ETV Bharat / entertainment

The Vaccine War: ଟିଜର ରିଲିଜ, ଦେଖିବାକୁ ମିଳିଲା ପଲ୍ଲବୀ ଯୋଶୀ ଏବଂ ନାନା ପାଟେକରଙ୍କ ଝଲକ - ବିବେକ ଅଗ୍ନିହୋତ୍ରୀଙ୍କ ଫିଲ୍ମ ଦ ଭ୍ୟାକ୍ସିନ୍ ୱାର

ବିବେକ ଅଗ୍ନିହୋତ୍ରୀଙ୍କ ନିର୍ଦ୍ଦେଶିତ ଫିଲ୍ମ 'ଦ ଭ୍ୟାକ୍ସିନ୍ ୱାର'ର ଟିଜର ରିଲିଜ ହୋଇଛି । ଯେଉଁଥିରେ ଦେଶର କୋରୋନା କାଳ ଏବଂ ଏଥିପାଇଁ ପ୍ରସ୍ତୁତ ଟିକା ବିଷୟରେ କୁହାଯାଇଛି । ତେବେ ନିର୍ମାତା ସୋସିଆଲ ମିଡିଆରେ ଟିଜର ସହ ଫିଲ୍ମର ରିଲିଜ ଡେଟ ମଧ୍ୟ ଘୋଷଣା କରିଛନ୍ତି । ଅଧିକ ପଢନ୍ତୁ

The Vaccine War: ଟିଜର ରିଲିଜ, ଦେଖିବାକୁ ମିଳିଲା ପଲ୍ଲବୀ ଯୋଶୀ ଏବଂ ନାନା ପାଟେକରଙ୍କ ଝଲକ

author img

By

Published : Aug 16, 2023, 7:35 AM IST

ହାଇଦ୍ରାବାଦ: 'ଦ କାଶ୍ମୀର ଫାଇଲ୍ସ' ପରେ ପୁଣି ଏକ ବାସ୍ତବ କାହାଣୀକୁ ନେଇ ଧମାକା କରିବାକୁ ପ୍ରସ୍ତୁତ ଅଛନ୍ତି ବିବେକ ଅଗ୍ନିହୋତ୍ରୀ । ଆଗାମୀ ଫିଲ୍ମ 'ଦ ଭ୍ୟାକ୍ସିନ୍ ୱାର' ସହ ସେ ପୁଣି ପରଦାକୁ ଫେରୁଛନ୍ତି । ଗତକାଲି(ମଙ୍ଗଳବାର) ନିର୍ମାତା 'ଦ ଭ୍ୟାକ୍ସିନ୍ ୱାର' ର ଟିଜର ରିଲିଜ କରିଛନ୍ତି । ଏଥିସହ ଫିଲ୍ମର ରିଲିଜ ତାରିଖ ମଧ୍ୟ ଘୋଷଣା କରିଛନ୍ତି । ଟିଜରରେ ଫିଲ୍ମର ଦମଦାର ଝଲକ ଦେଖିବାକୁ ମିଳିଛି ।

ସ୍ୱାଧୀନତା ଦିବସ ଅବସରରେ ବିବେକ ଅଗ୍ନିହୋତ୍ରୀ ତାଙ୍କର ଆଗାମୀ ଚଳଚ୍ଚିତ୍ର 'ଦ ଭ୍ୟାକ୍ସିନ୍ ୱାର'ର ରିଲିଜ୍ ତାରିଖ ଘୋଷଣା କରିଛନ୍ତି । ସେ ଟ୍ୱିଟରରେ ଫିଲ୍ମର ଟିଜର ସେୟାର କରି ରିଲିଜ ତାରିଖ ପ୍ରକାଶ କରିଛନ୍ତି । କ୍ୟାପସନରେ ତାରିଖ ଘୋଷଣା କରି ସେ ଲେଖିଛନ୍ତି, ପ୍ରିୟ ବନ୍ଧୁଗଣ, ତୁମର ଚଳଚ୍ଚିତ୍ର 'ଦ ଭ୍ୟାକ୍ସିନ ୱାର', ଯାହା ଏକ ପ୍ରକୃତ କାହାଣୀ, 28 ସେପ୍ଟେମ୍ବର 2023ରେ ସାରା ବିଶ୍ୱରେ ମୁକ୍ତିଲାଭ କରିବ । ଆମକୁ ଆଶୀର୍ବାଦ କରନ୍ତୁ ।

  • " class="align-text-top noRightClick twitterSection" data="">

ବିବେକ ଅଗ୍ନିହୋତ୍ରୀ ତାଙ୍କ ଆଗାମୀ ଚଳଚ୍ଚିତ୍ର 'ଦି ଭ୍ୟାକ୍ସିନ୍ ୱାର' ଘୋଷଣା କରିବା ଦିନ ଠାରୁ ଏହି ଚଳଚ୍ଚିତ୍ର ପ୍ରତି ଦର୍ଶକଙ୍କ ଉତ୍ସାହ ବଢିବାରେ ଲାଗିଛି । ଏହି ଚଳଚ୍ଚିତ୍ରଟି ବୈଜ୍ଞାନିକ ସଫଳତା ଏବଂ 130 କୋଟି ଦେଶବାସୀ ଉପରେ ନିର୍ମିତ । ଯିଏ COVID-19 ସମୟରେ ଲଢେଇ କରିଥିଲେ । ଆଜି ଟିକା ପ୍ରସ୍ତୁତ ହୋଇଥିବା ଏକ ଲ୍ୟାବରୁ ଆରମ୍ଭ ହୋଇଥିବା ଫିଲ୍ମର ଟିଜର ମୁକ୍ତିଲାଭ କରିଛି । ଅନ୍ୟପକ୍ଷରେ, ବୈଜ୍ଞାନିକମାନଙ୍କର ଏକ ଟିମ୍ ଲିଫ୍ଟ ଆଡକୁ ଯାଉଥିବାର ଦେଖାଯାଇଛି, ଯେଉଁମାନେ ଟିକା ପ୍ରସ୍ତୁତ କରିବା ପାଇଁ ଏକ ସିକ୍ରେଟ ପ୍ରକ୍ରିୟା କରୁଥିବା ଦେଖିବାକୁ ମିଳିଛି । ଏହା ପରେ, ବୈଜ୍ଞାନିକ ରୋଲ ପ୍ଲେ କରୁଥିବା ପଲ୍ଲବୀ ଯୋଶୀଙ୍କର ଏବଂ ତାଙ୍କ ସହାୟକଙ୍କ ପ୍ରଥମ ଝଲକ ଦେଖିବାକୁ ମିଳିଛି ।

'ଦ ଭ୍ୟାକ୍ସିନ୍ ୱାର୍'ରୁ' ଭାରତୀୟ ବାୟୋ ସାଇଣ୍ଟିଷ୍ଟ ଏବଂ ସ୍ୱଦେଶୀ ଟିକା 'ବିଷୟରେ କିଛି ପ୍ରକାଶ ହେବାର ସମ୍ଭାବନା ଥାଇପାରେ । ଏହି ଚଳଚ୍ଚିତ୍ରଟି COVID-19 ମହାମାରୀ ସମୟରେ ଡାକ୍ତରୀ କର୍ମଚାରୀ ଏବଂ ବୈଜ୍ଞାନିକମାନଙ୍କ ପାଇଁ ଉତ୍ସର୍ଗୀକୃତ କରାଯାଇଛି । ତେବେ ଏହି ଚଳଚ୍ଚିତ୍ରରେ ପଲ୍ଲବୀ ଯୋଶୀ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି । ଏଥି ସହିତ ନାନା ପାଟେକର ଏବଂ ସପ୍ତମୀଙ୍କ ପରି ତାରକାମାନେ ମଧ୍ୟ ଏହି ଚଳଚ୍ଚିତ୍ରର ମୁଖ୍ୟ ଭୂମିକାରେ ନଜର ଆସିବେ । ଏହା ସହିତ ଏହା ହେଉଛି ପ୍ରଥମ ଚଳଚ୍ଚିତ୍ର ଯାହା 10ଟି ବିଭିନ୍ନ ଭାଷାରେ ମୁକ୍ତିଲାଭ କରିବ ।

ଏହା ମଧ୍ୟ ପଢନ୍ତୁ: ସାମ୍ନାକୁ ଆସିଲା ରିଲିଜ ଡେଟ୍‌, ଏବେ ମିଳିବ ସବୁ ପ୍ରଶ୍ନର ଜବାବ

ଏହି ଚଳଚ୍ଚିତ୍ର ବିଷୟରେ ବିବେକ ରଂଜନ ଅଗ୍ନିହୋତ୍ରୀ ପୂର୍ବରୁ କହିଥିଲେ ଯେ, 'ଯେତେବେଳେ କୋଭିଡ ଲକଡାଉନ୍ ସମୟରେ କାଶ୍ମୀର ଫାଇଲ୍ସ ସ୍ଥଗିତ ରଖାଗଲା, ମୁଁ ଏହା ଉପରେ ରିସର୍ଚ୍ଚ କରିବା ଆରମ୍ଭ କଲି । ତା’ପରେ ଆମେ ICMR ଏବଂ NIV ର ବୈଜ୍ଞାନିକମାନଙ୍କ ସହ ଅନୁସନ୍ଧାନ କରିବା ଆରମ୍ଭ କଲୁ, ଯେଉଁମାନେ ଆମର ନିଜସ୍ୱ ଟିକାକୁ ସମ୍ଭବ କଲେ । ସେମାନଙ୍କର ସଂଗ୍ରାମ ଏବଂ ବଳିଦାନର କାହାଣୀ ଅତ୍ୟନ୍ତ ଜବରଦସ୍ତ ଥିଲା ଏବଂ ଅନୁସନ୍ଧାନ କରିବାବେଳେ ଆମେ ବୁଝିପାରିଲୁ ଯେ ଏହି ବୈଜ୍ଞାନିକମାନେ କେବଳ ଯେ ବିଦେଶୀ ଏଜେନ୍ସିଙ୍କ ସହ ନୁହେଁ ବରଂ ଆମ ନିଜ ଲୋକମାନେ ଭାରତ ବିରୁଦ୍ଧରେ ବି ଯୁଦ୍ଧ କରିଥିଲେ । ତଥାପି ଆମେ ଶସ୍ତା ଏବଂ ନିରାପଦ ଟିକା ତିଆରି କରି ଆମେ ମହାମାରୀ ବିରୁଦ୍ଧରେ ଲଢି ସଫଳତା ହାସଲ କଲୁ । ମୁଁ ଭାବିଲି ଯେ ଏହି କାହାଣୀଟି ନିଶ୍ଚୟ କରାଯିବ ଦରକାର । ଯାହା ଦ୍ବାରା ପ୍ରତ୍ୟେକ ଭାରତୀୟ ନିଜ ଦେଶ ପାଇଁ ଗର୍ବିତ ଅନୁଭବ କରିବେ । ସପ୍ତମୀ ଗୌଡା ଏବଂ ରାଇମା ସେନ୍ ମଧ୍ୟ ଏହି ଚଳଚ୍ଚିତ୍ରର ଏକ ଅଂଶ ଅଟନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.