ETV Bharat / entertainment

ZHZB Collection Day 20: 40 କୋଟି ବଜେଟର ଫିଲ୍ମ ରୋଜଗାର କଲାଣି 71 କୋଟି

author img

By

Published : Jun 23, 2023, 7:09 AM IST

20ଦିନ ପରେ ବି ବକ୍ସ ଅଫିସରେ କମିନି 'ଜରା ହଟକେ ଜରା ବଚକେ'ର କ୍ରେଜ । ବର୍ତ୍ତମାନ ଏହି ଫିଲ୍ମଟି ଆଦିପୁରୁଷ ଅପେକ୍ଷା ଭଲ ରୋଜଗାର କରିଛି । 40କୋଟି ବଜେଟରେ ନିର୍ମିତ ଏହି ଫିଲ୍ମ ବର୍ତ୍ତମାନ 70କୋଟିରୁ ଅଧିକ ଆୟ କରିସାରିଲାଣି । ଅଧିକ ପଢନ୍ତୁ

ବିକି ଏବଂ ସାରାଙ୍କ ଫିଲ୍ମର କମିନି କ୍ରେଜ, 20ଦିନରେ ଏତିକି କଲାଣି ଆୟ

ମୁମ୍ବାଇ: ବିକି କୌଶଲ ଏବଂ ସାରା ଅଲି ଖାନଙ୍କ ଫିଲ୍ମ 'ଜରା ହଟକେ ଜରା ବଚକେ' ବକ୍ସ ଅଫିସରେ ଭଲ ପ୍ରଦର୍ଶନ କରୁଛି । ନିକଟରେ ରିଲିଜ ହୋଇଥିବା ଆଦିପୁରୁଷ ସହ କଡା ଟକ୍କର ସତ୍ତ୍ବେ ଫିଲ୍ମ ତାର କ୍ରେଜ ବଜାୟ ରଖିଛି । ଦର୍ଶକଙ୍କ ମନ ଜିତିବାରେ ସଫଳ ହେଉଛନ୍ତି ବିକି ଏବଂ ସାରା । ଫିଲ୍ମଟି 19ତମ ଦିନରେ ଲକ୍ଷ ରୋଜଗାର କରିଥିବା ବେଳେ 21ଦିନରେ ପୁଣି କୋଟିଏ ଉପରେ ଆୟ କରିଛି । ଫଳରେ ଫିଲ୍ମର ମୋଟ ଆୟ 70 କୋଟିରୁ ଅଧିକ କଲାଣି ।

ଏହି ଫିଲ୍ମଟି ଜୁନ୍ 2ରେ ରିଲିଜ କରିଥିଲା ​​ଏବଂ ବକ୍ସ ଅଫିସରେ ପ୍ରଶଂସକଙ୍କ ହୃଦୟ ଜିତୁଛି । 40କୋଟି ବଜେଟରେ ନିର୍ମିତ ଏହି ଫିଲ୍ମ ବର୍ତ୍ତମାନ 20 ଦିନ ମଧ୍ୟରେ ଏହି ଫିଲ୍ମ 70 କୋଟି ଟଙ୍କାରୁ ଅଧିକ ଆୟ କରି ସଫଳତା ହାସଲ କରିଛି । ଏହି 19 ତମ ଦିନରେ 'ଜରା ହଟକେ ଜରା ବଚକେ' ବକ୍ସ ଅଫିସରେ 99 ଲକ୍ଷ ଟଙ୍କା ସଂଗ୍ରହ କରିଥିଲା । ଏବଂ ଫିଲ୍ମ 20 ଦିନରେ 1.08 କୋଟି ଟଙ୍କା ବ୍ୟବସାୟ କରିଛି । ଏହି ଫିଲ୍ମ ବର୍ତ୍ତମାନ ମୋଟ 71.46 କୋଟି ଟଙ୍କା ଆୟ କରିଛି ।

ମିମି ଫେମ ନିର୍ଦ୍ଦେଶକ ଲକ୍ଷ୍ମଣ ଉତ୍ତେକରଙ୍କ ନିର୍ଦ୍ଦେଶିତ ମଧ୍ୟବିତ୍ତ ପରିବାର ରୋମାଣ୍ଟିକ ଡ୍ରାମା ଫିଲ୍ମ 'ଜରା ହଟକେ ଜରା ବଚକେ' ଦର୍ଶକଙ୍କୁ ବହୁତ ମନୋରଞ୍ଜନ କରୁଛି । ଏହି ଫିଲ୍ମରେ ବିକି ଏବଂ ସାରାଙ୍କ ପ୍ରଥମ ଥର ପାଇଁ ଦେଖିବାକୁ ମିଳିଛି । ତେବେ କୁହାଯାଉଛି ଯେ, ଜରା ହଟକେ ଜରା ବଚକେ ଜୁନ୍ 16ରେ ରିଲିଜ କରିଥିବା ବିବାଦୀୟ ଫିଲ୍ମ ଆଦିପୁରୁଷର ବିରୋଧ ମଧ୍ୟରେ ଅଧିକ ଲାଭ ଉଠାଉଛି । ପ୍ରଭାସ କ୍ରିତି ସାନନଙ୍କ ଅପେକ୍ଷା ଲୋକେ ସାରା ବିକିଙ୍କୁ ବେଶ ପସନ୍ଦ କରୁଛନ୍ତି । ତେବେ ଏବେ ବିକି ସାରାଙ୍କ ଫିଲ୍ମ ତୃତୀୟ ସପ୍ତାହରେ କେତେ ରୋଜଗାର କରେ ଏବଂ ଆଦିପୁରୁଷଙ୍କ ଶସ୍ତା ଟିକେଟ୍ ଫିଲ୍ମ ଉପରେ ପ୍ରଭାବ ପକାଇବ କି ନାହିଁ, ତାହା ଏହି ସପ୍ତାହ ଶେଷରେ ହିଁ ଜଣାପଡିବ।

ସୂଚନା ଥାଉ କି, ଏହି ଫିଲ୍ମରେ ବିକି କୌଶଲ ଏବଂ ସାରା ଅଲି ଖାନ ଏହି ଫିଲ୍ମରେ କପିଲ ଏବଂ ସୌମ୍ୟା ଭୂମିକାରେ ନଜର ଆସିଥିବା ବେଳେ ଏମାନଙ୍କ ବ୍ୟତୀତ ଇନାମୁଲହକ୍, ନୀରଜ ସୁଦ, ରାକେଶ ବେଦୀ, ଶରିବ ହାଶ୍ମୀ, ସୁସ୍ମିତା ମୁଖାର୍ଜୀ ଏହି ଫିଲ୍ମରେ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି । ସମସ୍ତ ଅଭିନେତା ଏବଂ ଅଭିନେତ୍ରୀ ନିଜର ବଳିଷ୍ଠ ଭୂମିକାରେ ଅଭିନୟ ସହ ଦର୍ଶକଙ୍କ ହୃଦୟ ଜିତିଛନ୍ତି । ତେବେ ବିକି ସାରାଙ୍କ ସମେତ ଅନ୍ୟ କଳାକାରଙ୍କ ଅଭିନୟକୁ ଦର୍ଶକ ବେଶ ପସନ୍ଦ କରିଥିବା ଦେଖିବାକୁ ମିଳିଛି।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.