ETV Bharat / entertainment

ଇଣ୍ଟରନେଟରେ ଭାଇରାଲ ସୁଶାନ୍ତଙ୍କ ଅବିକଳ, ବଦଲା ନେବାକୁ ଆସିଛି କହିଲେ ରାକ୍ଷୀ

author img

By

Published : Aug 7, 2023, 2:20 PM IST

ତିନି ବର୍ଷ ପୂର୍ବେ ଦୁନିଆକୁ ବିଦାୟ ଦେଇଥିବା ଅଭିନେତା ସୁଶାନ୍ତ ସିଂ ରାଜପୁତ ପୁଣି ଥରେ ଚର୍ଚ୍ଚାରେ ରହିଛନ୍ତି। ସୋସିଆଲ ମିଡିଆରେ ଅଭିନେତାଙ୍କ ଅବିକଳ ଭିଡିଓ ଭାଇରାଲ ହେବାରେ ଲାଗିଛି, ଯାହାକୁ ଦେଖି ଫ୍ୟାନ୍ସ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ଏବଂ ରାକ୍ଷୀ ସାୱନ୍ତ କହିଛନ୍ତି ଯେ ସେ ପ୍ରତିଶୋଧ ନେବାକୁ ଫେରିଛନ୍ତି। ଦେଖନ୍ତୁ ଭିଡିଓ....

ଇଣ୍ଟରନେଟରେ ଭାଇରାଲ ସୁଶାନ୍ତଙ୍କ ଅବିକଳ, ବଦଲା ନେବାକୁ ଆସିଛି କହିଲେ ରାକ୍ଷୀ
ଇଣ୍ଟରନେଟରେ ଭାଇରାଲ ସୁଶାନ୍ତଙ୍କ ଅବିକଳ, ବଦଲା ନେବାକୁ ଆସିଛି କହିଲେ ରାକ୍ଷୀ

ହାଇଦ୍ରାବାଦ: ସ୍ବର୍ଗତ ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତ ଆଉ ଆମ ଗହଣରେ ନାହାନ୍ତି । ତାଙ୍କ ବିୟୋଗକୁ ପ୍ରାୟ ତିନି ବର୍ଷରୁ ଅଧିକ ସମୟ ବିତିଗଲାଣି । ହେଲେ ଆଜି ବି ସୁଶାନ୍ତ ଚର୍ଚ୍ଚାରେ ରହିଛନ୍ତି । ବର୍ତ୍ତମାନ ପୁଣି ସୁଶାନ୍ତ ସିଂ ରାଜପୁତଙ୍କ ନାମ ଚର୍ଚ୍ଚା ପରିସରକୁ ଆସିଛି । ସୋସିଆଲ ମିଡିଆରେ ସୁଶାନ୍ତଙ୍କ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି । ଯାହାକୁ ଦେଖି ଫ୍ୟାନ୍ସମାନେ ଆଶ୍ଚର୍ଯ୍ୟ ହୋଇଛନ୍ତି । ସୁଶାନ୍ତଙ୍କୁ ପୁଣି ଦେଖି ଭାବବିହ୍ବଳ ହୋଇପଡ଼ିଛନ୍ତି ଫ୍ୟାନ୍ସ । ସେପଟେ ସୁଶାନ୍ତ ରାଜପୁତଙ୍କ ଏହି ଭିଡିଓ ଦେଖି ଅଭିନେତ୍ରୀ ରାକ୍ଷୀ ସାୱନ୍ତ ମଧ୍ୟ କମେଣ୍ଟ କରିଛନ୍ତି ।

ଡୋନିମ ଆୟାନ (donim.ayaan) ଇନ୍‌ଷ୍ଟାଗ୍ରାମ ଆକାଉଣ୍ଟରେ ସୁଶାନ୍ତ ସିଂ ରାଜପୁତଙ୍କ ଅନେକ ଭିଡିଓ ଦେଖିବାକୁ ମିଳିଛି । ଯାହାକୁ ଦେଖି ଫ୍ୟାନ୍ସ ଚକିତ ହେବା ସହ ପୁଣି ନିଜ ପ୍ରିୟ ଷ୍ଟାର୍‌ଙ୍କୁ ଦେଖି ଭାବବିହ୍ବଳ ହୋଇପଡିଛନ୍ତି । ଭିଡିଓ ସେୟାର ହେବା ପରେ ଅନେକ ଫ୍ୟାନ୍ସ ଏହାକୁ ଲାଇକ କରିବା ସହ ପ୍ରତିକ୍ରିୟା ଦେଇଛନ୍ତି। ଜଣେ ପ୍ରଶଂସକ ଲେଖିଛନ୍ତି, ହେ ଭଗବାନ ଏତେ ଅବିକଳ, ବର୍ତ୍ତମାନ ସୁଶାନ୍ତ ନାହାନ୍ତି ବୋଲି ଅନୁଭବ ହେବନି। ଅନ୍ୟ ଜଣେ ଲେଖିଛନ୍ତି, ତାଙ୍କୁ ଦେଖିଲେ ଏଭଳି ଲାଗୁଛି ଭଗବାନ ସୁଶାନ୍ତଙ୍କୁ ଫେରାଇ ଦେଇଛନ୍ତି । ଆଉ ଜଣେ ଲେଖିଛନ୍ତି, "ଶେଷରେ ସୁଶାନ୍ତ ପହଞ୍ଚିଛନ୍ତି, ଆମେ ତୁମକୁ ବହୁତ ମନେ ପକାଉଛୁ ।" ସେପଟେ ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ସମୟରେ ରାକ୍ଷୀ ସାୱନ୍ତ ସୋସିଆଲ ମିଡିଆରେ ଅଭିନେତାଙ୍କ ପାଇଁ ନିଜର ଭାବନା ପ୍ରକାଶ କରିଥିଲେ । ବର୍ତ୍ତମାନ ସୁଶାନ୍ତଙ୍କ ଏହି ଭିଡିଓ ଦେଖି ସେ ଲେଖିଛନ୍ତି ଯେ ସେ ପ୍ରତିଶୋଧ ନେବାକୁ ଫେରି ଆସିଛନ୍ତି।

ତେବେ ଇନ୍‌ଷ୍ଟାଗ୍ରାମ ଆକାଉଣ୍ଟରେ ଡୋନିମ ଆୟାନ donim.ayaan ନାମକ ଆକାଉଣ୍ଟରୁ ସୁଶାନ୍ତଙ୍କ ବାଇରାଲ ହେଉଥିବା ଭିଡିଓ ସୁଶାନ୍ତଙ୍କ ଅବିକଳଙ୍କ ଅଟେ । କୁହାଯାଉଛି ଯେ AI ମାଧ୍ୟମରେ ଏହି ନୂତନ ଟେକ୍ନୋଲୋଜି ପ୍ରସ୍ତୁତ କରାଯାଇଛି । ଏହା ସାହାଯ୍ୟରେ ସୁଶାନ୍ତଙ୍କ ଅବିକଳ ଚିତ୍ର କରାଯାଇଛି । ଯାହା ସୁଶାନ୍ତଙ୍କ ଚେହେରା ସହ ମେଳ ଖାଉଛି । ତେବେ ଏହି ଟେକ୍ନୋଲୋଜି ସୁଶାନ୍ତଙ୍କୁ ପୁଣି ଆମ ଭିତରେ ଜୀବିତ କରିଛି।

ସୂଚନା ଥାଉ କି, 2020 ଜୁନ୍ 14ରେ ମୁମ୍ବାଇ ସ୍ଥିତ ଫ୍ଲାଟ୍‌ରେ ସୁଶାନ୍ତଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ଦେଖିବାକୁ ମିଳିଥିଲା । ସୁଶାନ୍ତଙ୍କ ମୃତ୍ୟୁ ଖବର ଆସିବା ମାତ୍ରେ ବଲିଉଡ ଏବଂ ତାଙ୍କ ପ୍ରଶଂସକଙ୍କ ମଧ୍ୟରେ ଶୋକର ଛାୟା ଖେଳି ଯାଇଥିଲା । ଏଥିସହିତ ସୁଶାନ୍ତଙ୍କ ମୃତ୍ୟୁର କାରଣ ବଲିଉଡ୍‌ରେ ନେପୋଟିଜିମ୍‌ ଚାଲିଥିବା କହି ପ୍ରଶଂସକମାନେ ସଲମାନ ଖାନ ଏବଂ କରଣ ଜୋହରଙ୍କ ସମେତ ଅନେକ ତାରକାଙ୍କୁ ଟାର୍ଗେଟ କରିଥିଲେ ।

ଏହା ମଧ୍ୟ ପଢନ୍ତୁ: ମନେ ପଡନ୍ତି ସୁଶାନ୍ତ, ଅଧୁରା ରହିଗଲା 50 ସ୍ବପ୍ନ

ଏପରିକି ଏହି ମାମଲାରେ ସୁଶାନ୍ତ ସିଂ ରାଜପୁତଙ୍କ ଗର୍ଲଫ୍ରେଣ୍ଡ ରିୟା ଚକ୍ରବର୍ତ୍ତୀ ମଧ୍ୟ ଛନ୍ଦି ହୋଇଥିଲେ । ଅଭିନେତ୍ରୀଙ୍କୁ ଜେଲ୍‌ ମଧ୍ୟ ଯିବାକୁ ପଡିଥିଲା। ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲାକୁ ପ୍ରାୟ 3 ବର୍ଷ ବିତିଗଲାଣି । ବିହାର ପୋଲିସଠାରୁ ଇଡି ଏବଂ ସିବିଆଇ ଏବଂ ଏନ୍‌ସିବି ପର୍ଯ୍ୟନ୍ତ ଏହି ମାମଲାର ତଦନ୍ତ କରୁଛି । ବର୍ତ୍ତମାନ ସୁଦ୍ଧା ଏହି ମାମଲାରେ କୌଣସି ସଠିକ୍ ନିଷ୍ପତ୍ତି ହୋଇନାହିଁ । ତେବେ କେବେ ଅଭିନେତାଙ୍କୁ ନ୍ୟାୟ ମିଳୁଛି ତାହାରି ଅପେକ୍ଷା ରହିଛନ୍ତି ପରିବାର ଲୋକେ ଏବଂ ଫ୍ୟାନ୍ସ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.