ETV Bharat / entertainment

ଜନ୍ମଦିନ ପୂର୍ବରୁ ଥାଲାପତି ବିଜୟଙ୍କୁ ଭେଟି, ଟାଇମ୍ସ ସ୍କୋୟାର ବିଲବୋର୍ଡରେ ପ୍ରଦର୍ଶିତ ହେଲା ଚିତ୍ର - ବିଜୟଙ୍କ ଚିତ୍ର ଟାଇମ୍ସ ସ୍କୋୟାର ବିଲବୋର୍ଡରେ ପ୍ରଦର୍ଶିତ

ସାଉଥ ସୁପରଷ୍ଟାର ଥାଲାପତି ବିଜୟ 22ଜୁନରେ ତାଙ୍କ ଜନ୍ମଦିନ ପାଳନ କରିବେ। କିନ୍ତୁ ତାଙ୍କ ଜନ୍ମଦିନ ପୂର୍ବରୁ ପ୍ରଶଂସକଙ୍କ ଠାରୁ ଏକ ବିଶେଷ ଉପହାର ମିଳିଛି । ନ୍ୟୁୟର୍କର ଟାଇମ୍ସ ସ୍କୋୟାର ବିଲବୋର୍ଡରେ ବିଜୟଙ୍କ ଚିତ୍ର ପ୍ରଦର୍ଶିତ ହୋଇଛି । ଫଳରେ ଏନେଇ ସେ ପ୍ରଥମ ତାମିଲ ଅଭିନେତା ହୋଇପାରିଛନ୍ତି। ଅଧିକ ପଢନ୍ତୁ,

ଟାଇମ୍ସ ସ୍କୋୟାର ବିଲବୋର୍ଡରେ ପ୍ରଦର୍ଶିତ ହେଲା ବିଜୟଙ୍କ ଚିତ୍ର

author img

By

Published : Jun 21, 2023, 8:09 AM IST

ମୁମ୍ବାଇ: ସାଉଥ ସୁପରଷ୍ଟାର ବିଜୟ ଥାଲାପତି 22 ଜୁନରେ ତାଙ୍କ ଜନ୍ମଦିନ ପାଳନ କରିବାକୁ ଯାଉଛନ୍ତି । ଏହାପୂର୍ବରୁ ତାଙ୍କ ପ୍ରଶଂସକମାନେ ତାଙ୍କୁ ଏକ ସୁନ୍ଦର ଉପହାର ଭେଟି ଦେଇଛନ୍ତି । ଟାଇମ୍ସ ସ୍କୋୟାର ବିଲବୋର୍ଡରେ ବିଜୟଙ୍କ ଚିତ୍ର ପ୍ରଦର୍ଶିତ ହୋଇଛି । ଏହା ସହ ସେ ପ୍ରଥମ ତାମିଲ ଅଭିନେତା ହୋଇପାରିଛନ୍ତି ଯିଏ, ଟାଇମ୍ସ ସ୍କୋୟାର ବିଲବୋର୍ଡରେ ସ୍ଥାନ ପାଇଛନ୍ତି ।

ବିଜୟଙ୍କ ଜନ୍ମଦିନ ପୂର୍ବରୁ, ତାଙ୍କ ଫ୍ୟାନ୍ସମାନେ ନିଷ୍ପତ୍ତି ନେଇଥିଲେ ଯେ ଏହି ଦିନଟି ତାଙ୍କ ପାଇଁ ବିଶେଷ ହେବା ଉଚିତ୍ । ସେଥିପାଇଁ ନ୍ୟୁୟର୍କ ସହରର ଟାଇମ୍ସ ସ୍କୋୟାର ବିଲବୋର୍ଡରେ ଏହି ଅଭିନେତାଙ୍କୁ ସ୍ଥାନିତ କରାଯାଇଥିଲା ଏବଂ ତାଙ୍କ ଜନ୍ମଦିନ ପୂର୍ବରୁ ବିଲବୋର୍ଡରେ ପ୍ରଦର୍ଶିତ ହୋଇଥିବା ଏକ ଛୋଟ ଭିଡିଓରେ ଅଭିନେତାଙ୍କର ଅନେକ ଫଟୋ ଦେଖିବାକୁ ମିଳିଛି । ଏଥିରେ ପ୍ରଥମ ତାମିଲ ଅଭିନେତା ଭାବେ ବିଜୟ ସ୍ଥାନ ପାଇଛନ୍ତି । ବିଜୟଙ୍କ 39 ତମ ଜନ୍ମଦିନ ଅବସରରେ ନ୍ୟୁୟର୍କର ଟାଇମ୍ସ ସ୍କୋୟାରରେ ଅବସ୍ଥିତ NASDAQର ବିଶାଳ ବିଲବୋର୍ଡରେ ଅଭିନେତାଙ୍କର ତାଙ୍କର କିଛି ଆଇକନ୍ ପୋଷ୍ଟର ଥିବା ଏକ ଭିଡିଓ ପ୍ରଦର୍ଶିତ ହୋଇଛି । ଏହି ଭିଡିଓରେ ଥେରି (2016), ସାର୍କ (2018), ମାଷ୍ଟର (2021), ବିଷ୍ଟ (2022) ଏବଂ ଭାରିସୁ (2023)ରୁ କ୍ଲିପିଂ ରହିଛି ।

ବିଜୟ ବର୍ତ୍ତମାନ ତାଙ୍କର ଆଗାମୀ ଚଳଚ୍ଚିତ୍ର 'ଲିଓ'ରେ କାମ କରୁଛନ୍ତି । ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଛନ୍ତି ଲୋକେଶ କନାଗରାଜ । ଏହା ଏକ ଆକ୍ସନ୍ ଫିଲ୍ମ, ଯାହା ଅକ୍ଟୋବର 19, 2023ରେ ସିନେମାହଲରେ ରିଲିଜ କରିବ । ଏଥିରେ ବଲିଉଡ ଅଭିନେତା ସଞ୍ଜୟ ଦତ୍ତ ଖଳାୟକଙ୍କ ଭୂମିକାରେ ନଜର ଆସିବାକୁ ଥିବା ବେଳେ ଅଭିନେତ୍ରୀ ତ୍ରିଶା କୃଷ୍ଣନ, ଗୌତମ ବାସୁଦେବ ମେନନ୍, ମିସ୍କିନ୍, ଅର୍ଜୁନ ଏବଂ ପ୍ରିୟା ଆନନ୍ଦଙ୍କୁ ମଧ୍ୟ ଏକ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି । ଏଥିସହ ତାଙ୍କର ପରବର୍ତ୍ତୀ ଚଳଚ୍ଚିତ୍ର 'ଥାଲାପତି 68' ଭେଙ୍କଟ ପ୍ରଭୁ ନିର୍ଦ୍ଦେଶନା ଦେବେ । ରିପୋର୍ଟ ଅନୁଯାୟୀ, ଥାଲାପତି 68 ଏପର୍ଯ୍ୟନ୍ତ ତାଙ୍କ ସର୍ବୋତ୍ତମ ଚଳଚ୍ଚିତ୍ର ହେବ, ଯେଉଁଥିରେ ହାଇଟେକ ପ୍ରଡକ୍ସନ ସାମିଲ ହୋଇଛି । ଏହି ଚଳଚ୍ଚିତ୍ର 2024ରେ ରିଲିଜ ହେବ ।

ସୂଚନା ଥାଉ କି, 1984ରେ ଥାଲପତି ବିଜୟ 10 ବର୍ଷ ବୟସରେ ଶିଶୁ କଳାକାର ଭାବେ ଭେତ୍ରୀ ତାମିଲ ଫିଲ୍ମରୁ ନିଜ ଅଭିନୟ କ୍ୟାରିଅର ଆରମ୍ଭ କରିଥିଲେ । ପରେ କୁଡୁମବମ(1984), ବସନ୍ଥା ରାଗମ(1986), ସତମ ଅରୁ ଭିଲାଆଟୁ(1987), ଇଥୁ ଏଙ୍ଗଲ ନେଥି(1988) ଫିଲ୍ମରେ ମଧ୍ୟ ନଜର ଆସିଥିଲେ । ନାନ ସିଗାପୁ ମନିତାନ(1985)ରେ ରଜନୀକାନ୍ତଙ୍କ ସହ ମୁଖ୍ୟ ଭୂମିକାରେ ନଜର ଆସିଥିଲେ ବିଜୟ । ସେ ନିଜର ଅଭିନୟ ଯାଦୁରେ ବେଶ ଲୋକପ୍ରିୟତା ହାସଲ କରିଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.