ETV Bharat / entertainment

Urfi Javed: ସୁନ୍ଦରତା ପାଇଁ କରିଥିଲେ ଲିପ ଫିଲର, ବିଗିଡିଗଲା ଓଠ

author img

By

Published : Jul 24, 2023, 2:56 PM IST

ସୁନ୍ଦରତା ପାଇଁ ଉର୍ଫି ଜାଭେଦ୍ ଲିପ ଫିଲର କରିଥିଲେ। ଏହା ଦ୍ବାରା ବିଗିଡିଯାଇଛି ତାଙ୍କ ଓଠ। ଯାହାର କିଛି ଫଟୋ ସେୟାର କରିଛନ୍ତି ଉର୍ଫି । ଏହି ପୋଷ୍ଟ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ଅଧିକ ପଢନ୍ତୁ

ସୁନ୍ଦରତା ପାଇଁ କରିଥିଲେ ଲିପ ଫିଲର, ବିଗିଡିଗଲା ଓଠ

ହାଇଦ୍ରାବାଦ: ସୋସିଆଲ ମିଡିଆ ସେନ୍‌ସେସନ ଉର୍ଫି ଜାଭେଦ୍ ଅଜବ ଫ୍ୟାଶନ ଲୁକ୍‌ ପାଇଁ ସର୍ବଦା ଶିରୋନାମାରେ ରହିଥାଆନ୍ତି । ତେବେ ବର୍ତ୍ତମାନ ସୁନ୍ଦରତା ବୃଦ୍ଧି ପାଇଁ ଉର୍ଫି କରିଥିବା ଫିଲରକୁ ନେଇ ସମସ୍ୟାରେ ପଡ଼ି ଯାଇଛନ୍ତି । ସେନେଇ ଉର୍ଫି ଅନୁଭୂତି ବଖାଣିଛନ୍ତି । ନିକଟରେ ଉର୍ଫି କହିଥିଲେ ଯେ ଆଖି ଫିଲର ଦ୍ବାରା ତାଙ୍କ ଚେହେରା ବିଗିଡ଼ି ଯାଇଥିଲା । ବର୍ତ୍ତମାନ ଉର୍ଫି ତାଙ୍କର ଯନ୍ତ୍ରଣାଦାୟକ ଲିପ୍ ଫିଲର୍ ଯାତ୍ରାର ଅନୁଭୂତି ଫ୍ୟାନ୍ସଙ୍କ ସହ ସେୟାର କରିଛନ୍ତି । ଏହାସହ ସେ ଅନେକ ଫଟୋ ମଧ୍ୟ ସେୟାର କରିଛନ୍ତି । ଯାହା ଫ୍ୟାନ୍ସଙ୍କୁ ଆଶ୍ଚର୍ଯ୍ୟ କରିଛି ।

ଇନଷ୍ଟାଗ୍ରାମରେ ଉର୍ଫି ଜାଭେଦ ନିଜ ଫଟୋ ସେୟାର କରିଛନ୍ତି । ଯେଉଁଥିରେ ଉର୍ଫିଙ୍କୁ ବିନା ମେକ୍‌ଅପ୍‌ରେ ଦେଖିବାକୁ ମିଳିଛି । ଫଟୋରେ ଉର୍ଫିଙ୍କ ଫୁଲିଯାଇଥିବା ଓଠ ଏବଂ ନାଲି ଆଖି ଦେଖିବାକୁ ମିଳୁଛି । ଉର୍ଫି ଜାଭେଦ୍ ଏହି ପୋଷ୍ଟ କରି ଲେଖିଛନ୍ତି, 'ମୁଁ ଆପଣଙ୍କ ସହ ମୋର ଲିପ୍ ଫିଲର୍ ଅଭିଜ୍ଞତା ବାଣ୍ଟିବାକୁ ଚାହୁଁଛି । ମୁଁ 18 ବର୍ଷ ବୟସରୁ ଲିପ୍ ଫିଲର୍ କରି ଆସୁଛି । ମୋ ପାଖରେ ସେତେବେଳେ ସେତେ ଟଙ୍କା ନଥିଲା କିନ୍ତୁ ମୁଁ ସବୁବେଳେ ଅନୁଭବ କରୁଥିଲି ଯେ ମୋ ଓଠ ବହୁତ ପତଳା ଅଛି । ମୁଁ ସବୁବେଳେ ବଡ଼ ଓଠ ଚାହୁଁଥିଲି ।'

ଉର୍ଫି ଆହୁରି ମଧ୍ୟ ଲେଖିଛନ୍ତି, "ମୁଁ ଚର୍ମ ରୋଗ ବିଶେଷଜ୍ଞଙ୍କ ନିକଟକୁ ଯାଇଥିଲି ଏବଂ ଆମେ ଏହାକୁ କମ୍ ମୂଲ୍ୟରେ କରିବାକୁ ପ୍ରସ୍ତୁତ ହୋଇଥିଲେ । ଅନେକ ଥର ଏହିପରି ଫଳାଫଳ ବାହାରିଲା ସେଗୁଡିକୁ ଏଡାଇ ମୁଁ ଦେଇଥିଲି । କିଛି ଏପରି ହେବନି ମନେ କରି ଫିଲ୍ମର କରାଇଥିଲା । କିନ୍ତୁ ଏହା ହିଁ ସବୁଠୁ କଷ୍ଟଦାୟକ ବିଷୟ ହେଲା । ମୁଁ ଲୋକମାନଙ୍କୁ କହୁ ନାହିଁ ଯେ, ତୁମେ ଏହା କରିବା ଉଚିତ୍ ନୁହେଁ, କିନ୍ତୁ ମୁଁ ଏହା କହୁଛି ଯେତେବେଳେ ତୁମେ ଫିଲର କିମ୍ବା ବୋଟକ୍ସ କରାଉଛ, ତେବେ ସାବଧାନ ରୁହ ।"

ଏହା ମଧ୍ୟ ପଢନ୍ତୁ: ହୋଟେଲ ମ୍ୟାନେଜରଙ୍କ ସହ ଉର୍ଫି ଜାଭେଦଙ୍କ ଯୁକ୍ତିତର୍କ, ଭିଡିଓ ଭାଇରାଲ

'ମୁଁ ତଥାପି ଓଠ ଫିଲର୍ କରିସାରିଛି, ବର୍ତ୍ତମାନ ମୁଁ ଜାଣିଛି ମୋ ଚେହେରାକୁ କଣ ସୁଟ କରିବ । କୌଣସି ଡାକ୍ତରଙ୍କ ନିକଟକୁ ଯିବା ପୂର୍ବରୁ ଆପଣ ଭଲ ଭାବେ ସର୍ଚ୍ଚ କରନ୍ତୁ । ଯଦି ଆପଣଙ୍କର ଚେହେରା କିମ୍ବା ଶରୀରକୁ ଆପଣଙ୍କୁ ଘୃଣା ଲାଗିଲେ, ଏହି ସମୟରେ ଘୃଣା କରିବା ପରିବର୍ତ୍ତେ, ଫିଲର କିମ୍ବା ଅସ୍ତ୍ରୋପଚାରର ବିକଳ୍ପ ଭଲ । କିନ୍ତୁ କେବଳ ଜଣେ ଭଲ ଡାକ୍ତରଙ୍କଠାରୁ ପରାମର୍ଶ ନେଇ ଏହା କରିବା ଉଚିତ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.