ETV Bharat / entertainment

ପୁରୁଣା ପ୍ରେମିକାକୁ ହଗ୍‌ କଲେ କାର୍ତ୍ତିକ ଆର୍ଯ୍ୟନ, ଭିଡିଓ ଭାଇରାଲ

author img

By ETV Bharat Odisha Team

Published : Sep 3, 2023, 12:52 PM IST

ସନ୍ନି ଦେଓଲ ଗଦର 2ର ସଫଳତାରେ ଏକ ଗ୍ରାଣ୍ଡ ପାର୍ଟିର ଆୟୋଜନ କରିଛନ୍ତି । ଏଥିରେ ଫିଲ୍ମର ପୁରା ଟିମ ସହ ଅନେକ ବଲିଉଡ ତାରକା ନଜର ଆସିଛନ୍ତି । ଏହି ସମୟରେ କାର୍ତ୍ତିକ ଆର୍ଯ୍ୟନ ନିଜ ଏକ୍ସ ଗାର୍ଲଫ୍ରେଣ୍ଡ ସାରା ଅଲି ଖାନଙ୍କୁ ହଗ୍ କରିଛନ୍ତି । ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଅଧିକ ପଢନ୍ତୁ

ଗଦର 2 ସଫଳତା ପାର୍ଟିରେ ଏକ୍ସ ଗାର୍ଲଫ୍ରେଣ୍ଡ ସାରାଙ୍କୁ ହଗ୍ କଲେ କାର୍ତ୍ତିକ ଆର୍ଯ୍ୟନ, ଭିଡିଓ ଭାଇରାଲ

ହାଇଦ୍ରାବାଦ: ସନ୍ନି ଦେଓଲଙ୍କ ଫିଲ୍ମ ଗଦର 2ର ରୋଜଗାର କମିବାର ନା ନେଉନି । ଓପନିଂ ଦିନ ଠାରୁ ଫିଲ୍ମ ବକ୍ସ ଅଫିସରେ ଅନେକ ରେକର୍ଡ ଭାଙ୍ଗିବାରେ ଲାଗିଛି । ଏହି ଫିଲ୍ମ ବର୍ତ୍ତମାନ 500 କୋଟି କ୍ଲବରେ ସାମିଲ ହେବାକୁ ଯାଉଛି । ଏହାରି ମଧ୍ୟରେ ସନ୍ନି ଦେଓଲ ଫିଲ୍ମର ସଫଳତା ଖୁସିରେ ଏକ ଗ୍ରାଣ୍ଡ ପାର୍ଟିର ଆଯୋଜନ କରିଛନ୍ତି । ଯେଉଁଥିରେ ଅନେକ ତାରକାଙ୍କୁ ଦେଖିବାକୁ ମିଳିଛି । ଏହି ସମୟରେ ବଲିଉଡ ଅଭିନେତା କାର୍ତ୍ତିକ ଆର୍ଯ୍ୟନ ଏବଂ ଅଭିନେତ୍ରୀ ସାରା ଅଲି ଖାନ ଏଥିରେ ସାମିଲ ହୋଇଛନ୍ତି । ଉଭୟ ପରସ୍ପରକୁ ଦେଖି ହଗ୍ କରୁଥିବା ଦେଖିବାକୁ ମିଳିଛି । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହୋଇଛି ।

ଭାଇରାଲ ଭିଡିଓରେ ଦେଖିବାକୁ ମିଳିଛି ଯେ, କାର୍ତ୍ତିକ ଏବଂ ସାରା ପାର୍ଟିରୁ ବାହାରୁଥିବା ସମୟରେ ପରସ୍ପରକୁ ହଗ୍ କରିଛନ୍ତି । ଯାହାକୁ ନେଇ ୟୁଜର୍ସ ଲାଇକ କରିବା ସହ ପ୍ରତିକ୍ରିୟା ଦେଇଛନ୍ତି । ଜଣେ ୟୁଜର୍ସ ଲେଖିଛନ୍ତି, ଏହା ଏକ୍ସ ୱାଲା ମୁହୂର୍ତ୍ତ । ଆଉ ଜଣେ ଲେଖିଛନ୍ତି, ସାରା ଏବଂ କାର୍ତ୍ତିକ ପୁଣି ଆଉ ଏକ ମୁଭି କରନ୍ତୁ ଏବଂ ପୁଣି ପରସ୍ପରର ପ୍ରେମରେ ପଡନ୍ତୁ । ପ୍ରକାଶ ଥାଉ କି, ଅନ୍ୟପଟେ ଏହି ପାର୍ଟିରେ କୀର୍ତ୍ତି ସାନନ ମଧ୍ୟ ଯୋଗ ଦେଇଛନ୍ତି । ସାରା କୀର୍ତ୍ତିଙ୍କୁ ମଧ୍ୟ ହଗ୍ କରି ବାଏ କହିଛନ୍ତି।

ରିପୋର୍ଟ ଅନୁସାରେ, କାର୍ତ୍ତିକ ଆର୍ଯ୍ୟନ ଏବଂ ସାରା ଅଲି ଖାନ ଇମତିଆଜ ଅଲିଙ୍କ 'ଲଭ ଆଜ କଲ୍' ଫିଲ୍ମ ପାଇଁ କାମ କରୁଥିବା ବେଳେ ଉଭୟ ଡେଟ୍ କରୁଥିବା ଚର୍ଚ୍ଚା ହୋଇଥିଲା । ପରେ ଫିଲ୍ମଟି 2020ରେ ବଡ ପରଦାକୁ ଆସିବା ପୂର୍ବରୁ ଦୁହେଁ ଅଲଗା ହୋଇଯାଇଥିଲେ। ଏଥିସହ ନିକଟରେ କାର୍ତ୍ତିକ ଅଗଷ୍ଟରେ ସାରାଙ୍କୁ ଜନ୍ମଦିନର ଶୁଭେଚ୍ଛା ମଧ୍ୟ ଜଣାଇଥିଲେ । ଅଭିନେତା ଇନଷ୍ଟାଗ୍ରାମ ଷ୍ଟୋରୀରେ 'ଲଭ ଆଜ କଲ' ପ୍ରମୋସନ ସମୟର ଏକ ଫଟୋ ସେୟାର କରି ସାରାଙ୍କୁ ଅଭିନନ୍ଦନ ଜଣାଇଥିଲେ । ପରେ କାର୍ତ୍ତିକ କୀର୍ତ୍ତିଙ୍କ ସହ 'ଲୁକା ଛୁପି' ଫିଲ୍ମ କରିଥିଲେ । ଯାହା ପରେ କାର୍ତ୍ତିକ କୀର୍ତ୍ତି ଡେଟ୍ କରୁଥିବା ଚର୍ଚ୍ଚା ହୋଇଥିଲା । ଏପରିକି ନିକଟରେ ମନୀଷ ମଲହୋତ୍ରାଙ୍କ ଘରେ ଏକାଠି ନଜର ଆସିଥିଲେ ଏହି କପଲ । କେହି ମଧ୍ୟ ନିଜ ସମ୍ପର୍କକୁ ନେଇ ଖୁଲାସା କରିନଥିବା ବେଳେ ଏବେ ପାର୍ଟିରେ 3ଜଣଙ୍କୁ ଏକାଠି ଦେଖି ଫ୍ୟାନ୍ସ ଚକିତ ହୋଇଯାଇଛନ୍ତି ।

ଏହା ମଧ୍ୟ ପଢନ୍ତୁ: ମନୀଷ ମଲହୋତ୍ରାଙ୍କ ଘରେ ଏକାଠି ନଜର ଆସିଲେ କାର୍ତ୍ତିକ-କ୍ରିତି, ଫ୍ୟାନ୍ସ ପଚାରିଲେ ବିବାହ କେବେ

ୱାର୍କପ୍ରଣ୍ଟ କଥା କହିବାକୁ ଗଲେ, ସାରାଙ୍କୁ ଅନୁରାଗ ବସୁଙ୍କ ଫିଲ୍ମ ମେଟ୍ରୋ ଇନ ଦିନୋରେ ଅଭିନେତା ଆଦିତ୍ୟ ରୟ କପୁରଙ୍କ ସହ ସ୍କ୍ରିନ ସେୟାର କରୁଥିବାର ଦେଖିବାକୁ ମିଳିବ । ସେପଟେ କାର୍ତ୍ତିକ ଆର୍ୟ୍ୟନଙ୍କୁ ଫିଲ୍ମ କବୀର ଖାନଙ୍କ ଫିଲ୍ମ ଚନ୍ଦୁ ଚମ୍ପିଆନରେ ଦେଖିବାକୁ ମିଳିବ । ଏଥିସହ ସେ ନିର୍ଦ୍ଦେଶକ ହଂସଲ ମେହେତ୍ତାଙ୍କ ଫିଲ୍ମ କ୍ୟାପଟେନ ଇଣ୍ଡିଆ ଏବଂ ଅନୁରାଗ ବସୁଙ୍କ ଆଶିକୀ 3ରେ ମଧ୍ୟ ନଜର ଆସିପାରନ୍ତି । ସେହିପରି କୀର୍ତ୍ତିଙ୍କୁ ଗଣପଥ ଭାଗ 1 ଏବଂ ଦୋ ପତିରେ ଦେଖିବାକୁ ମିଳିବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.