ETV Bharat / entertainment

କାର୍ତ୍ତିକ ଆର୍ଯ୍ୟନଙ୍କ ଜନ୍ମଦିନ ପାର୍ଟି, ନଜର ଆସିଲେ ଏହି ସେଲିବ୍ରିଟି

author img

By ETV Bharat Odisha Team

Published : Nov 23, 2023, 12:51 PM IST

କାର୍ତ୍ତିକ ଆର୍ଯ୍ୟନ ତାଙ୍କ ଜନ୍ମ ଦିନ ଅବସରରେ ବଲିଉଡ ତାରକାମାନଙ୍କ ପାଇଁ ଏକ ପାର୍ଟିର ଆୟୋଜନ କରିଥିଲେ । ଯେଉଁଥିଲେ ବି-ଟାଉନର ଅନେକ ସେଲିବ୍ରିଟି ବ୍ଲାକ୍‌ ଡ୍ରେସ୍‌ରେ ନଜର ଆସିଥିଲେ । ଅଧିକ ପଢ଼ନ୍ତୁ

kartik aaryans birthday bash
kartik aaryans birthday bash

ମୁମ୍ବାଇ: ବଲିଉଡ୍‌ ଅଭିନେତା କାର୍ତ୍ତିକ ଆର୍ଯ୍ୟନ ଗତକାଲି ତାଙ୍କର ୩୩ତମ ଜନ୍ମଦିନ ପାଳନ କରିଛନ୍ତି । ଏହି ବିଶେଷ ଦିନରେ କାର୍ତ୍ତିକ ଏକ ପାର୍ଟିର ଆୟୋଜନ କରିଥିଲେ । ଯେଉଁଥିରେ ଅନେକ ବଲିଉଡ୍‌ ତାରକା ସାମିଲ ହୋଇଥିଲେ । ଏହି ପାର୍ଟିରେ କରଣ ଜୌହର, ରବିନା ଟଣ୍ଡନ, ତାରା ସୁତାରିଆ, କିର୍ତ୍ତି ସାନନ୍, ହୁମା କୁରେଶି, ରାଶା ଥଡାଇ, ପୂଜା ହେଗଡେଙ୍କ ସମେତ ଅନ୍ୟାନ୍ୟ ବଲିଉଡ ତାରକା ଯୋଗ ଦେଇଥିଲେ ।

କାର୍ତ୍ତିକଙ୍କୁ ତାଙ୍କ ଜନ୍ମଦିନ ପାର୍ଟିରେ ବ୍ଲାକ୍‌ ଲୁକରେ ଦେଖିବାକୁ ମିଳିଥିଲା । ସେ ବ୍ଲାକ୍‌ ପ୍ୟାଣ୍ଟ ସହ ବ୍ଲାକ୍‌ ଡେନିମ୍ ପିନ୍ଧି ପାର୍ଟିରେ ପହଞ୍ଚିଥିଲେ । ଏଥିସହ ପାର୍ଟିରେ କାର୍ତ୍ତିକଙ୍କ ବାପା ମାଆ ଓ ତାଙ୍କ ଭଉଣୀଙ୍କୁ ମଧ୍ୟ ଦେଖିବାକୁ ମିଳିଥିଲା । ଅନ୍ୟପଟେ କାର୍ତ୍ତିକଙ୍କ ଜନ୍ମଦିନରେ ରକୁଲ ପ୍ରୀତ ସିଂ ତାଙ୍କ ବୟଫେଣ୍ଡ୍‌ ଜ୍ୟାକି ଭାଗ୍ନାନୀଙ୍କ ସହ ପହଞ୍ଚିଥିଲେ । ଅଭିନେତ୍ରୀ ନାଲି ରଙ୍ଗର ପୋଷାକ ପିନ୍ଧିଥିବା ବେଳେ ତାଙ୍କ ବୟଫ୍ରେଣ୍ଡ ଏକ ଧୂସର ଟି-ସାର୍ଟ ଉପରେ କଳା ବ୍ଲେଜର ପିନ୍ଧିଥିବା ଦେଖିବାକୁ ମିଳିଥିଲା । ପାର୍ଟିରେ ଯୋଗଦେବା ପୂର୍ବରୁ ଦୁହେଁ ଫଟୋ ପାଇଁ ପୋଜ୍ ଦେଇଥିଲେ । ସେହିପରି ବାଣୀ କପୁରଙ୍କୁ ହଳଦିଆ ରଙ୍ଗର ଡ୍ରେସ୍‌ରେ ଦେଖିବାକୁ ମିଳିଥିଲା ।

ଭୁଲ ଭୁଲେୟାଁ-୨ ଅଭିନେତାଙ୍କ ଜନ୍ମଦିନରେ ରବିନା ଟଣ୍ଡନ ଓ ତାଙ୍କ ଝିଅ ମଧ୍ୟ ପହଞ୍ଚିଥିଲେ । ଦୁହେଁ ବ୍ଲାକ୍‌ ଡ୍ରେସରେ ନଜର ଆସିଥିଲେ । ଅନ୍ୟପଟେ ପୂଜା ହେଗଡେଙ୍କୁ ବାର୍ବି ଲୁକରେ ଦେଖିବାକୁ ମିଳିଥିଲା । ଏହା ପୂର୍ବରୁ କାର୍ତ୍ତିକ ତାଙ୍କ ବିଶେଷ ଦିନରେ ମୁମ୍ବାଇର ସିଦ୍ଧି ବିନାୟକ ମନ୍ଦିର ଯାଇଥିଲେ । ସେଠାରେ ତାଙ୍କୁ ନୀଳ ରଙ୍ଗର କୁର୍ତ୍ତାରେ ଦେଖିବାକୁ ମିଳିଥିଲା । ସେହିପରି ଅଭିନେତା ମଧ୍ୟ ରାତ୍ରରେ ନିଜ ପୋଷା କୁକୁର ସହ ଜନ୍ମଦିନ ସେଲିବ୍ରେଟ୍‌ କରିଥିଲେ । ଯାହାର ଫଟୋ ସେ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟରେ ସେୟାର କରିଥିଲେ ।

ଏହା ମଧ୍ୟ ପଢନ୍ତୁ- ଏବେବି ମନରେ କାର୍ତ୍ତିକ ! ଏପରି ଜନ୍ମଦିନ ଶୁଭେଚ୍ଛା ଜଣାଇଲେ ସାରା

ଆଗାମୀ ଫିଲ୍ମ ବିଷୟରେ କହିବାକୁ ଗଲେ, କାର୍ତ୍ତିକ ଆର୍ଯ୍ୟନଙ୍କୁ ଚନ୍ଦୁ ଚମ୍ପିଆନ୍ ଫିଲ୍ମରେ ଦେଖିବାକୁ ମିଳିବ । ଏହି ଫିଲ୍ମ କ୍ରୀଡ଼ା ଡ୍ରାମାରେ ଭରପୁର ଜଣେ କ୍ରୀଡ଼ାବିତଙ୍କ ବାସ୍ତବ ଜୀବନର କାହାଣୀ ଉପରେ ଆଧାରିତ । ଏହି ଚଳଚ୍ଚିତ୍ରଟି ଭାରତର ପ୍ରଥମ ପାରାଲିମ୍ପିକ୍ ସ୍ୱର୍ଣ୍ଣ ପଦକ ବିଜେତା ମୁରଲୀକାନ୍ତ ପେଟକରଙ୍କ ବାୟୋପିକ୍ ଅଟେ । ଏହି ଫିଲ୍ମରେ କାର୍ତ୍ତିକ ଆର୍ଯ୍ୟନ୍ ପ୍ରଥମ ଥର ପାଇଁ ଏକ କ୍ରୀଡ଼ା ଡ୍ରାମା ଫିଲ୍ମରେ ଦେଖିବାକୁ ମିଳିବ । ତେବେ ଏହି ଫିଲ୍ମ 14 ଜୁନ୍ 2024ରେ ମୁକ୍ତିଲାଭ କରିବ । ଏହାବ୍ୟତୀତ ସେ ଆଶିକି 3 ଏବଂ ନିର୍ଦ୍ଦେଶକ ହଂସଲ ମେହେତ୍ତାଙ୍କ ଫିଲ୍ମ କ୍ୟାପଟେନ୍‌ ଇଣ୍ଡିଆରେ ମଧ୍ୟ ନଜର ଆସିପାରନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.