ETV Bharat / entertainment

Dev Kohli passes away: ଆରପାରିରେ ପ୍ରଖ୍ୟାତ ଗୀତିକାର ଦେବ କୋହଲି, ଗାଇଛନ୍ତି 100ରୁ ଊର୍ଦ୍ଧ୍ବ ଗୀତ

author img

By ETV Bharat Odisha Team

Published : Aug 26, 2023, 11:20 AM IST

ଭାରତୀୟ ସିନେମାର ପ୍ରଖ୍ୟାତ ଗୀତିକାର ଦେବ କୋହଲିଙ୍କ ଦେହାନ୍ତ ହୋଇଛି । ଦେବ କୋହଲି ସଲମାନ ଖାନଙ୍କ ବ୍ଲକବଷ୍ଟର ଚଳଚ୍ଚିତ୍ର ମେନେ ପ୍ୟାର କିୟା ସମେତ 100ରୁ ଅଧିକ ହିନ୍ଦୀ ଚଳଚ୍ଚିତ୍ର ପାଇଁ ଶହ ଶହ ଗୀତ ଲେଖିଛନ୍ତି । ଅଧିକ ପଢନ୍ତୁ

ଗୀତିକାର ଦେବ କୋହଲି
ଗୀତିକାର ଦେବ କୋହଲି

ମୁମ୍ବାଇ: ଆଉ ନାହାନ୍ତି ଭାରତୀୟ ସିନେମାର ଜଣାଶୁଣା ଗୀତିକାର ଦେବ କୋହଲି । ମୃତ୍ୟୁ ବେଳକୁ ତାଙ୍କୁ 80 ବର୍ଷ ବୟସ ହୋଇଥିଲା । ସେ 100ରୁ ଅଧିକ ହିନ୍ଦୀ ଚଳଚ୍ଚିତ୍ର ପାଇଁ ଗୀତ ଲେଖିଛନ୍ତି । ତାଙ୍କର ଏମିତି ଅନେକ ଗୀତ ଯାହାକୁ ଲୋକେ ଆଜି ବି ଗୁଣୁ ଗୁଣେଇଥାନ୍ତି । ଦେବ କୋହଲିଙ୍କ ମୃତ୍ୟୁରେ ବଲିଉଡ୍‌ ଜଗତରେ ଶୋକର ଛାୟା ଖେଳିଯାଇଛି । ତେବେ ଦେବ କୋହଲିଙ୍କ ମୃତ୍ୟୁ ପଛର ପ୍ରକୃତ କାରଣ ବର୍ତ୍ତମାନ ସୁଦ୍ଧା ଜଣା ପଡିନାହିଁ ।

ଏକ ଟିଭି ରିପୋର୍ଟ ଅନୁଯାୟୀ, ଦେବ କୋହଲିଙ୍କ ଅନ୍ତିମ ଦର୍ଶନ ଆଜି ଅପରାହ୍ନ 2ଟାରେ ମୁମ୍ବାଇର ଜୁପିଟର ଆପାର୍ଟମେଣ୍ଟରେ ଅନୁଷ୍ଠିତ ହେବ । ଜୋଗେଶ୍ୱରୀ ପଶ୍ଚିମ ଓଶିୱାରା ଶ୍ମଶାନରେ ସନ୍ଧ୍ୟା 6ଟାରେ ଶେଷ ରୀତିନୀତି କରାଯିବ । ତାଙ୍କର ଘନିଷ୍ଠ ସହଯୋଗୀ ଅନୁ ମଲିକ, ଆନନ୍ଦ ରାଜ ଆନନ୍ଦ, ଉତ୍କଳ ସିଂ ଏବଂ ବଲିଉଡର ଅନ୍ୟ କଳାକାରମାନେ ଆଜି ସନ୍ଧ୍ୟାରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବେ ।

ଏହା ମଧ୍ୟ ପଢନ୍ତୁ: Seema Deo Death: ଆରପାରିରେ ପ୍ରଖ୍ୟାତ ଅଭିନେତ୍ରୀ ସୀମା ଦେଓ, ଦୀର୍ଘ ଦିନ ଧରି ଥିଲେ ଅସୁସ୍ଥ

ପାକିସ୍ତାନର ରାୱଲପିଣ୍ଡିରେ ଜନ୍ମଗ୍ରହଣ କରିଥିବା ଦେବ କୋହଲି ବଲିଉଡ ଚଳଚ୍ଚିତ୍ର ପାଇଁ ପ୍ରାୟ ଶହେ ଗୀତ ଲେଖିଥିଲେ । ୟେ କାଲି କାଲି ଆଖେଁ, ମାଇ ନି ମାଇ ଏବଂ ଓ ସକି ସକିଙ୍କ ସମେତ କେତେକ ହିଟ୍ ହିନ୍ଦୀ ଗୀତ ଦେଇଥିଲେ । ସେ 1969 ମସିହାରେ ଗୁଣ୍ଡା ଚଳଚ୍ଚିତ୍ରରୁ ନିଜର କ୍ୟାରିଅର୍ ଆରମ୍ଭ କରିଥିଲେ । ଦେବ କୋହଲି ସଲମାନ ଖାନଙ୍କ ବ୍ଲକବଷ୍ଟର ଚଳଚ୍ଚିତ୍ର 'ମେନେ ପ୍ୟାର କିୟା'ର କବୁତର ଜା-ଜା ଏବଂ ଆଜା ଶାମ ହୋନେ ଆଇ ଗୀତ ଏବଂ ଜୁଡୱା 2 ର ଉଞ୍ଚି ହେ ବିଲ୍ଡିଂ ଏବଂ ଚଲତି ହେ କ୍ୟା 9 ସେ 12 ଲେଖିଛନ୍ତି । ଏଥିସହିତ ସୁଟ୍‌ଆଉଟ୍‌ ଆଟ୍‌ ଲୋଖଣ୍ଡୱାଲାର ଗୀତ ସାକି-ସାକି ଏବଂ ଟ୍ୟାକ୍ସି ନମ୍ବର 911 ଭଳି ଅନେକ ଚଳଚ୍ଚିତ୍ରରେ ଗୀତ ଲେଖିଛନ୍ତି । ଗୀତିକାର ଦେବ କୋହଲି ପ୍ରସିଦ୍ଧ ସଂଗୀତକାର ଅନୁ ମଲିକ ରାମ ଲକ୍ଷ୍ମଣ ଆନନ୍ଦ ରାଜ ଆନନ୍ଦ ଏବଂ ଆନନ୍ଦ ମିଲିନ୍ଦଙ୍କ ପରି ଅନେକ ସଂଗୀତକାରଙ୍କ ସହ କାମ କରୁଥିବା ବେଳେ ଅନେକ ସୁପରହିଟ୍ ଗୀତ ଦେଇଛନ୍ତି।

ଦେବ କୋହଲିଙ୍କ ପ୍ରାରମ୍ଭିକ ଜୀବନ

ଦେବ କୋହଲି 2 ନଭେମ୍ବର 1942 ରେ ରାୱଲପିଣ୍ଡି (ବ୍ରିଟିଶ ଇଣ୍ଡିଆ)ରେ ଜନ୍ମଗ୍ରହଣ କରିଥିଲେ, ଯାହା ବର୍ତ୍ତମାନ ପାକିସ୍ତାନରେ ଅଛି । ଇଣ୍ଡୋ-ପାକ୍ ବିଭାଜନ ପରେ ଦେବ କୋହଲିଙ୍କ ପରିବାର ଦେହରାଡୁନରେ ବସବାସ କରିଥିଲେ । ଭେଟେରାନ୍ ଗୀତିକାର ଶ୍ରୀ ଗୁରୁ ନାନକ ଦେବ ଗୁରୁ ମହାରାଜ କଲେଜରେ ଅଧ୍ୟୟନ କରିଥିଲେ । 1958 ମସିହାରେ ଯେତେବେଳେ ତାଙ୍କ ପିତାଙ୍କର ମୃତ୍ୟୁ ହୋଇଥିଲା ସେତେବେଳେ ଦେବ କୋହଲିଙ୍କୁ ମାତ୍ର 16 ବର୍ଷ ହୋଇଥିଲା । ଏହାପରେ 1964 ମସିହାରେ ମାତ୍ର 22 ବର୍ଷ ବୟସରେ ସେ କାମ ଖୋଜିବା ପାଇଁ ମୁମ୍ବାଇ ଆସିଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.