ETV Bharat / entertainment

ଜେଲ୍ ଯିବେ ଦଲିପ ତାହିଲ, ମଦ୍ୟପାନ କରି ଗାଡି ଚଲାଇବା ମାମଲାରେ ଅଭିନେତାଙ୍କୁ ୨ ମାସ ଜେଲ ଦଣ୍ଡାଦେଶ

author img

By ETV Bharat Odisha Team

Published : Oct 22, 2023, 2:18 PM IST

ଦଲିପ ତାହିଲଙ୍କୁ ୨ ମାସ ଜେଲ୍ । ମଦ୍ୟପାନ କରି ଗାଡି ଚଲାଇବା ମାମଲାରେ ଅଭିନେତାଙ୍କୁ ଦୁଇମାସ ଜେଲ ଦଣ୍ଡାଦେଶରେ ଦଣ୍ଡିତ କରାଯାଇଛି। ଅଧିକ ପଢନ୍ତୁ

ଜେଲ୍ ଯିବେ ଦଲିପ ତାହିଲ, ମଦ୍ୟପାନ କରି ଗାଡି ଚଲାଇବା ମାମଲାରେ ଅଭିନେତାଙ୍କୁ ୨ ମାସ ଜେଲ ଦଣ୍ଡାଦେଶ
ଜେଲ୍ ଯିବେ ଦଲିପ ତାହିଲ, ମଦ୍ୟପାନ କରି ଗାଡି ଚଲାଇବା ମାମଲାରେ ଅଭିନେତାଙ୍କୁ ୨ ମାସ ଜେଲ ଦଣ୍ଡାଦେଶ

ହାଇଦ୍ରାବାଦ: ଲୋକପ୍ରିୟ ବଲିଉଡ ଅଭିନେତା ଦଲିପ ତାହିଲଙ୍କୁ ୨ ମାସ ଜେଲ ଦଣ୍ଡାଦେଶ ହୋଇଛି । ୫ ବର୍ଷ ପୁରୁଣା ମାମଲାରେ କୋର୍ଟ ଏହି ଅଭିନେତାଙ୍କୁ ଦୁଇମାସ ଜେଲ ଦଣ୍ଡରେ ଦଣ୍ଡିତ କରିଛନ୍ତି । ଏହି ମାମଲା 2018 ବର୍ଷର ଅଟେ । ଯେତେବେଳେ ଦଲିପ ମଦ୍ୟପାନ କରି ଗାଡ଼ି ଚଳାଇ ଏକ ଅଟୋ ରିକ୍ସାକୁ ଧକ୍କା ଦେଇଥିଲେ । ଫଳରେ ଏହି ଦୁର୍ଘଟଣାରେ ୨ ଜଣ ଗୁରୁତର ଆହତ ହୋଇଥିଲେ ।

ରିପୋର୍ଟ ଅନୁଯାୟୀ, ପ୍ରମାଣ ଆଧାରରେ 2018 ହିଟ୍ ଏବଂ ରନ୍ ମାମଲାରେ ଏକ ମାଜିଷ୍ଟ୍ରେଟ୍ କୋର୍ଟ୍‌ ଦଲିପଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି । ପ୍ରମାଣରେ କୁହାଯାଇଛି ଯେ ଦୁର୍ଘଟଣା ସମୟରେ ଦଲୀପ ପରୀକ୍ଷା ପାଇଁ ପୋଲିସକୁ ତାଙ୍କ ରକ୍ତ ନମୁନା ଦେବାକୁ ମନା କରିଦେଇଥିଲେ । ତେବେ ପରେ ତାଙ୍କ ନମୁନା ନିଆଯାଇଥିଲା ଏବଂ ଡାକ୍ତରଙ୍କ ରିପୋର୍ଟ ଅନୁଯାୟୀ ସେ ମଦ୍ୟପାନ କରିଥିବା ଜଣାପଡିଥିଲା । ତେବେ ଡାକ୍ତରଙ୍କ ରିପୋର୍ଟକୁ ଦୃଷ୍ଟିରେ ରଖି କୋର୍ଟ ଏହି ରାୟ ଶୁଣାଇଛନ୍ତି ।

ସୂଚନା ଆନୁସାରେ, ୨୦୧୮ ମସିହାରେ ଦଲିପ ତାହିଲ ମଦ୍ୟପାନ କରି ଗାଡ଼ି ଚଳାଇ ଏକ ଅଟୋରିକ୍ସାକୁ ଧକ୍କା ଦେଇଥିଲେ । ଫଳରେ ସେହି ଅଟୋରେ ଥିବା ଜଣେ ଯୁବକ ଏବଂ ଯୁବତୀ ଗୁରୁତର ଆହତ ହୋଇଥିଲେ । ଗୁରୁତର ୨ଜଣ ହେଲେ ଜେନିତା ଗାନ୍ଧୀ ବୟସ ୨୧ ଏବଂ ଗୌରବ ଛାଉ ବୟସ ୨୨ । ଦଲିପ ତାହିଲ ଅଟୋରେ ଧକ୍କା ହେବା ପରେ ଫେରାର ହୋଇଯାଇଥିଲେ। ପରେ ଘଟଣାରେ ଦଲିପ ତାହିଲଙ୍କୁ ମୁମ୍ବାଇରୁ ଗିରଫ କରାଯାଇଥିଲା । ପରେ ଅଭିନେତାଙ୍କୁ ଜାମିନ ମିଳିଥିଲା । ଗତ ୫ ବର୍ଷ ଧରି ଏହି ମାମଲା କ୍ରମାଗତ ଭାବରେ ଚାଲିଥିଲା । ଯାହା ଉପରେ ବର୍ତ୍ତମାନ କୋର୍ଟ ରାୟ ଶୁଣାଇଛନ୍ତି ।

ଏହା ମଧ୍ୟ ପଢନ୍ତୁ: ଜେଲ ଯିବେ ଜୟପ୍ରଦା, ଯାଚିକା ଖାରଜ କଲେ ମାଡ୍ରାସ ହାଇକୋର୍ଟ

ସୂଚନା ଥାଉ କି, ଦଲିପ ତାହିଲ ଅନେକ ବଲିଉଡ ଚଳଚ୍ଚିତ୍ରରେ କାମ କରିଛନ୍ତି । ସେ ଖଳନାୟକ ଭାବେ ବେଶ ଜଣାଶୁଣା । ବାଜିଗର, ରାଜା, କହୋ ନା ପ୍ୟାର ହେ, କୟା ମତ୍‌ ସେ କୟାମତ ତକ୍‌, ଏବଂ ଇସ୍କ୍‌ ଭଳି ଚଳଚ୍ଚିତ୍ରରେ ତାଙ୍କର ଦମଦାୟ ଅଭିନୟ ପାଇଁ ବେଶ ଲୋକପ୍ରିୟତା ସହ ପ୍ରଶଂସା ସାଉଁଟିପାରିଛନ୍ତି । ସେ ପ୍ରାୟ 100ରୁ ଅଧିକ ଚଳଚ୍ଚିତ୍ରରେ ଅଭିନୟ କରି ଦର୍ଶକଙ୍କ ମନ ଜିତିବା ସହ ଲୋକପ୍ରିୟ ତାରକା ହୋଇପାରିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.