ETV Bharat / entertainment

ଆରପାରିରେ ଟଲିଉଡ ବର୍ଷିୟାନ ଅଭିନେତା ଶରତ ବାବୁ - ଆରପାରିରେ ଶରତ ବାବୁ

ସାଉଥ୍ ଫିଲ୍ମ ଇଣ୍ଡଷ୍ଟ୍ରୀର ଭେଟେରାନ ଅଭିନେତା ଶରତ ବାବୁଙ୍କର ଦେହାନ୍ତ ହୋଇଛି । ସେ 71 ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ଅଭିନେତାଙ୍କ ମୃତ୍ୟୁ ଖବର ଫିଲ୍ମ ଇଣ୍ଡଷ୍ଟ୍ରୀରେ ଶୋକର ଛାୟା ଖେଳି ଯାଇଛି । ଅଧିକ ପଢନ୍ତୁ

ଆରପାରିରେ ଟଲିଉଡ ବର୍ଷିୟାନ ଅଭିନେତା ଶରତ ବାବୁ

author img

By

Published : May 22, 2023, 5:01 PM IST

ହାଇଦ୍ରାବାଦ: ଦକ୍ଷିଣ ଫିଲ୍ମ ଇଣ୍ଡଷ୍ଟ୍ରୀରୁ ଏକ ଦୁଃଖଦ ଖବର ଆସିଛି । ଟଲିଉଡ ବର୍ଷିୟାନ ଅଭିନେତା ଶରତ ବାବୁଙ୍କ ଦେହାନ୍ତ ହୋଇଛି । ମୃତ୍ୟୁବେଳକୁ ତାଙ୍କୁ 71 ବର୍ଷ ବୟସ ହୋଇଥିଲା । ଚଳିତ ମାସ ଆରମ୍ଭରୁ ହିଁ ତାଙ୍କ ଶରୀରର ଏକାଧିକ ଅଙ୍ଗ ଅଚଳ ହୋଇ ପଡ଼ିଥିଲା, ଏହାପରେ ସେ ଏକ ଘରୋଇ ହସ୍ପିଟାଲ୍‌ରେ ଚିକିତ୍ସିତ ହେଉଥିଲେ। ତେବେ ଚିକିତ୍ସାଧୀନ ଅବସ୍ଥାରେ ଆଜି ହାଇଦ୍ରାବାଦର ସମ୍ପୃକ୍ତ ଘରୋଇ ହସ୍ପିଟାଲରେ ସେ ଶେଷ ନିଃଶ୍ବାସ ତ୍ୟାଗ କରିଛନ୍ତି । ତାଙ୍କ ବିୟୋଗ ଖବର ଶୁଣି ପୁରା ଇଣ୍ଡଷ୍ଟ୍ରୀରେ ଶୋକର ଛାୟା ଖେଳିଯାଇଛି ।

ବର୍ଷିୟାନ ଅଭିନେତା ଶରତ ବାବୁ କିଛି ଦିନ ଧରି ଅସୁସ୍ଥ ଥିଲେ ଏବଂ ହାଇଦ୍ରାବାଦର AIG ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ଶରୀରରେ ସେପସିସ୍ କାରଣରୁ ତାଙ୍କର ମୃତ୍ୟୁ ହୋଇଥିବା ଏବଂ ତାଙ୍କର କିଡନୀ, ଫୁସଫୁସ, ଯକୃତ ଏବଂ ଅନ୍ୟାନ୍ୟ ଅଙ୍ଗ ଫେଲ୍‌ ହୋଇ ଯାଇଥିଲା । ଫଳରେ ଚିକିତ୍ସାଧୀନ ଅବସ୍ଥାରେ ସେ ଆଜି ତାଙ୍କର ଦେହାନ୍ତ ହୋଇଛି । ଶରତ ବାବୁଙ୍କ ମୃତ୍ୟୁ ଖବର ଶୁଣି ପ୍ରଶଂସକ ଏବଂ ସେଲିବ୍ରିଟିମାନେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ସହ ତାଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି ।

ତେବେ ପୂର୍ବରୁ ମଧ୍ୟ ତାଙ୍କ ଦେହାନ୍ତ ଖବର ସୋସିଆଲ ମିଡିଆରେ ପ୍ରସାରିତ ହୋଇଥିଲା । ଏହି ଖବର ଶୁଣି ପ୍ରଶଂସକ ଏବଂ ସେଲିବ୍ରିଟିମାନେ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ । ହେଲେ ପରେ ଶରତ ବାବୁଙ୍କ ଭଉଣୀ ତାଙ୍କ ମୃତ୍ୟୁ ବିଷୟରେ ଗୁଜବ ପ୍ରଚାର ଖଣ୍ଡନ କରିବା ସହ ସେ ସୁସ୍ଥ ଥିବା ଖବର ଦେଇଥିଲେ । ସେଲିବ୍ରିଟିଙ୍କ ମଧ୍ୟରେ କମଲ ହାସନ ଶ୍ରଦ୍ଧାଞ୍ଜଳି ଜଣାଇ ଥିଲେ । କିନ୍ତୁ ପରେ ସେ ତାଙ୍କ ଟ୍ୱିଟ୍‌କୁ ଡିଲିଟ ବି କରିଥିଲେ ।

ଶରତ ବାବୁ ତାଙ୍କ ପ୍ରକୃତ ନାମ ସତ୍ୟମ୍ ବାବୁ ଦୀକ୍ଷତୁଲୁ। ସେ ତାମିଲ ଏବଂ ତେଲୁଗୁ ସିନେମା ବ୍ୟତୀତ ହିନ୍ଦୀ, କନ୍ନଡ, ମାଲାୟାଲମ୍ ଫିଲ୍ମରେ ମଧ୍ୟ ଅଭିନୟ କରିଛନ୍ତି । ସେ 200ରୁ ଅଧିକ ଫିଲ୍ମରେ ଅଭିନୟ କରି ଲୋକପ୍ରିୟତା ହାସଲ କରିଥିଲେ। ଶରତ 1973ରେ ତେଲୁଗୁ ଫିଲ୍ମରୁ ନିଜ ଅଭିନୟ କ୍ୟାରିୟର ଆରମ୍ଭ କରିଥିଲେ । କିନ୍ତୁ କେ ବାଲଚନ୍ଦ୍ରଙ୍କ ନିର୍ଦ୍ଦେଶିତ ତାମିଲ ଫିଲ୍ମ ନିଜାଲ ନିଜାମଗିରାଧୁଙ୍କ ମାଧ୍ୟମରେ 1978ରେ ସଫଳତା ହାସଲ କରିଥିଲେ। ସେ 8ଟି ରାଜ୍ୟ ନନ୍ଦୀ ପୁରସ୍କାର ପାଇଛନ୍ତି। ଶରତଙ୍କୁ ଗତ ବର୍ଷ ମଲ୍ଲିକ ପେଲିରେ ପେଦୟାନା ଭାବରେ ଦେଖିବାକୁ ମିଳିଥିଲା। ସେ ବସନ୍ତ ମୁଲାଇରେ ମଧ୍ୟ ଅଭିନୟ କରିଥିଲେ ।

ଶରତ ବାବୁ ଟେଲିଭିଜନ ଇଣ୍ଡଷ୍ଟ୍ରୀରେ ମଧ୍ୟ ଜଣେ ସଫଳ ଅଭିନେତା ହୋଇପାରିଥିଲେ । ଏଥିସହ ଆନ୍ଧ୍ରପ୍ରଦେଶର ମୂଳ ବାସିନ୍ଦା ଶରତ ବାବୁ ଜଣେ ପୋଲିସ ଅଧିକାରୀ ହେବାକୁ ଚାହୁଁଥିଲେ କିନ୍ତୁ ଆଖି ସମସ୍ୟା ହେତୁ ତାଙ୍କ ସ୍ୱପ୍ନକୁ ସାକାର କରିପାରି ନଥିଲେ। ତାଙ୍କ ପିତା ଚାହୁଁଥିଲେ ଯେ ସେ ତାଙ୍କ ବ୍ୟବସାୟରେ ଯୋଗ ଦିଅନ୍ତୁ କିନ୍ତୁ ତାଙ୍କ ମା'ଙ୍କ ସହଯୋଗରେ ସେ ଫିଲ୍ମ ଇଣ୍ଡଷ୍ଟ୍ରୀରେ ପ୍ରବେଶ କରି ନିଜକୁ ଜଣେ ଅଭିନେତା ଭାବରେ ପ୍ରତିଷ୍ଠିତ କରିପାରିଥିଲେ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.