ମୁମ୍ବାଇ: ବଲିଉଡ ଅଭିନେତ୍ରୀ ଉର୍ବଶୀ ରୌତେଲା ବର୍ତ୍ତମାନ 76ତମ କାନ୍ସ ଫିଲ୍ମ ଫେଷ୍ଟିଭାଲ 2023ରେ ନିଜର ସୁନ୍ଦରତା ପ୍ରଦର୍ଶନ କରୁଛନ୍ତି । ସମାରୋହର ପ୍ରଥମ ଦିନରେ ଫିଙ୍କ୍ ରଙ୍ଗର ଗାଉନ ସହ ଅଭିନେତ୍ରୀ ରେଡ୍ କାର୍ପେଟରେ ନଜର ଆସିଥିଲେ । ଏହି ସମୟରେ ସେ ନିଜ ଆଉଟଫିଟ ସହ କୁମ୍ଭୀର ହାର ପିନ୍ଧି ଦର୍ଶକଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଉର୍ବଶୀଙ୍କ ଫଟୋ ସୋସିଆଲ ମିଡିଆରେ ସେୟାର ହେବା ପରେ ଟ୍ରୋଲ ହୋଇଥିଲେ। ତାଙ୍କ ବେକରେ କୁମ୍ଭୀର ହାର ପିନ୍ଧି ଉର୍ବଶୀଙ୍କୁ ବହୁତ ଟ୍ରୋଲ୍ର ଶିକାର ହେବାକୁ ପଡିଥିଲା । ଏବେ ଅଭିନେତ୍ରୀ ଟ୍ରୋଲ୍ ପରେ ସୋସିଆଲ ମିଡିଆରେ ପ୍ରତିକ୍ରିୟା ରଖିଛନ୍ତି । ଏହି ହାର ସହ ମୋର ଇମୋସନ ସହ ଜଡ଼ିତ ବୋଲି କହିଛନ୍ତି ଉର୍ବଶୀ ।
- " class="align-text-top noRightClick twitterSection" data="
">
ଉର୍ବଶୀଙ୍କ କୁମ୍ଭୀର ହାର ପିନ୍ଧା ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ଯାହକୁ ଫ୍ୟାନ୍ସ କ୍ରିକେଟର ଋଷଭ ପନ୍ତଙ୍କ ନାଁ ନେଇ ଟ୍ରୋଲ୍ କରିଥିଲେ । ଏହିପରି ଟ୍ରୋଲ ପରେ ବର୍ତ୍ତମାନ ଉର୍ବଶୀ ଏନେଇ ପ୍ରିତିକ୍ରିୟା ରଖିଛନ୍ତି । ନିଜ ଇନଷ୍ଟା ଷ୍ଟୋରୀରେ ଏକ ପୋଷ୍ଟ କରି ଭାବପ୍ରବଣ ହୋଇ ସେ କହିଛନ୍ତି ଯେ, 'ସମସ୍ତ ମିଡିଆ ସଦସ୍ୟ, ଏହି ଏହି ମାଷ୍ଚରପିସ୍ କ୍ରୋକଡାଇଲ ନେକ୍ଲେସ୍ ମୋ ଇମୋସନ ସହ ଜଡିତ ।
ଉର୍ବଶୀ ରୌତେଲାଙ୍କୁ ଦ୍ୱିତୀୟ ଥର ପାଇଁ କାନ୍ସ ଫିଲ୍ମ ଫେଷ୍ଟିଭାଲରେ ଦେଖିବାକୁ ମିଳୁଛି । ଗତ ବର୍ଷ କାନ୍ସ ଫିଲ୍ମ ଫେଷ୍ଟିଭାଲରେ ଏହି ଅଭିନେତ୍ରୀ ନିଜର ସୌନ୍ଦର୍ଯ୍ୟତା ସହ ଲୋକଙ୍କୁ ଦିୱାନା କରିଥିଲେ । ବର୍ତ୍ତମାନ ଉର୍ବଶୀ ରୈତେଲାଙ୍କ ଦ୍ୱିତୀୟ ଦିନର ଫଟୋ ମଧ୍ୟ 76ତମ କାନ୍ସ ଫିଲ୍ମ ଫେଷ୍ଟିଭାଲରୁ ଆସିଛି, ଯେଉଁଥିରେ ସେ କମଳା ରଙ୍ଗର ଗାଉନରେ ଗର୍ଜିୟସ ଲୁକରେ ନଜର ଆସିଛନ୍ତି । ଏହି ଲୁକରେ ସେ କୌଣସି ବାର୍ବୀ ଡଲଠାରୁ କମ୍ ଲାଗୁନାହାଁନ୍ତି । ସୂଚନା ଥାଉ କି, ଉର୍ବଶୀ ଗତ ବର୍ଷ କାନ୍ସରେ ଡେବ୍ୟୁ କରିଥିଲେ । କାନ୍ସ ଫିଲ୍ମ ଫେଷ୍ଟିଭାଲ୍ 2022ର ରେଡ୍ କାର୍ପେଟରେ ସେ ହ୍ବାଇଟ ଗାଉନରେ ସୁନ୍ଦର ଲୁକ୍ରେ ନଜର ଆସିଥିଲେ । ସେ ନିଜ ଲୁକ୍ସର ଅନେକ ଫଟୋ ସୋସିଆଲ ମିଡିଆରେ ସେୟାର କରିଥିଲେ ।
- " class="align-text-top noRightClick twitterSection" data="
">
ଉର୍ବଶୀଙ୍କ ୱାର୍କ ଫ୍ରଣ୍ଟ କଥା କହିବାକୁ ଗଲେ, ଉର୍ବଶୀ ରୌତେଲା ନାଗାର୍ଜୁନଙ୍କ ପୁଅ ଅଖିଲ ଅକ୍କିନେନିଙ୍କ ସହ ଫିଲ୍ମ 'ଏଜେଣ୍ଟ'ରେ କାମ କରୁଛନ୍ତି । ଏହି ଫିଲ୍ମରେ ମମୁଟିି ମଧ୍ୟ ମୁଖ୍ୟ ଭୂମିକାରେ ଅଭିନୟ କରିବେ । ଫିଲ୍ମର ବଜେଟ୍ 100 କୋଟି ବୋଲି କୁହାଯାଉଛି । ଏହା ଏକ ଭାରତୀୟ ସ୍ପାଇ-ଥ୍ରୀଲର ଫିଲ୍ମ ଅଟେ । ନିର୍ଦ୍ଦେଶକ ସୁରେନ୍ଦ ରେଡ୍ଡୀ ଏହି 'ଏଜେଣ୍ଟ' ଫିଲ୍ମର ନିର୍ଦ୍ଦେଶନା ଦେଉଛନ୍ତି ।