ETV Bharat / entertainment

Vikram Birthday: ଜନ୍ମଦିନରେ ଦର୍ଶକଙ୍କୁ ନୂଆ ଫିଲ୍ମ ‘ଥଙ୍ଗଲାନ’ ଭେଟି ଦେଲେ ଅପରିଚିତ ନାୟକ

author img

By

Published : Apr 17, 2023, 12:03 PM IST

'ଅପରିଚିତ' ଏବଂ 'ଆଇ' ଭଳି ହିଟ୍ ଫିଲ୍ମର ଅଭିନେତା ବିକ୍ରମଙ୍କ ଆଜି ହେଉଛି 57 ତମ ଜନ୍ମଦିନ । ଏହି ଅବସରରେ ଆଗାମୀ ଫିଲ୍ମର ଟାଇଟଲ ଘୋଷଣା କରି ଫ୍ୟାନ୍ସଙ୍କୁ ବଡ ଉପହାର ଦେଇଛନ୍ତି ବିକ୍ରମ । ଏଥିସହ ଫିଲ୍ମରୁ ତାଙ୍କ ପ୍ରଥମ ଲୁକ ମଧ୍ୟ ସେୟାର କରିଛନ୍ତି । ଅଧିକ ପଢନ୍ତୁ

ବିକ୍ରମଙ୍କ ଜନ୍ମଦିନରେ ଆଗାମୀ ଫିଲ୍ମ 'ଥଙ୍ଗାଲାନ'ର ଟିଜର ସହ ପ୍ରଥମ ଲୁକ୍ ରିଲିଜ

ହାଇଦ୍ରାବାଦ: ସାଉଥ ସୁପରଷ୍ଟାର ବିକ୍ରମ ଆଜି ତାଙ୍କ 57ତମ ଜନ୍ମଦିନ ପାଳନ କରୁଛନ୍ତି । ଏହି ଅବସରରେ ସେ ତାଙ୍କ ଫ୍ୟାନ୍ସଙ୍କୁ ଏକ ବଡ ଉପହାର ଦେଇଛନ୍ତି । ସୋସିଆଲ ମିଡିଆରେ ନିଜ ଆଗାମୀ ଫିଲ୍ମର ଟାଇଟଲ 'ଥଙ୍ଗଲାନ' ଘୋଷଣା ସହ ଫିଲ୍ମରୁ ତାଙ୍କ ପ୍ରଥମ ଲୁକ ସେୟାର କରିଛନ୍ତି ବିକ୍ରମ । ସେହିପରି ଫିଲ୍ମର ଟିଜର ମଧ୍ୟ ରିଲିଜ ହୋଇଛି । ତେବେ ଫ୍ୟାନ୍ସ ଏହାକୁ ଖୁବ ପସନ୍ଦ କରିବା ସହ ପ୍ରତିକ୍ରିୟାରେ ଅଭିନେତାଙ୍କୁ ଶୁଭକାମନା ଜଣାଇଛନ୍ତି ।

ବିକ୍ରମ ନିଜ ଇନଷ୍ଟାଗ୍ରାମ ହ୍ୟାଣ୍ଡଲରେ ଫିଲ୍ମ ଆଗାମୀ ଫିଲ୍ମର ଟାଇଟଲ ଘୋଷଣା ସହ ନିଜ ପ୍ରଥମ ଲୁକ ସେୟାର କରିଛନ୍ତି । ଯେଉଁଥିରେ ଫିଲ୍ମର ଟାଇଟଲ ସହ ତାଙ୍କ ପ୍ରଥମ ଲୁକ ମଧ୍ୟ ଦେଖିବାକୁ ମିଳିଛି । ପୋଷ୍ଟ ସେୟାର କରି ଅଭିନେତା କ୍ୟାପସନରେ 'ଥଙ୍ଗଲାନ' ଲେଖିଛନ୍ତି । ଫିଲ୍ମର ଟିଜର ମଧ୍ୟ ରିଲିଜ କରାଯାଇଛି । ଟିଜରରେ ବିକ୍ରମଙ୍କୁ ଏକ ଦମଦାର ଲୁକରେ ଦେଖିବାକୁ ମିଳିଛି ।

ତେବେ ଏହି ଫିଲ୍ମରେ ସାଉଥ ଅଭିନେତ୍ରୀ ମାଲବିକା ମୋହନନ ବିକ୍ରମଙ୍କ ବିପକ୍ଷରେ ନଜର ଆସିବେ । ଅଭିନେତ୍ରୀ ମାଲବିକା ମଧ୍ୟ ଏହି ପୋଷ୍ଟ ସେୟାର କରି ବିକ୍ରମଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି । ସେପଟେ ଫ୍ୟାନ୍ସ ମଧ୍ୟ ବିକ୍ରମଙ୍କ ପୋଷ୍ଟକୁ ଲାଇକ କରିବା ସହ ଜନ୍ମଦିନ ଏବଂ ଫିଲ୍ମ ପାଇଁ ଶୁଭକାମନା ଜଣାଇଛନ୍ତି ।

ତେବେ 'ଥଙ୍ଗଲାନ' ଫିଲ୍ମର ନିର୍ଦ୍ଦେଶକ PA ରଣଜିତ୍ ଥିବା ବେଳେ ଫିଲ୍ମର ନିର୍ମାତା ହେଉଛନ୍ତି K.E. ଜ୍ଞାନଭରେଜା । ଏହି ଫିଲ୍ମର ସୁଟିଂ ଆଜି ଅର୍ଥାତ ଅଭିନେତାଙ୍କ ଜନ୍ମଦିନରେ ଆରମ୍ଭ ହୋଇଛି । ଏଥିସହ ଏହି ଫିଲ୍ମରେ ଜି.ଭି ପ୍ରକାଶଙ୍କ ଗୀତ ରହିଛି । ଏହା ଏକ ପାନ ଇଣ୍ଡିଆ ଫିଲ୍ମ ହୋଇଥିବା ବେଳେ ଏହା ତାମିଲ ବ୍ୟତୀତ ହିନ୍ଦୀ, ତେଲୁଗୁ, କନ୍ନଡ ଏବଂ ମାଲାୟାଲମରେ ରିଲିଜ ହେବ ।

  • " class="align-text-top noRightClick twitterSection" data="">

ସୂଚନା ଥାଉ କି, ଭାରତୀୟ ସିନେମାରେ ବିକ୍ରମ 3 ଦଶନ୍ଧିରୁ ଅଧିକ ସମୟ ଧରି ତାଙ୍କ ଫିଲ୍ମ ସହିତ ଦର୍ଶକଙ୍କୁ ମନୋରଞ୍ଜନ କରିଆସୁଥିଲେ । ବିକ୍ରମଙ୍କ ହିଟ୍ ତାଲିକାରେ ଅନେକ ଫିଲ୍ମ ସାମିଲ ରହିଛି । 'ଅପରିଚିତ', 'ସେତୁ' ଏବଂ 'ଆଇ' ଭଳି ଯାହା ବକ୍ସ ଅଫିସରେ ଧମାକା କରିଛି । ବିକ୍ରମ ଏବଂ ତାଙ୍କର ହିଟ୍ ଫିଲ୍ମ କେବଳ ସାଉଥରେ ନୁହେଁ ହିନ୍ଦୀ ଦର୍ଶକଙ୍କୁ ମନ ଜିଣିବାରେ ମଧ୍ୟ ସକ୍ଷମ ହୋଇଛି । ବିକ୍ରମଙ୍କୁ ଶେଷ ଥର ପାଇଁ ସାଉଥ ଭେଟେରାନ୍ ନିର୍ଦ୍ଦେଶକ ମଣି ରତ୍ନାମଙ୍କ ଫିଲ୍ମ 'ପୋନିୟିନ୍ ସେଲଭାନ୍ ପାର୍ଟ -1'ରେ ଦେଖିବାକୁ ମିଳିଥିଲା ​​ଏବଂ ବର୍ତ୍ତମାନ ସେ' ପୋନିୟିନ୍ ସେଲଭାନ୍ ପାର୍ଟ-୨ 'ରେ ମଧ୍ୟ ନଜର ଆସିବେ । ଯାହା ଏପ୍ରିଲ 28ରେ ରିଲିଜ କରିବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.