ETV Bharat / entertainment

CBFC Corruption Row: ଆକ୍ସନ ପରେ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲେ ସାଉଥ୍‌ ଅଭିନେତା ବିଶାଲ - ବିଶାଲଙ୍କ ସେନ୍ସର ବୋର୍ଡ ବିରୋଧରେ ଗମ୍ଭୀର ଅଭିଯୋଗ

ସେନ୍ସର ବୋର୍ଡ ଦୁର୍ନୀତି ମାମଲାରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ପାଇଁ ସାଉଥ୍‌ ଅଭିନେତା ବିଶାଲ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଏଥିପାଇଁ ଅଭିନେତା ତାଙ୍କ ଟ୍ବିଟରରେ ଏକ ଲମ୍ବା ପୋଷ୍ଟ ସେୟାର କରିଛନ୍ତି । ଅଧିକ ପଢନ୍ତୁ

ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଧନ୍ୟବାଦ ଜଣାଇଲେ ବିଶାଲ

author img

By ETV Bharat Odisha Team

Published : Sep 30, 2023, 1:26 PM IST

ହାଇଦ୍ରାବାଦ: ସେନ୍ସର ବୋର୍ଡ ଦୁର୍ନୀତି ମାମଲା ଏବେ ତଦନ୍ତ ଘେରରେ । ଗତ ଦୁଇ ଦିନ ତଳେ ସେଣ୍ଟ୍ରାଲ ବୋର୍ଡ ଅଫ୍ ଫିଲ୍ମ ସାର୍ଟିଫିକେସନ୍ (ସିବିଏଫସି)ର ଅଧିକାରୀଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗ ଆଣିଥିଲେ ସାଉଥ ସୁପରଷ୍ଟାର ବିଶାଲ । ସେ ଅଭିଯୋଗ କରିଥିଲେ କି, ତାଙ୍କ ଫିଲ୍ମ 'ମାର୍କ ଆଣ୍ଟୋନି'କୁ ନେଇ ଘୋଟଲା ହୋଇଛି । ଏହାର ତଦନ୍ତ ପାଇଁ ପ୍ରଧାନମନ୍ତ୍ରୀ ଓ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କୁ ନିବେଦନ କରିଥିଲେ । ଅଭିନେତାଙ୍କ ଆବେଦନକୁ ଗ୍ରହଣ କରି ସୂଚନା ଏବଂ ପ୍ରସାରଣ ମନ୍ତ୍ରୀ ଅନୁରାଗ ଠାକୁର ଏହି ଘଟଣାର ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିଲେ । ଏହି ମାମଲାରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ପାଇଁ ଅଭିନେତା ବିଶାଲ ଆଜି (30 ସେପ୍ଟେମ୍ବର) ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଅଭିନେତା ଏକ୍ସରେ ଏକ ଲମ୍ବା ପୋଷ୍ଟ ସେୟାର କରି ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

ଏହା ମଧ୍ୟ ପଢନ୍ତୁ: Vishal Vs CBFC: ବିଶାଲଙ୍କ ଅଭିଯୋଗ ପରେ ତତ୍ପର ସରକାର, ସେନ୍ସର ବୋର୍ଡ ଦୁର୍ନୀତି ମାମଲାର ତଦନ୍ତ ଆରମ୍ଭ

  • I sincerely thank @MIB_India for taking immediate steps on this important matter pertaining to corruption issue in #CBFC Mumbai. Thank you very much for the necessary action taken and definitely hoping for this to be an example for every government official who intends to or is…

    — Vishal (@VishalKOfficial) September 30, 2023 " class="align-text-top noRightClick twitterSection" data=" ">

ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ: ବିଶାଲ

ଅଭିନେତା ବିଶାଲ ତାଙ୍କ ପୂର୍ବ ପୋଷ୍ଟରେ ଲେଖିଛନ୍ତି, ସିବିଏଫସି (ମୁମ୍ବାଇ)ରେ ଦୁର୍ନୀତି ସହ ଜଡିତ ଏହି ଗୁରୁତ୍ୱପୂର୍ଣ୍ଣ ମାମଲାରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିବାରୁ ମୁଁ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟକୁ ଧନ୍ୟବାଦ ଜଣାଉଛି, ଏଥିରେ ଆବଶ୍ୟକ ପଦକ୍ଷେପ ନେଇଥିବାରୁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ । ଏବଂ ନିଶ୍ଚିତ ଭାବରେ ଆଶା କରୁଛି ଯେ ଦୁର୍ନୀତି ସହ ଜଡିତ ପ୍ରତ୍ୟେକ ସରକାରୀ ଅଧିକାରୀଙ୍କ ପାଇଁ ଏହା ଏକ ଉଦାହରଣ ହେବ, ଯେଉଁମାନେ ଦୁର୍ନୀତିରେ ଲିପ୍ତ ଏବଂ ବର୍ତ୍ତମାନ ଦେଶର ସେବା କରିବା ପାଇଁ ଏକ ସଚ୍ଚୋଟ ମାର୍ଗ ଆପଣାଇବେ, ଦୁର୍ନୀତି ପଥରେ ନୁହେଁ । ମୁଁ ପୁଣି ଥରେ ଆମର ପ୍ରଧାନମନ୍ତ୍ରୀ ଏବଂ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀଙ୍କୁ ଅଭିନନ୍ଦନ ଜଣାଉଛି, ବର୍ତ୍ତମାନ ସମସ୍ତେ ଏହି ପଦକ୍ଷେପ ପାଇଁ ପ୍ରସ୍ତୁତ, ଏହା ମୋ ତଥା ଲୋକଙ୍କ ପାଇଁ ଏକ ଆଶାର ଭାବନା ସୃଷ୍ଟି କରୁଛି, ବର୍ତ୍ତମାନ ଦୁର୍ନୀତିରୁ ଲୋକମାନଙ୍କୁ ମୁକ୍ତି ମିଳିବ ଜୟ-ହିନ୍ଦ ।

ଏହା ମଧ୍ୟ ପଢନ୍ତୁ: ସାଉଥ୍‌ଷ୍ଟାର ବିଶାଲଙ୍କ ସେନ୍ସର ବୋର୍ଡ ବିରୋଧରେ ଗମ୍ଭୀର ଅଭିଯୋଗ, କହିଲେ-ଫିଲ୍ମ ପାସ୍ କରିବା ପାଇଁ ଲାଞ୍ଚ ଦେଇଛି

  • The issue of corruption in CBFC brought forth by actor @VishalKOfficial is extremely unfortunate.

    The Government has zero tolerance for corruption and strictest action will be taken against anyone found involved. A senior officer from the Ministry of Information & Broadcasting…

    — Ministry of Information and Broadcasting (@MIB_India) September 29, 2023 " class="align-text-top noRightClick twitterSection" data=" ">

ଏହି ଘଟଣାରେ ତଦନ୍ତ ଆରମ୍ଭ

ଏହାପୂର୍ବରୁ ସେପ୍ଟେମ୍ବର 29ରେ ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟର ଅଫିସିଆଲ୍ ଏକ୍ସ ହ୍ୟାଣ୍ଡେଲରେ ଏହି ବିଷୟରେ ଏକ ପୋଷ୍ଟ ସେୟାର କରାଯାଇଥିଲା । ଏଥିରେ ଲେଖାଯାଇଥିଲା, ଅଭିନେତା ବିଶାଲ ସିବିଏଫସିରେ ଦୁର୍ନୀତି ପ୍ରସଙ୍ଗ ଉଠାଇଛନ୍ତି, ଏହା ଆମ ପାଇଁ ଦୁର୍ଭାଗ୍ୟର ବିଷୟ, ସରକାର ଦୁର୍ନୀତି ବିରୋଧରେ ଏବଂ ଏହି ପ୍ରସଙ୍ଗରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ, ମନ୍ତ୍ରଣାଳୟ ପକ୍ଷରୁ ଜଣେ ବରିଷ୍ଠ ଅଧିକାରୀଙ୍କୁ ଆଜି ଠାରୁ ତଦନ୍ତ ଆରମ୍ଭ କରିବା ପାଇଁ ମୁମ୍ବାଇ ପଠାଯାଇଛି । ଆଜି ଆମେ ସମସ୍ତଙ୍କୁ ଅନୁରୋଧ କରୁଛୁ ଯେ, CBFC ରେ ଏମିତି କୌଣସି ମାମଲା ସମ୍ପର୍କରେ jsfilms.inb@nic.inରେ ସୂଚନା ଦିଅନ୍ତୁ, ମନ୍ତ୍ରଣାଳୟ ସହିତ ସହଯୋଗ କରନ୍ତୁ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.