ହାଇଦ୍ରାବାଦ: ବଲିଉଡ ଅଭିନେତ୍ରୀ ଉର୍ବଶୀ ରୌତେଲା ଫିଲ୍ମ ବ୍ୟତୀତ ନିଜ ବ୍ୟକ୍ତିଗତ ଜୀବନ ପାଇଁ ପ୍ରାୟତଃ ଶିରୋନାମାରେ ରହିଥାନ୍ତି । କ୍ରିକେଟର ଋଷଭ ପନ୍ତଙ୍କ ପାଇଁ ଅନେକ ସମୟରେ ଟ୍ରୋଲ ହୋଇଥାନ୍ତି ଉର୍ବଶୀ । ଏଥିସହ ସୋସିଆଲ ମିଡିଆରେ ନିଜର ପୋଷ୍ଟ ପାଇଁ ମଧ୍ୟ ଚର୍ଚ୍ଚାରେ ଥାଆନ୍ତି । ତେବେ ଏହାରି ମଧ୍ୟରେ ଆଜି ସେ ଆଉ ଏକ ପୋଷ୍ଟ କରିଛନ୍ତି । ଯାହା ବେଶ ଆଲୋଚନାର ବିଷୟ ହୋଇଛି । ମିଥ୍ୟା ଅପପ୍ରଚାର ନେଇ ଫିଲ୍ମ କ୍ରିଟିକ୍ ଉମୈର ସାନ୍ଧୁଙ୍କ ବିରୋଧରେ ମାନହାନି ନୋଟିସ ପଠାଇଛନ୍ତି ।
- " class="align-text-top noRightClick twitterSection" data="
">
ନିକଟରେ ଉମୈର ଉର୍ବଶୀଙ୍କୁ ନେଇ ଏକ ଟ୍ବିଟ୍ କରିଥିଲେ। ଯେଉଁଥିରେ ୟୁରୋପରେ ଆଇଟମ୍ ଗୀତ ସୁଟ୍ ସମୟରେ ଅଖିଲ ଅକ୍କିନେନି ବଲିଉଡ ଅଭିନେତ୍ରୀ ଉର୍ବଶୀ ରୌତେଲାଙ୍କୁ ହଇରାଣ କରିଥିବା କଥା କହିଥିଲେ । ଅଖିଲ immature(ଅପରିପକ୍ବ) ଥିବାରୁ ଅଖିଲଙ୍କ ସହ ଉର୍ବଶୀ କାମ କରିବାରେ ଅସହଜ ମନେ କରୁଥିବା କଥା ମଧ୍ୟ କହିଥିଲେ । ଏହି ଟ୍ବିଟ୍ ନେଇ ବର୍ତ୍ତମାନ ଉମୈରଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ଅଭିନେତ୍ରୀ ।
ଉର୍ବଶୀ ଇନଷ୍ଟାଗ୍ରାମରେ ଉମୈରଙ୍କ ଟ୍ବିଟର ଏକ ସ୍କ୍ରିନସଟ ସେୟାର କରିଛନ୍ତି । ଯେଉଁଥିରେ ସେ ଏହି ପୋଷ୍ଟ ଉପରେ 'ଫେକ୍ (ନକଲି)' ସହ ତାଙ୍କ ଟ୍ୱିଟ୍ ସେୟାର କରିଛନ୍ତି । ଅଭିନେତ୍ରୀ ଏହି ପୋଷ୍ଟ ସେୟାର କରି ଲେଖିଛନ୍ତି, "ମୋର ଲିଗାଲ ଟିମ୍ ଉମୈରଙ୍କୁ ମାନହାନି ନୋଟିସ ପଠାଇଛନ୍ତି । ଆପଣଙ୍କ ମିଥ୍ୟା/ ହାସ୍ୟାସ୍ପଦ ଟ୍ୱିଟ୍କୁ ନେଇ ମୁଁ ଅତ୍ୟନ୍ତ ଦୁଃଖିତ । ଆପଣ ମୋର ଅଫିସିଆଲ ମୁଖପାତ୍ର ନୁହଁନ୍ତି । ହଁ, ଆପଣ ଜଣେ ଅପରିପକ୍ୱ ସାମ୍ବାଦିକ ଯିଏ ମୋତେ ଏବଂ ମୋ ପରିବାରକୁ ବଦନାମ କରିଛନ୍ତି ।"
ସୂଚନା ଥାଉ କି, ଉମୈର ପ୍ରାୟତଃ ବଲିଉଡ ବ୍ୟକ୍ତିତ୍ୱଙ୍କୁ ନେଇ ବିବାଦୀୟ ଟ୍ୱିଟ୍ କରି ଥାଆନ୍ତି । ଟ୍ୱିଟରରେ ତାଙ୍କର ପ୍ରାୟ 24 ହଜାର ଫୋଲର୍ସ ରହିଛନ୍ତି । ତାଙ୍କ ଟ୍ବିଟର ବାୟୋରେ ଲେଖା ଅଛି, "ଓଭରସିଜ୍ ସେନ୍ସର ବୋର୍ଡର ସଦସ୍ୟ । ଅଧିକାଂଶ ବିବାଦୀୟ ନଂ 1 ସାଉଥ ଏସୀୟ ଫିଲ୍ମ ସମାଲୋଚକ ଏବଂ ବଲିଉଡ ଆଡଲ୍ଟ ଗସିପ୍ ସାମ୍ବାଦିକ" ଉମୈର ସଲମାନ ଖାନ, ପରନ କଲ୍ୟାଣ, ସିଦ୍ଧାର୍ଥ ମଲହୋତ୍ରା ଏବଂ ଶେହନାଜ ଗିଲଙ୍କ ପରି ପ୍ରସିଦ୍ଧ ନାଁକୁ ଟାର୍ଗେଟ କରି ପୋଷ୍ଟ ସେୟାର କରିଥାଆନ୍ତି । ନିକଟରେ ସେ ସେଲିନା ଜେଟଲୀଙ୍କ ବିଷୟରେ ମଧ୍ୟ ଅପମାନଜନକ ମନ୍ତବ୍ୟ ଦେଇ ଚର୍ଚ୍ଚାକୁ ଆସିଥିଲେ ।
ଉର୍ବଶୀଙ୍କ ୱାର୍କ ଫ୍ରଣ୍ଟ କଥା କହିବାକୁ ଗଲେ, ଉର୍ବଶୀ ରୌତେଲା ନାଗାର୍ଜୁନଙ୍କ ପୁଅ ଅଖିଲ ଅକ୍କିନେନିଙ୍କ ସହ ଫିଲ୍ମ 'ଏଜେଣ୍ଟ'ରେ କାମ କରୁଛନ୍ତି । ଏହି ଫିଲ୍ମରେ ମମ୍ମୁଟିି ମଧ୍ୟ ମୁଖ୍ୟ ଭୂମିକାରେ ଅଭିନୟ କରିବେ । ଫିଲ୍ମର ବଜେଟ୍ 100 କୋଟି ବୋଲି କୁହାଯାଉଛି । ଏହା ଏକ ଭାରତୀୟ ସ୍ପାଇ-ଥ୍ରୀଲର ଫିଲ୍ମ ଅଟେ । ନିର୍ଦ୍ଦେଶକ ସୁରେନ୍ଦ ରେଡ୍ଡୀ ଏହି ଏଜେଣ୍ଟ ଫିଲ୍ମର ନିର୍ଦ୍ଦେଶନା ଦେଉଛନ୍ତି ।