ETV Bharat / entertainment

The Kerala Story: SC ନିର୍ଦ୍ଦେଶ ସତ୍ତ୍ବେ ପଶ୍ଚିମବଙ୍ଗରେ ରିଲିଜ୍‌ ହେଉନି ଫିଲ୍ମ - SC ନିର୍ଦ୍ଦେଶ ସତ୍ତ୍ବେ ପଶ୍ଚିମବଙ୍ଗରେ ହେଉନି ରିଲିଜ

ପଶ୍ଚିମବଙ୍ଗରେ 'ଦ କେରଳ ଷ୍ଟୋରୀ' ଉପରେ ହୋଇଥିବା ପ୍ରତିବନ୍ଧକକୁ ସୁପ୍ରିମକୋର୍ଟ ହଟାଇଥିଲେ। ଏହା ପରେ ମଧ୍ୟ ଏହି ଫିଲ୍ମ ରାଜ୍ୟର ଅଧିକାଂଶ ସିନେମାହଲରେ ପ୍ରଦର୍ଶିତ ହେଉନାହିଁ । ସେପଟେ ପରବର୍ତ୍ତୀ ଦିନ ପାଇଁ ଅନ୍ୟ ନୂଆ ଫିଲ୍ମର ଲାଇନ୍ ଅପ୍ ଚୁକ୍ତି ହୋଇସାରିଥିବାରୁ ଏହି ଫିଲ୍ମକୁ ପ୍ରଦର୍ଶନ କରିପାରୁନଥିବା କହିଛନ୍ତି ହଲ ମାଲିକ । ଅଧିକ ପଢନ୍ତୁ

SC ନିର୍ଦ୍ଦେଶ ସତ୍ତ୍ବେ ପଶ୍ଚିମବଙ୍ଗରେ ରିଲିଜ ହେଉନି ଫିଲ୍ମ

author img

By

Published : May 22, 2023, 3:21 PM IST

କୋଲକାତା: ପଶ୍ଚିମବଙ୍ଗରେ 'ଦ କେରଳ ଷ୍ଟୋରୀ' ବ୍ୟାନ୍‌କୁ ସୁପ୍ରିମକୋର୍ଟ ହଟାଇବାର କିଛି ଦିନ ପରେ ମଧ୍ୟ ରାଜ୍ୟର ଅଧିକାଂଶ ହଲ୍‌ରେ ଏହି ଫିଲ୍ମ ରିଲିଜ ହୋଇନାହିଁ । ଫଳରେ ଦର୍ଶକ ଏହି ଫିଲ୍ମ ଦେଖିବାରୁ ବଞ୍ଚିତ ହୋଇଥିବା ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି । ସେପଟେ ଆଗାମୀ ଦିନଗୁଡ଼ିକ ପାଇଁ ନୂଆ ଫିଲ୍ମର ଏକ ଲାଇନ୍ ଅପ୍ ହୋଇଥିବାରୁ 'ଦ କେରଳ ଷ୍ଟୋରୀ'କୁ ସ୍ଥାନିତ କରିବା ହଲ୍ ମାଲିକଙ୍କ ପକ୍ଷରେ 'କଷ୍ଟସାଧ୍ୟ' ହେଉଥିବା କହିଛନ୍ତି ।

ତେବେ ଏନେଇ ପ୍ରତିକ୍ରିୟା ଦେଇ ପ୍ରିୟା ଏଣ୍ଟରଣ୍ଟେନମେଣ୍ଟ ପରିଚାଳନା ନିର୍ଦ୍ଦେଶକ କହିଛନ୍ତି, "ଏହା ଏକ ବ୍ଲକବଷ୍ଟର ଫିଲ୍ମ କିନ୍ତୁ ଆସନ୍ତା ଦୁଇ ସପ୍ତାହ ପାଇଁ ସମସ୍ତ ସ୍ଲଟ୍ ପୂରଣ ହୋଇଥିବାରୁ ଆମେ ଦୁଃଖିତ । ଏହାକୁ ସ୍ଥାନ ଦେବା ପାଇଁ ବୁକ୍ ହୋଇଥିବା ସ୍ଲଟ୍ ବାତିଲ କରିବା ଆମ ପକ୍ଷେ ସମ୍ଭବ ନୁହେଁ । ଦୁଇ କିମ୍ବା ତିନି ସପ୍ତାହ ପରେ, ଆମେ 'ଦ କେରଳ ଷ୍ଟୋରୀ' ସ୍କ୍ରିନିଂ ବିଷୟରେ ଚିନ୍ତା କରିବୁ ।

ଏହି ପ୍ରତିବନ୍ଧକ ଲାଗୁ ହେବାର ପ୍ରଥମ ଦିନରେ 'ଦ କେରଳ ଷ୍ଟୋରୀ' ଭଲ ପ୍ରଦର୍ଶନ କରିଥିଲା ବୋଲି ପରିଚାଳନା ନିର୍ଦ୍ଦେଶକ ତଥା ଅଭିନେତା ଅରିଜିତ ଦତ୍ତା କହିଛନ୍ତି । ସେ ଏହା ମଧ୍ୟ କହିଛନ୍ତି ଯେ ଏହି ସୁଯୋଗ ରାଜ୍ୟର ହଲରେ '50 ଦିନ 'ଚାଲିବ ବୋଲି ଆଶାବାଦୀ ଅଛନ୍ତି । ସେପଟେ ପଶ୍ଚିମବଙ୍ଗରେ ଫିଲ୍ମ ଉପରେ ଥିବା ପ୍ରତିବନ୍ଧକକୁ ସୁପ୍ରିମକୋର୍ଟ ହଟାଇବା ପରେ ରାଜ୍ୟ ସରକାର ଏପର୍ଯ୍ୟନ୍ତ କୌଣସି ନୂତନ ସର୍କୁଲାର ଜାରି କରିନାହାଁନ୍ତି ।

ଏହି ପ୍ରତିବନ୍ଧକ ହଟାଯିବା ପରେ ଫିଲ୍ମ ରିଲିଜ ନହେବା ନେଇ ପ୍ରତିକ୍ରିୟା ରଖିଛନ୍ତି ନିର୍ଦ୍ଦେଶକ ସୁଦୀପ୍ତୋ ସେନ୍ । ସେ କହିଛନ୍ତି, "ପଶ୍ଚିମବଙ୍ଗର ବିତରକମାନଙ୍କ ସହ ଆମେ ନିରନ୍ତର ଯୋଗାଯୋଗରେ ଅଛୁ । ଆମେ ହଲ୍ ମାଲିକଙ୍କ ସହ ମଧ୍ୟ ଯୋଗାଯୋଗରେ ଅଛୁ ଏବଂ ଫିଲ୍ମ ଦେଖାଇବା ପାଇଁ କହିଛୁ । ନିର୍ଦ୍ଦେଶକ ଆହୁରି ମଧ୍ୟ କହିଛନ୍ତି ଯେ କିଛି ଲୋକମାନେ ହଲ୍ ମାଲିକମାନଙ୍କୁ ଧମକ ଦେଉଛନ୍ତି। ସେହି ଲୋକମାନଙ୍କ ନାଁ ଜାଣିବାକୁ ପାଇଲେ ଆଗାମୀ ଦିନରେ ନିଶ୍ଚୟ ଗଣମାଧ୍ୟମ ସାମ୍ନାରେ ସେମାନଙ୍କ ନାମ କହିବେ ।

ସେପଟେ ରାଜନୈତିକ ଚାପକୁ ଅସ୍ୱୀକାର କରି ଅଶୋକା ସିନେମାର ଜଣେ ବୁକିଂ ଅଧିକାରୀ ଦୁର୍ବାଦାଲ ଚାଟାର୍ଜୀ କହିଛନ୍ତି ଯେ ଆମେ ଜାଣୁ ଏହା ଏକ ବ୍ଲକବଷ୍ଟର ଫିଲ୍ମ, "ପ୍ରକୃତରେ ଯେତେବେଳେ ଫିଲ୍ମ ମୁକ୍ତିଲାଭ କରିଥିଲା, ସେତେବେଳେ ସରକାର ଏହି ଫିଲ୍ମ ଉପରେ ପ୍ରତିବନ୍ଧକ ଲଗାଇବା ପରେ ଆମେ ଏଠାରେ 4 ଦିନ ସ୍କ୍ରିନିଂ କରିଥିଲୁ । ସେତେବେଳେ ଏହି ଫିଲ୍ମର ସମସ୍ତ ଶୋ' ବୁକ୍ କରାଯାଇଥିଲା। ବର୍ତ୍ତମାନ ଆମେ କିଛି କରିପାରିବୁ ନାହିଁ ।" ସେପଟେ ଫିଲ୍ମକୁ ଅନେକ ଦର୍ଶକ ଦେଖିବାକୁ ଚାହୁଁଛନ୍ତି । ଜଣେ ସିନେ ପ୍ରେମୀ କହିଛନ୍ତି, "ମୁଁ ନିଶ୍ଚିତ ଭାବରେ ଏହି ଫିଲ୍ମ ଦେଖିବାକୁ ଚାହେଁ । ଏହି ଫିଲ୍ମଟି କାଳ୍ପନିକ ଅଟେ ।

ସୂଚନା ଥାଉ କି, "ଦ କେରଳ ଷ୍ଟୋରୀ’କୁ ପଶ୍ଚିମବଙ୍ଗରେ ବ୍ୟାନ୍‌ କରିଥିଲେ ମମତା ସରକାର । ବ୍ୟାନ କରିବା ସହ ଏହି ଫିଲ୍ମକୁ ନେଇ ବର୍ଷିଥିଲେ । ଏହା ଏକ ବିକୃତ ସିନେମା ବୋଲି କହିଥିଲେ । ରାଜ୍ୟରେ ସାମ୍ପ୍ରଦାୟିକ ଅସ୍ଥିରତା ସୃଷ୍ଟିକୁ ରୋକିବା ଓ ରାଜ୍ୟରେ କୌଣସି ହିଂସାକୁ ଏଡାଇବା ସହ ଶାନ୍ତି ବଜାୟ ରଖିବା ପାଇଁ ଏହାକୁ ବ୍ୟାନ୍‌ କରାଯିବା ଜରୁରୀ ବୋଲି ମମତା କହିଥିଲେ । ସେହିପରି ସେ ‘ଦି କାଶ୍ମୀର ଫାଇଲ୍ସ’ ମୁଭି ସହ ‘ଦି କେରଳ ଷ୍ଟୋରୀ’ ଫିଲ୍ମକୁ ତୁଳନା ମଧ୍ୟ କରିଥିଲେ । ତେବେ ଏହା ଉପରେ ଶୁଣାଣି କରି ମେ 18ରେ 'ଦ କେରଳ ଷ୍ଟୋରୀ' ଫିଲ୍ମ ଉପରେ ପଶ୍ଚିମବଙ୍ଗ ସରକାର ଲଗାଇଥିବା ପ୍ରତିବନ୍ଧକକୁ ସୁପ୍ରିମକୋର୍ଟ ହଟାଇଥିଲେ । ଫିଲ୍ମକୁ ରାଜ୍ୟରେ ଖୁବଶୀଘ୍ର ରିଲିଜ କରିବାକୁ ନିର୍ଦ୍ଦେଶ ଦେଇଥିଲେ ।

ସେପଟେ ମେ 5ରେ ରିଲିଜ ହୋଇଥିବା ଫିଲ୍ମ ବକ୍ସ ଅଫିସରେ ଧମାକା କରିଚାଲିଛି। 17 ତମ ଦିନରେ ଏହି ଫିଲ୍ମ 11 କୋଟି ଟଙ୍କା ରୋଜଗାର କରିଛି। ତେଣୁ ଫିଲ୍ମର ମୋଟ କଲେକ୍ସନ ବର୍ତ୍ତମାନ 198.47 କୋଟି ଟଙ୍କାରେ ପହଞ୍ଚିିଛି । ଖୁବଶୀଘ୍ର 200କୋଟି କ୍ଲବରେ ସାମିଲ ହେବ ଫିଲ୍ମ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.