ମୁମ୍ବାଇ: ବଲିଉଡ ଲୋକପ୍ରିୟ ଅଭିନେତା ଭିକି କୌଶଲ ଏବଂ ଅଭିନେତ୍ରୀ ସାରା ଅଲି ଖାନ ଆଜିକାଲି ସେମାନଙ୍କର ଆଗାମୀ ରୋମାଣ୍ଟିକ-ଡ୍ରାମା ଫିଲ୍ମ 'ଜରା ହଟକେ ଜରା ବଚକେ' ସହ ଶିରୋନାମାରେ ରହିଛନ୍ତି । ଏହାରି ମଧ୍ୟରେ ଭିକି ଏବଂ ସାରା ଫିଲ୍ମର ପ୍ରମୋସନରେ ବ୍ୟସ୍ତ ଅଛନ୍ତି । ଫିଲ୍ମର ଏହି ଯୋଡି ରାଜସ୍ଥାନରେ ପହଞ୍ଚିଛନ୍ତି । ସେଠାରେ ସାରା ଅଜମେର ସରିଫ ଦରଗା ପରିଦର୍ଶନ କରିଛନ୍ତି । ଏହା ପରେ ଭିକି-ସାରା ସେମାନଙ୍କ ପ୍ରଶଂସକଙ୍କୁ ଭେଟିଛନ୍ତି । ସେମାନଙ୍କ ସହ ସମୟ ବିତାଇବା ସହ ଭେଣ୍ଡି ଭଜା ସହ ରୁଟି ମଧ୍ୟ ଖାଇଛନ୍ତି । ସୋସିଆଲ ମିଡିଆରେ ଏହି ମୁହୂର୍ତ୍ତର ଅନେକ ଫଟୋ ଉଭୟ ସେୟାର କରିଛନ୍ତି । ଯାହାକୁ ଫ୍ୟାନ୍ସ ପ୍ରଶଂସା କରିଛନ୍ତି।
- " class="align-text-top noRightClick twitterSection" data="
">
ଭିକି କୌଶଲ ଏବଂ ସାରା ଅଲି ଖାନ ରାଜସ୍ଥାନର ପିଙ୍କ ସିଟି ରାଜ୍ୟରେ 170 ସଦସ୍ୟ ଥିବା ଏକ ପରିବାରକୁ ଭେଟିଛନ୍ତି । ଭିକି ନିଜ ଇନଷ୍ଟାଗ୍ରାମରେ ସେମାନଙ୍କ ସହ ବିତାଇଥିବା ସମୟର ଅନେକ ଫଟୋ ସେୟାର କରିଛନ୍ତି । କ୍ୟାପସନରେ ଲେଖିଛନ୍ତି, ଗପସପ ସେଶନ, 170 ସଦସ୍ୟଙ୍କ ମିଳିତ ପରିବାର, ସହ-ପରିବାର, ବଡ ପରିବାର, ବଡ ହୃଦୟ, ସମସ୍ତଙ୍କୁ ହୃଦୟରୁ ରାମ ରାମ । ପୋଷ୍ଟକୁ ଦେଖି ଅନେକ ଫ୍ୟାନ୍ସ ଲାଇକ କରିବା ସହ କମେଣ୍ଟ କରିଛନ୍ତି ।
ସୂଚନା ଥାଉ କି, ଭିକି-ସାରାଙ୍କ ଫିଲ୍ମ ମଧ୍ୟ ଏକ ଫ୍ୟାମିଲି ରୋମାଣ୍ଟିକ ଡ୍ରାମା କମେଡି ଫିଲ୍ମ । ଏହି ଫିଲ୍ମଟି ଇନ୍ଦୋରର ଜଣେ ମଧ୍ୟବିତ୍ତ ପରିବାରର ଦମ୍ପତିଙ୍କ ଖଟାମିଠା ମନାନ୍ତର ଉପରେ ନିର୍ମିତ । ଫିଲ୍ମରେ ମଧ୍ୟବିତ୍ତ ଦମ୍ପତିଙ୍କ ଭଲପାଇବା, ଭାବନା, ଝଗଡା ସହ କିପରି ସେମାନେ ଜୀବନ ବିତାଉଛନ୍ତି, ତାହା ଦର୍ଶାଯାଇଛି । ଏହି ଫିଲ୍ମଟିକୁ ମିମି ନିର୍ଦ୍ଦେଶକ ଲକ୍ଷ୍ମଣ ଉତ୍ତେକର ନିର୍ଦ୍ଦେଶନା ଦେଇଥିବା ବେଳେ ମୈତ୍ରେ ବାଜପାୟୀ, ରମିଜ ଇଲହାମ ଖାନ ଏବଂ ଲକ୍ଷ୍ମଣ ରଚନା କରିଛନ୍ତି । ଏହି ଫିଲ୍ମଟି ଜୁନ୍ ୨ ସିନେମାହଲରେ ରିଲିଜ୍ ହେବ ।
ତେବେ ଫିଲ୍ମକୁ ନେଇ ସାରା ଏବଂ ଭିକି ବେଶ ଉତ୍ସାହିତ ଥିବା ବେଳେ ଫ୍ୟାନ୍ସ ମଧ୍ୟ ଫିଲ୍ମକୁ ନେଇ ବେଶ ଉତ୍ସାହର ସହ ଅପେକ୍ଷା କରି ରହିଛନ୍ତି । ଏହା ପ୍ରଥମ ଥର ବିକି ଏବଂ ସାରାଙ୍କୁ ଏକ ଫିଲ୍ମରେ ଲିଡ୍ ଯୋଡି ଭାବରେ ବଡ ପରଦାରେ ଦେଖିବାକୁ ମିଳିବ । ଏହା ପରେ ଏହି ଯୋଡି ଲୁକା ଚୁପି 2ରେ ନଜର ଆସିବେ ବୋଲି ଜଣାପଡିଛି । ସେପଟେ ଆଜି ମଧ୍ୟାହ୍ନ 12.15ରେ ଫିଲ୍ମର ନୂଆ ଗୀତ 'ତେରେ ବାସତେ' ରିଲିଜ ହୋଇଛି । ଏହି ପାରିବାରିକ ଫିଲ୍ମଟି ଦର୍ଶକଙ୍କୁ କେତେ ପସନ୍ଦ ଆସିବ ତାହା ହିଁ ଦେଖିବାକୁ ବାକି ରହିଲା।