ETV Bharat / entertainment

ଖ୍ରୀଷ୍ଟମାସରେ ଫ୍ୟାନ୍ସଙ୍କୁ ଭେଟି ଦେଲେ ଆଲିଆ-ରଣବୀର, ଝିଅ ରାହାଙ୍କ ଦେଖାଇଲେ ଚେହେରା

author img

By ETV Bharat Odisha Team

Published : Dec 25, 2023, 10:50 PM IST

Alia-Ranbir Reveal Raha's Face: ଖ୍ରୀଷ୍ଟମାସ ଅବସରରେ ରଣବୀର କପୁର ଏବଂ ଆଲିଆ ଭଟ୍ଟ ସେମାନଙ୍କ ଝିଅ ରାହାଙ୍କ ଚେହେରା ଦେଖାଇଛନ୍ତି । ଏକ ବର୍ଷରୁ ଅଧିକ ସମୟ ଧରି ନିଜ ଝିଅକୁ ମିଡିଆ ଠାରୁ ଦୂରେଇ ରଖିଥିବା ବେଳେ ଆଜି ଏହି ଦମ୍ପତି ଝିଅର ଲୁକକୁ ଦେଖାଇଛନ୍ତି । ବର୍ତ୍ତମାନ ରାହାର ଅନେକ ଫଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।

ଖ୍ରୀଷ୍ଟମାସରେ ଫ୍ୟାନ୍ସଙ୍କୁ ଭେଟି ଦେଲେ ଆଲିଆ-ରଣବୀର, ଝିଅ ରାହାଙ୍କ ଦେଖାଇଲେ ଚେହେରା
ଖ୍ରୀଷ୍ଟମାସରେ ଫ୍ୟାନ୍ସଙ୍କୁ ଭେଟି ଦେଲେ ଆଲିଆ-ରଣବୀର, ଝିଅ ରାହାଙ୍କ ଦେଖାଇଲେ ଚେହେରା

ହାଇଦ୍ରାବାଦ: ଖ୍ରୀଷ୍ଟମାସ ଅବସରରେ ରଣବୀର କପୁର ଏବଂ ଆଲିଆ ଭଟ୍ଟ ସେମାନଙ୍କ ଫ୍ୟାନ୍ସଙ୍କୁ ଏକ ବିଶେଷ ଉପହାର ଦେଇଛନ୍ତି। ଏହି ଦମ୍ପତି ସେମାନଙ୍କ ପ୍ରିୟ ଝିଅ ରାହାଙ୍କ ଚେହେରା ଦେଖାଇଛନ୍ତି । ଏକ ବର୍ଷରୁ ଅଧିକ ସମୟ ଧରି ନିଜ ଝିଅକୁ ମିଡିଆ ଠାରୁ ଦୂରେଇ ରଖିଥିବା ବେଳେ ଆଜି ଏହି ଦମ୍ପତି ଝିଅର ଲୁକକୁ ଦେଖାଇଛନ୍ତି । ସେଲିବ୍ରିଟି ଦମ୍ପତି ନିଜ ଶିଶୁ କନ୍ୟା ସହ ପାପାରାଜି ପାଇଁ ପୋଜ୍ ଦେଇଛନ୍ତି । ବର୍ତ୍ତମାନ ରାହାଙ୍କ ଅନେକ ଫଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।

ଆଲିଆ ଭଟ୍ଟ ନିଜ ପରିବାର ସହ ଖ୍ରୀଷ୍ଟମାସ ଧୁମଧାମରେ ସେଲିବ୍ରେସନ କରିଛନ୍ତି । ଏହି ସମୟରେ ରଣବୀର ଏବଂ ଆଲିଆ ନିଜ ଝିଅ ରାହାଙ୍କ ଚେହେରା ଦେଖାଇଛନ୍ତି । ଇନଷ୍ଟାଗ୍ରାମରେ ଏକ ପାପାରାଜିଙ୍କ ଦ୍ବାରା ସେୟାର ହୋଇଥିବା ଭିଡିଓରେ ରଣବୀର ଆଲିଆ ରାହାଙ୍କ ସହ ପୋଜ ଦେଇଥିବା ନଜର ଆସିଛନ୍ତି । ରାହାଙ୍କ ଭିଡିଓ ସୋସିଆଲ ମିଡିଆ ଆସିବାର କିଛି ସମୟ ପରେ ଫ୍ୟାନ୍ସମାନେ ଏହାକୁ ବେଶ ପସନ୍ଦ କରିବା ସହ ରାହାଙ୍କ ବେଶ ପ୍ରଶଂସା କରିଛନ୍ତି । ଏବଂ ରାହାଙ୍କ ବ୍ଲୁ ଆଖି ଦେଖି ତାଙ୍କ ଜେଜେବାପା ଏବଂ ଭାରତୀୟ ଚଳଚ୍ଚିତ୍ର ଲୋକପ୍ରିୟ ଅଭିନେତା ରାଜ କପୁରଙ୍କ ସହ ସମାନ ବୋଲି ବର୍ଣ୍ଣନା କରିଛନ୍ତି ।

ସୂଚନା ଥାଉ କି, ଆଲିଆ-ରଣବୀର ବ୍ରହ୍ମାସ୍ତ୍ର ଫିଲ୍ମର ସୁଟିଂ ସମୟରେ ପ୍ରେମରେ ପଡିଯାଇଥିଲେ । ଏହାପରେ ପରସ୍ପର ଡେଟିଂ କରିବା ପରେ ୨୦୨୨, ଏପ୍ରିଲ ୧୪ ତାରିଖରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ । ଏହା ପରେ ନଭେମ୍ବର ୬, ୨୦୨୨ ରେ ଝିଅ ରାହାଙ୍କ ପିତାମାତା ହୋଇଥିଲେ । ତେବେ ଚଳିତ ବର୍ଷ ରାହାଙ୍କ ପ୍ରଥମ ଜନ୍ମଦିନରେ ଏହି ଦମ୍ପତି ଅନେକ ଖୁଲାସା କରିଥିଲେ । ବର୍ତ୍ତମାନ ରାହାଙ୍କ ଚେହେରା ସମସ୍ତଙ୍କୁ ଦେଖାଇଛନ୍ତି ।

ଏହା ମଧ୍ୟ ପଢନ୍ତୁ: ଏପରି ଖ୍ରୀଷ୍ଟମାସ ସେଲିବ୍ରେସନ କଲେ ବଲିଉଡ-ଓଲିଉଡ ତାରକା, ଫ୍ୟାନ୍ସଙ୍କୁ ଜଣାଇଲେ ଶୁଭେଚ୍ଛା

ୱାର୍କ ଫ୍ରଣ୍ଟ କଥା କହିବାକୁ ଗଲେ, ରଣବୀର କପୁରଙ୍କ ଫିଲ୍ମ ଆନିମଲ ନିକଟରେ ରିଲିଜ ହୋଇଥିଲା । ଯାହା ୫୦୦କୋଟିରୁ ଅଧିକ ଆୟ କରି ବେଶ ଲୋକପ୍ରିୟତା ସହ ସଫଳତା ହାସଲ କରୁଛି । ଏହି ସମୟରେ ଆଲିଆ ଭଟ୍ଟ ରଣଭୀର ସିଂଙ୍କ ସହ 'ରକି ଔର ରାନୀ କି ପ୍ରେମ କାହାନୀ'ରେ ନଜର ଆସିଥିଲେ । ଏହି ଫିଲ୍ମ ମଧ୍ୟ ଦର୍ଶକଙ୍କ ମନ ଜିତିଥିଲା । ବର୍ତ୍ତମାନ ଆଲିଆ ଆଗାମୀ ଚଳଚ୍ଚିତ୍ର 'ଜିଗରା'ର ସୁଟିଂରେ ବ୍ୟସ୍ତ ଅଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.