ମୁମ୍ବାଇ: ବଲିଉଡର ଟପ ହିରୋଙ୍କ ମଧ୍ୟରେ ସାମିଲ ବଲିଉଡ ସୁପରଷ୍ଟାର କିଙ୍ଗଖାନ । 57 ବୟସରେ ବି ନିଜ ଦମଦାର ଷ୍ଟାଇଲ, ଅଭିନୟ ଏବଂ ସିଗନ୍ଚେର ଷ୍ଟାଇଲ ପାଇଁ ଆଜି ବି ଫ୍ୟାନ୍ସଙ୍କ ଦିଲରେ ରାଜ କରନ୍ତି । କେବଳ ଯେ ଭାରତରେ ନୁହେଁ ବିଦେଶରେ ମଧ୍ୟ କିଙ୍ଗ ଖାନଙ୍କ ଅନେକ ପ୍ରଶଂସକ ରହିଛନ୍ତି । ସମସ୍ତେ ଅଭିନେତାଙ୍କୁ ବେଶ ଫୋଲୋ କରନ୍ତି । ଶାହାରୁଖ ଜଣେ ଲୋକପ୍ରିୟ ଅଭିନେତା ହେବା ସହ ଜଣେ ସଫଳ ଅଭିନେତା ମଧ୍ୟ । ତେବେ ବର୍ତ୍ତମାନ ଶାହାରୁଖ ଖାନଙ୍କ ନାଁ ବିଶ୍ବର ଧନୀ ତାରକା ହୋଇପାରିଛନ୍ତି । ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ବିଶ୍ୱର 2023 ଧନୀ କଳାକାରଙ୍କ ତାଲିକା ସାମ୍ନାକୁ ଆସିଛି । ଯେଉଁଥିରେ ଶାହରୁଖ ଖାନଙ୍କ ନାମ ସାମିଲ ଅଛି । ଏଥିସହ ଏହି କ୍ରମରେ ଶାହାରୁଖ ଅନେକ ହଲିଉଡ ଷ୍ଟାରଙ୍କୁ ମଧ୍ୟ ପଛରେ ପକାଇଛନ୍ତି ।
ରିପୋର୍ଟ ଅନୁଯାୟୀ, ତାଲିକାରେ ସାମିଲ ସମସ୍ତ ଅଭିନେତାମାନଙ୍କର ମୋଟ ସମ୍ପତ୍ତି 250 ନିୟୁତରୁ 1 ବିଲିୟନ ଡଲାର ମଧ୍ୟରେ ଅଟେ। ବର୍ତ୍ତମାନ ଟାଇଲର ପେରି ସର୍ବାଧିକ ସମ୍ପତ୍ତି ଥିବା ଅଭିନେତା ଭାବେ 1 ନମ୍ବରରେ ରହିଛନ୍ତି । ଯାହାଙ୍କ ମୋଟ ସମ୍ପତ୍ତି ହେଉଛି 1 ବିଲିୟନ ଡଲାର । ଟାଇଲର ପେରିରେ 'ବୁ' ଏ ମୈଡିଆ ହେଲୋବିନ, ମୈଡିଆ ଗୌଜ ଟୁ ଜେଲ, ମୈଡିୟାଜ ଫ୍ୟାମିଲି ରିୟୁନିୟନ, ୱାଇ ଡିଡ ଆଇ ଗେଟ ମେରିଡ ୟୁ ଭଳି ତାଙ୍କର ଅନେକ ଫିଲ୍ମ ସର୍ବାଧିକ ଆୟ କରୁଥିବା ଫିଲ୍ମ ଅଟେ । ସେହିପରି ବିଶ୍ୱ ପ୍ରସିଦ୍ଧ ଷ୍ଟାଣ୍ଡ ଅପ୍ ହାସ୍ୟ ଅଭିନେତା ଜେରୀ ସେନ୍ଫେଲ୍ଡ ଏବଂ ଡୱେନ ଜନସନ ଯଥାକ୍ରମେ ଦ୍ୱିତୀୟ ଏବଂ ତୃତୀୟ ସ୍ଥାନରେ ରହିଛନ୍ତି । ଜେରୀ ସେନ୍ଫେଲ୍ଡର ସମ୍ପତ୍ତିର ମୋଟ ନିଟ୍ ମୂଲ୍ୟ 950 ନିୟୁତ ଡଲାର ଏବଂ ଡୱେନ ଜନସନଙ୍କ 800 ମିଲିୟନ ଡଲାର ବୋଲି କୁହାଯାଉଛି ।
ସେପଟେ ଚତୁର୍ଥ ରାଙ୍କରେ ବଲିଉଡର 'କିଙ୍ଗ ଅଫ୍ ରୋମାନ୍ସ' ଶାହରୁଖ ଖାନ ରହିଛନ୍ତି । ସେ ନିଜ କ୍ୟାରିୟରରେ 80 ରୁ ଅଧିକ ଚଳଚ୍ଚିତ୍ର କରିଛନ୍ତି । ଯାହା ହିଟ୍ ମଧ୍ୟ ହୋଇଛି । ଏହି ରିପୋର୍ଟରେ ଶାହାରୁଖ ଖାନଙ୍କ ପ୍ରଶଂସନୀୟ କାର୍ଯ୍ୟଗୁଡ଼ିକ ମଧ୍ୟ ଉଲ୍ଲେଖ କରାଯାଇଛି। ତାଙ୍କର ଉତ୍ତମ କାର୍ଯ୍ୟ ପାଇଁ ୟୁନେସ୍କୋର ପିରାମିଡ୍ କନ୍ ମାର୍ନି ପୁରସ୍କାର ମଧ୍ୟ ପ୍ରଦାନ କରାଯାଇଛି । କେବଳ ଏତିକି ନୁହେଁ, କିଙ୍ଗ୍ ଖାନ୍ ମଧ୍ୟ ନ୍ୟୁଜ୍ ୱିକ୍ ପତ୍ରିକା ଦ୍ୱାରା ବିଶ୍ୱର 50 ଜଣ ଶକ୍ତିଶାଳୀ ବ୍ୟକ୍ତିଙ୍କ ମଧ୍ୟରେ ଅନ୍ତର୍ଭୁକ୍ତ କରାଯାଇଛି । ସେ 14 ଟି ଫିଲ୍ମଫେୟାର ପୁରସ୍କାର, ପଦ୍ମଶ୍ରୀ, ଏବଂ ଆଡ୍ରୋ ଡେସ୍ ଆର୍ଟ ଏଟ୍ ଡେସ୍ ଲେଟ୍ରେସ୍ ଏବଂ ଲେଜିଅନ୍ ଅଫ୍ ଅନର ସହ ଅନେକ ପୁରସ୍କାର ହାସଲ କରିଛନ୍ତି । ଗଣମାଧ୍ୟମ ରିପୋର୍ଟରେ କୁହାଯାଇଛି ଯେ ଶାହାରୁଖ ଖାନଙ୍କ ମୋଟ ସମ୍ପତ୍ତି 730 ମିଲିୟନ ଡ଼ଲାର ଅଟେ । ସେହିପରି ହଲିଉଡ ଷ୍ଟାର ଟମ୍ କ୍ରୁଜ୍ ପଞ୍ଚମ ସ୍ଥାନରେ ରହିଛନ୍ତି, ଯାହାଙ୍କ ମୋଟ ସମ୍ପତ୍ତି ମୂଲ୍ୟ 620 ନିୟୁତ ଡଲାର ବୋଲି କୁହାଯାଉଛି ।
ବିଶ୍ବର ସବୁଠାରୁ ଅଧିକ ଧନୀ ଅଭିନେତାଙ୍କ ତାଲିକା:-
ବିଶ୍ବର ସବୁଠାରୁ ଅଧିକ ଧନୀ ଅଭିନେତାଙ୍କ ନାମ ଏବଂ ସମ୍ପତ୍ତି:-
1. ଟାଇଲର ପେରି- 1 ବିଲିୟନ ଡଲାର
2. ଜେରୀ ସେନ୍ଫେଲ୍ଡ- 950 ମିଲିୟନ ଡଲାର
3. ଡୱେନ ଜନସନ- 800 ମିଲିୟନ ଡଲାର
4. ଶାହାରୁଖ ଖାନ- 730 ମିଲିୟନ ଡଲାର
5. ଟମ୍ କ୍ରୁଜ୍- 620 ମିଲିୟନ ଡଲାର
6. ଜର୍ଜ କ୍ଲୁନି- 500 ମିଲିୟନ ଡଲାର
7. ରୋବର୍ଟ ଡି ନୀରୋ- 500 ମିଲିୟନ ଡଲାର
8. ଅର୍ନଲ୍ଡ ଶ୍ରାର୍ଜନେଗରେ- 450 ମିଲିୟନ ଡଲାର
9. କେବିନ ହାର୍ଟ- 450 ମିଲିୟନ ଡଲାର
10. ଏଡମ ସୈଣ୍ଡଲର- 440 ମିଲିୟନ ଡଲାର
ଏହା ମଧ୍ୟ ପଢନ୍ତୁ: କିଙ୍ଗ୍ ଖାନ୍ଙ୍କ ଜବାନକୁ ମିଳିଲା U/A ସାର୍ଟିଫିକେଟ୍, ହଟିଲା 7ଟି ସିନ୍