ETV Bharat / entertainment

ତମନ୍ନା ଭାଟିଆଙ୍କ ସହ ରିଲେସନସିପ୍‌କୁ ନେଇ ମୁହଁ ଖୋଲିଲେ ବିଜୟ ବର୍ମା

author img

By ETV Bharat Odisha Team

Published : Sep 4, 2023, 12:06 PM IST

ବି-ଟାଉନରେ ଅଭିନେତ୍ରୀ ତମନ୍ନା ଭାଟିଆ ଏବଂ ବିଜୟ ବର୍ମାଙ୍କ ସମ୍ପର୍କକୁ ନେଇ ଖୁବ୍‌ ଆଲୋଚନା ହେଉଛି। ଉଭୟ ପ୍ରାୟତଃ ପରସ୍ପର ସହିତ ନଜର ଆସୁଛନ୍ତି । ଲଷ୍ଟ ଷ୍ଟୋରୀ 2 ରେ ଅଭିନୟ କରିଥିବା ଏହି ଯୋଡି ରିୟଲ ଲାଇଫ୍‌ରେ ମଧ୍ୟ ଡେଟିଂ କରୁଛନ୍ତି। ଏନେଇ କ’ଣ କହିଛନ୍ତି ବିଜୟ ବର୍ମା ଜାଣନ୍ତୁ । ଅଧିକ ପଢନ୍ତୁ

ତମନ୍ନା ଭାଟିଆ ବିଜୟ ବର୍ମା
ତମନ୍ନା ଭାଟିଆ ବିଜୟ ବର୍ମା

ମୁମ୍ବାଇ: ବଲିଉଡରେ ଲଭ୍‌, ଆଫେୟାର ଏବଂ ରିଲେସନସିପ୍‌ ଖବରକୁ ସେଲିବ୍ରିଟି ପ୍ରାୟତଃ ଲୁଚାଇ ରଖନ୍ତି । କିନ୍ତୁ ବିଜୟ ବର୍ମା ସେହି ଅଭିନେତାମାନଙ୍କ ମଧ୍ୟରୁ ଜଣେ ଯିଏ ନିଜ ପ୍ରେମକୁ ଖୋଲାଖୋଲି ଭାବରେ ପ୍ରକାଶ କରନ୍ତି । ଗତ କିଛି ଦିନ ହେବ ବିଜୟ ବର୍ମା ଏବଂ ତମନ୍ନା ଭାଟିଆଙ୍କ ମଧ୍ୟରେ ସମ୍ପର୍କ ଥିବା ଖବର ଚର୍ଚ୍ଚାରେ ଅଛି । OTT ଚଳଚ୍ଚିତ୍ର ଲଷ୍ଟ୍‌ ଷ୍ଟୋରୀ 2ରେ ତମନ୍ନା ଏବଂ ବିଜୟଙ୍କ ସିଜଲିଂ କେମେଷ୍ଟ୍ରି ଦେଖିବାକୁ ମିଳିଥିଲା ।​ ବର୍ତ୍ତମାନ ଲଷ୍ଟ୍‌ ଷ୍ଟୋରୀ-2ର ପ୍ରମୋସନ ଚାଲିଥିବା ସମୟରେ ଉଭୟ ବିଜୟ ଏବଂ ତମନ୍ନା ନିଜର ପ୍ରେମ ବ୍ୟକ୍ତ କରିଛନ୍ତି ।

ତେବେ ପୂର୍ବରୁ ତମନ୍ନା ଏବଂ ବିଜୟ ପରସ୍ପରକୁ ଭଲ ବନ୍ଧୁ ବୋଲି କହୁଥିଲେ । କିନ୍ତୁ ସେମାନଙ୍କର ପ୍ରେମ ଅଧିକ ଲୁଚି ରହିପାରିଲା ନାହିଁ । ତମନ୍ନା ଏବଂ ବିଜୟଙ୍କ ରିଲେସନ ବିଷୟରେ ଆଲୋଚନା ପ୍ରାୟତଃ ସବୁବେଳେ ହୋଇଥାଏ । ବର୍ତ୍ତମାନ ଏକ ସାକ୍ଷାତକାରରେ ବିଜୟ ବର୍ମାଙ୍କୁ ପଚରାଗଲା ସେ କାହିଁକି ନିଜ ସମ୍ପର୍କକୁ ଲୁଚାଇ ରଖିଛନ୍ତି ? ଅନ୍ୟ ଅଭିନେତାମାନଙ୍କ ପରି, ଆପଣ ତାଙ୍କୁ କେବଳ ଜଣେ ଭଲ ବନ୍ଧୁ ବୋଲି କହିବାର ପଥ ଅନୁସରଣ କରୁଛନ୍ତି କି ? ଏହାର ପ୍ରତିକ୍ରିୟାରେ ବିଜୟ ବର୍ମା କହିଛନ୍ତି, 'ମୋତେ ମୁଗଲ-ଏ-ଆଜମ'ର ‘ଜବ ପ୍ୟାର କିୟା ତୋ ଡରନା କ୍ୟା' ଗୀତ ମୋତେ ବହୁତ ଭଲ ଲାଗେ ।'

ଏହା ମଧ୍ୟ ପଢନ୍ତୁ: Vijay Tamnna: ମୁଭି ଡେଟ୍‌ ନାଇଟରେ ସ୍ପଟ୍‌ ହେଲେ ଲଭବାର୍ଡ ବିଜୟ-ତମନ୍ନା, ଭିଡିଓ ଭାଇରାଲ

ବିଜୟ ଭର୍ମା ହେଉଛନ୍ତି OTT ସୁପରଷ୍ଟାର

ବିଜୟ ଭର୍ମା OTTର ସୁପରଷ୍ଟାର ହୋଇପାରିଛନ୍ତି । ଆଲିଆ ଭଟ୍ଟଙ୍କ ସହ ଫିଲ୍ମ 'ଡାର୍ଲିଙ୍ଗ୍ସ'ରେ ନକାରାତ୍ମକ ଭୂମିକା ଗ୍ରହଣ କରିଥିବା ବିଜୟ ବର୍ମା ଗତ କିଛି ଦିନ ମଧ୍ୟରେ ନକରାତ୍ମକ ଭୂମିକାରେ ଅଭିନୟ କରୁଥିବା ଜଣେ ଅଭିନେତା ହୋଇପାରିଛନ୍ତି । ଲୋକମାନେ ମଧ୍ୟ ତାଙ୍କୁ ନକରାତ୍ମକ ଚରିତ୍ରରେ ପସନ୍ଦ କରୁଛନ୍ତି । ପରେ ବିଜୟ ଦାହାଡ ଏବଂ ତା’ପରେ ଲଷ୍ଟ୍‌ ଷ୍ଟୋରୀ-2ରେ ଏକ ନକାରାତ୍ମକ ଭୂମିକାରେ ଅଭିନୟ କରିଛନ୍ତି, କିନ୍ତୁ ବର୍ତ୍ତମାନ ସେ ଏଥିରୁ ବାହାରକୁ ଯାଇ ବିଭିନ୍ନ ପ୍ରକାରର ଭୂମିକା ଗ୍ରହଣ କରିବାକୁ ଚାହୁଁଛନ୍ତି ।

କରୀନାଙ୍କ ଜାନେଜାନ୍‌ରେ ନଜର ଆସିବେ

ବିଜୟ ବର୍ମା ଖୁବଶୀଘ୍ର କରୀନା କପୁରଙ୍କ ସହ ତାଙ୍କ OTT ଡେବ୍ୟୁ ଫିଲ୍ମ 'ଜାନେ ଜାନ୍‌'ରେ ନଜର ଆସିବେ । ଟିଜରକୁ ଦେଖିଲେ ଅନୁମାନ କରାଯାଇପାରେ ଯେ ବିଜୟ ଜଣେ ପୋଲିସ୍ ଭୂମିକାରେ ଅଭିନୟ କରୁଛନ୍ତି । କରୀନା କପୁରଙ୍କ ବ୍ୟତୀତ ଜୟଦୀପ ଅହଲବତ ମଧ୍ୟ ଏହି ଚଳଚ୍ଚିତ୍ରରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଛନ୍ତି । ଜାନେଜାନ୍‌ ଟ୍ରେଲର 5 ସେପ୍ଟେମ୍ବରରେ ଆସିପାରେ । ଜାନେଜାନ୍‌ 21 ସେପ୍ଟେମ୍ବରରେ OTT ପ୍ଲାଟଫର୍ମ ନେଟଫ୍ଲିକ୍ସରେ ଷ୍ଟ୍ରିମ୍ ହେବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.