଙ୍କ ପ୍ରିୟ କ୍ରିକେଟର ।

ସୂଚନା ଅନୁସାରେ, ରଣବୀରଙ୍କ ବ୍ୟତୀତ ସାଉଥ୍‌ ସୁପରଷ୍ଟାର ରଜନୀକାନ୍ତ, ଅମିତାଭ ବଚ୍ଚନ ମ୍ୟାଚ ଦେଖିବାକୁ ୱାଙ୍ଖଡେ ଷ୍ଟାଡିୟମରେ ଯୋଗ ଦେବେ । ସେପଟେ ଇଂଲଣ୍ଡର ପୂର୍ବତନ ଫୁଟବଲର୍ ତଥା ଅଧିନାୟକ ଡେଭିଡ ବେକ୍‌ହମ୍ ମଧ୍ୟ ଏଥିରେ ସାମିଲ ହେବେ । ସେ ଏହି ମ୍ୟାଚ୍ ପାଇଁ ଦୁଇ ଦିନ ପୂର୍ବରୁ ଭାରତରେ ପହଞ୍ଚିଥିଲେ । ଅନ୍ୟପଟେ ବଲିଉଡର ପ୍ରସିଦ୍ଧ ଅଭିନେତା ସଲମାନ ଖାନ ଏବଂ ଆମୀର ଖାନ ମଧ୍ୟ ୱାଙ୍ଖଡେ ଷ୍ଟାଡିୟମରେ ମ୍ୟାଚ୍‌ ଦେଖିବେ ବୋଲି ଖବର ରହିଛି । ଏଥିରେ ଭାରତୀୟ କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟା ମଧ୍ୟ ଯୋଗଦେବେ ।

  • Ranbir Kapoor said : Rohit Sharma is my favourite cricketer. He has turned this team into a family. I just love his selfless batting.

    The Global Icon ! @ImRo45 🇮🇳🙌 pic.twitter.com/764ka1eR4o

    — 𝐇𝐲𝐝𝐫𝐨𝐠𝐞𝐧 𝕏 (@ImHydro45) November 15, 2023 " class="align-text-top noRightClick twitterSection" data=" ">

ଏହା ମଧ୍ୟ ପଢନ୍ତୁ: ଏକାଠି ବସି ମ୍ୟାଚ ଦେଖିବେ ବିଗ୍ ବି ଓ ରଜନୀକାନ୍ତ, ମୁମ୍ବାଇ ପହଞ୍ଚିଲେ ଥଲାଇବା

ରଣଭୀର କପୁରଙ୍କ ଆନିମଲ ବିଷୟରେ କହିବାକୁ ଗଲେ, ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଛନ୍ତି କବୀର ସିଂ ଫେମ୍‌ ସନ୍ଦୀପ ରେଡ୍ଡୀ ବାଙ୍ଗା । ଏହି ଚଳଚ୍ଚିତ୍ରରେ ରଣବୀର କପୁର, ଅନିଲ କପୁର ଏବଂ ରଶ୍ମିକା ମନ୍ଦାନା, ବବି ଦେଓଲ ଏବଂ ତୃପ୍ତି ଡିମ୍ରି ମଧ୍ୟ ପ୍ରମୁଖ ଭୂମିକାରେ ନଜର ଆସିବେ । ‘ଆନିମଲ' ଫିଲ୍ମଟି ହିନ୍ଦୀ, ତେଲୁଗୁ, ତାମିଲ, କନ୍ନଡ଼, ମାଲାୟାଲମ୍ ଭଳି 5ଟି ଭାଷାରେ ଡିସେମ୍ବର ୧ରେ ସିନେମା ହଲ୍‌ରେ ରିଲିଜ ହେବ । 'ଆନିମଲ' ଭୂଷଣ କୁମାର ଏବଂ କୃଷ୍ଣ କୁମାରଙ୍କ ଟି-ସିରିଜ୍, ମୁରାଦ ଖେତାନୀଙ୍କ ସିନେ ଷ୍ଟୁଡିଓ ଏବଂ ପ୍ରଣୟ ରେଡ୍ଡୀ ଭଙ୍ଗାଙ୍କ ଭଦ୍ରକଲି ପିକ୍ଚର୍ସ ଦ୍ୱାରା ନିର୍ମିତ ହୋଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.