ହାଇଦ୍ରାବାଦ: ଜରା ବଚକେ ଜରା ହଟକେର ସଫଳତା ପରେ ବର୍ତ୍ତମାନ 'ଦ ଗ୍ରେଟ୍ ଇଣ୍ଡିଆନ୍ ଫ୍ୟାମିଲି' ସହ ପୁଣି ଧମାକା କରିବାକୁ ପ୍ରସ୍ତୁତ ଅଛନ୍ତି ବିକି କୌଶଲ । ଏହି ଫିଲ୍ମରେ ବିକିଙ୍କ ବିପକ୍ଷରେ ପୂର୍ବତନ ମିସ୍ ୱାର୍ଲ୍ଡ ତଥା ବଲିଉଡ ଅଭିନେତ୍ରୀ ମାନୁଷୀ ଚିଲର ନଜର ଆସିବେ । ଏହି ଫିଲ୍ମଟି ଚଳିତ ବର୍ଷ ସେପ୍ଟେମ୍ବର 22ରେ ରିଲିଜ ହେବ । ଏନେଇ ଫିଲ୍ମର ପୁରା ଟିମ ଜୋରଦାର ପ୍ରମୋସନରେ ଲାଗିପଡିଛନ୍ତି । ଏହାରି ମଧ୍ୟରେ ବର୍ତ୍ତମାନ ନିର୍ମାତା ଫିଲ୍ମର ଟ୍ରେଲର ରିଲିଜ କରିଛନ୍ତି । ସୋସିଆଲ ମିଡିଆରେ ଟ୍ରେଲର ରିଲିଜର ଅଧଘଣ୍ଟା ମଧ୍ୟରେ 5 ହଜାର ଭିୟୁ ମିଳିସାରିଲାଣି।
- " class="align-text-top noRightClick twitterSection" data="">
ଏହାପୂର୍ବରୁ ସୋମବାର ଦିନ ବିକି କୌଶଲ ଫିଲ୍ମର ଏକ ପୋଷ୍ଟର ସେୟାର କରି କ୍ୟାପସନରେ, "ଆସନ୍ତାକାଲି ଦ ଗ୍ରେଟ୍ ଇଣ୍ଡିଆନ୍ ଫ୍ୟାମିଲି ଟ୍ରେଲର ରିଲିଜ ହେବା ନେଇ ସୂଚନା ଦେଇଥିଲେ । ବର୍ତ୍ତମାନ ପ୍ରତିଶୃତି ଅନୁଯାୟୀ ଫିଲ୍ମର ଟ୍ରେଲର ରିଲିଜ ହୋଇଛି । 1 ମିନିଟ୍ 55 ସେକେଣ୍ଡର ଟ୍ରେଲରରେ ସମସ୍ତ ଷ୍ଟାରକାଷ୍ଟଙ୍କ ଝଲକ ଦେଖିବାକୁ ମିଳିଛି । ଏହି ଚଳଚ୍ଚିତ୍ରରେ ବିକି ସ୍ଥାନୀୟ ଗାୟକ ଭଜନ କୁମାରଙ୍କ ଭୂମିକାରେ ଅଭିନୟ କରିଛନ୍ତି ।
ଟ୍ରେଲର ବିକିଙ୍କଠାରୁ ଆରମ୍ଭ ହୋଇଛି, ଯିଏ ନିଜକୁ ପରିଚିତ କରନ୍ତି ଏବଂ ସେ ବଳରାମପୁରର ରାଜା ବୋଲି କହିଛନ୍ତି । ବିକି ଓରଫ ଭଜନ କୁମାର ଗୀତ ଗାଇବାକୁ ଭଲ ପାଆନ୍ତି ଏବଂ ଛୋଟ ଛୋଟ ଇଭେଣ୍ଟରେ ନିଜ ଅଭ୍ୟାସ ଜାରି ରଖନ୍ତି, କିନ୍ତୁ ତାଙ୍କ ଅଜବ ଚିନ୍ତାଧାରା ଥିବା ପରିବାର ନେଇ ସେ ଚିନ୍ତିତ ଅଟନ୍ତି । ତାଙ୍କ ପରିବାର ପୂଜା ଇତ୍ୟାଦି ଆୟୋଜନ କରନ୍ତି । ସେମାନେ ଭଜନ ମଧ୍ୟ କରନ୍ତି, ଯେଉଁଥିରେ ମୁଖ୍ୟତ ଭଜନ କୁମାର ଅର୍ଥାତ୍ ବିକି ଗୀତ ଗାଆନ୍ତି । ସେ ଜଣେ ଶାନ୍ତ ବ୍ୟକ୍ତି, ଯିଏ ନିଜ ଜୀବନକୁ ଖୁବ ଆରାମରେ ବଞ୍ଚନ୍ତି ।
ଏହା ମଧ୍ୟ ପଢନ୍ତୁ: ଭିନ୍ନ ଲୁକ୍ରେ ବିକି କୌଶଲ, ଦି ଗ୍ରେଟ୍ ଇଣ୍ଡିଆନ୍ ଫ୍ୟାମିଲିର ପ୍ରଥମ ଗୀତ ରିଲିଜ
ବିଜୟ କୃଷ୍ଣ ଆଚାର୍ଯ୍ୟଙ୍କ ନିର୍ଦ୍ଦେଶିତ ଫିଲ୍ମ 'ଦ ଗ୍ରେଟ୍ ଇଣ୍ଡିଆନ୍ ଫ୍ୟାମିଲି' ହେଉଛି ବଲିଉଡର ପରବର୍ତ୍ତୀ କମେଡି ଫିଲ୍ମ । ତେବେ ପୂର୍ବରୁ ଫିଲ୍ମର ପୋଷ୍ଟର ଏବଂ ପ୍ରଥମ ଗୀତ 'କହ୍ନେୟା ଟ୍ୱିଟର ପେ ଆଜା' ରିଲିଜ ହୋଇଥିଲା । ଏହାକୁ ବେଶ ପସନ୍ଦ କରିଛନ୍ତି ଦର୍ଶକ । ତେବେ ଫିଲ୍ମ ଟ୍ରେଲରକୁ ମଧ୍ୟ ବେଶ ପସନ୍ଦ କରିଥିବା ବେଳେ ଫିଲ୍ମ ରିଲିଜକୁ ଉତ୍ସାହର ସହ ଅପେକ୍ଷା କରିଛନ୍ତି । ଏହି ଫିଲ୍ମରେ ପ୍ରଥମ ଥରା ପାଇଁ ବିକି ଏବଂ ମାନୁଷୀ ସ୍କ୍ରିନ ସେୟାର କରିଥିବା ବେଳେ 22 ସେପ୍ଟେମ୍ବରରେ ଫିଲ୍ମ ହଲରେ ରିଲିଜ ହେବ । ବିକି ଏବଂ ମନୁଷୀଙ୍କ ବ୍ୟତୀତ ୟଶପାଲ ଶର୍ମା, କୁମୁଦ ମିଶ୍ର, ମନୋଜ ପହୱା, ସୃଷ୍ଟି ଦୀକ୍ଷିତଙ୍କ ଭଳି ଅଭିନେତା ମଧ୍ୟ ଏହି ଫିଲ୍ମରେ ଅଭିନୟ କରିଛନ୍ତି। ୟଶ ରାଜ ପ୍ରଡକ୍ସନ୍ସର ବ୍ୟାନରରେ ଆଦିତ୍ୟ ଚୋପ୍ରା ଏହି ଚଳଚ୍ଚିତ୍ର ନିର୍ମାଣ କରୁଛନ୍ତି।