ETV Bharat / entertainment

Tiger 3: ଏହି ଦିନ ଆସିବ 'ଟାଇଗରଙ୍କ ମେସେଜ୍‌', ଆସିଲା ଫ୍ୟାନ୍ସଙ୍କ ପାଇଁ ବଡ଼ ଖବର

author img

By ETV Bharat Odisha Team

Published : Sep 25, 2023, 2:54 PM IST

ଆଦିତ୍ୟ ଚୋପ୍ରା ସେପ୍ଟେମ୍ବର 27ରେ 'ଟାଇଗରଙ୍କ ମେସେଜ୍‌’ର ଖୁଲାସା କରିବେ, ଯାହା ଏକ ଭିଡିଓ ଅଟେ । ଏହି ଭିଡିଓରୁ ଫିଲ୍ମର ପ୍ରମୋସନ ଆରମ୍ଭ ହେବ । ଚଳିତ ବର୍ଷ ଦୀପାବଳିର ଶୁଭ ଅବସରରେ ଏହି ଚଳଚ୍ଚିତ୍ର ପ୍ରେକ୍ଷାଳୟକୁ ଆସିବ । ଅଧିକ ପଢନ୍ତୁ

ଟାଇଗର
ଟାଇଗର

ହାଇଦ୍ରାବାଦ: ସଲମାନ ଖାନ ଏବଂ କ୍ୟାଟ୍ରିନା କୈଫଙ୍କ ଅଭିନୀତ ଚଳଚ୍ଚିତ୍ର 'ଟାଇଗର' ବକ୍ସ ଅଫିସରେ ଧମାଲ ମଚାଇବାକୁ ପ୍ରସ୍ତୁତ । ଚଳିତ ବର୍ଷ ଦୀପାବଳିର ଶୁଭ ଅବସରରେ ଏହି ଚଳଚ୍ଚିତ୍ର ପ୍ରେକ୍ଷାଳୟକୁ ଆସିବ । 'ଟାଇଗର' ହେଉଛି YRF ସ୍ପାଇ ୟୁନିଭର୍ସର ପଞ୍ଚମ ଚଳଚ୍ଚିତ୍ର । 'ଟାଇଗର' ଫ୍ରାଞ୍ଚାଇଜ୍‌ର ତୃତୀୟ କିସ୍ତରେ ସଲମାନ ଖାନଙ୍କ ଲୁକକୁ ପ୍ରଶଂସକମାନେ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି । ୟଶ ଚୋପ୍ରାଙ୍କ ଜନ୍ମ ବାର୍ଷିକୀରେ ଏହି ଫିଲ୍ମର ନିର୍ମାତା ପ୍ରଶଂସକଙ୍କୁ ଏକ ବଡ଼ ସରପ୍ରାଇଜ ଦେବାକୁ ପ୍ରସ୍ତୁତ ଅଛନ୍ତି ।

  • " class="align-text-top noRightClick twitterSection" data="">

ସ୍ପାଇ ୟୁନିଭର୍ସରଣ୍ଡରେ ସଲମାନଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା

ଆଦିତ୍ୟ ଚୋପ୍ରା ସେପ୍ଟେମ୍ବର 27ରେ 'ଟାଇଗରଙ୍କ ମେସେଜ’ ଉନ୍ମୋଚନ କରିବେ, ଯାହା ଏକ ଭିଡିଓ ଅଟେ । ଏହି ଭିଡିଓରୁ ଫିଲ୍ମର ପ୍ରମୋସନ ମଧ୍ୟ ଆରମ୍ଭ ହେବ । କାରଣ ଚଳିତ ବର୍ଷ ଦୀପାବଳି ଅବସରରେ ଫିଲ୍ମ ରିଲିଜ ହେବ । ଏହି ଭିଡିଓ ବିଷୟରେ ଆଲୋଚନା କରି ଫିଲ୍ମ ସହ ଜଡିତ ଏକ ସୂତ୍ର କହିଛି, 'ଏହି ଭିଡିଓ ଟାଇଗର 3ର ଟ୍ରେଲର ପରି ହେବ । ଏଥିରେ ଏଜେଣ୍ଟ ଟାଇଗର ରୁପରେ ସଲମାନ ଖାନ ଏକ ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା ଦେବେ । ସଲମାନ ହେଉଛନ୍ତି YRF ସ୍ପାଇ ୟୁନିଭର୍ସର OG, ଯିଏ ସ୍ପାଇ ୟୁନିଭର୍ସରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି ।

ସେ ଆହୁରି ମଧ୍ୟ କହିଛନ୍ତି, 'ଏହି ଫ୍ରାଞ୍ଚାଇଜ୍ ଆଜି କେତେ ବଡ ହୋଇଛି ଏବଂ ସମସ୍ତ ଆଖି YRF ସ୍ପାଇ ୟୁନିଭର୍ସର ପଞ୍ଚମ ଚଳଚ୍ଚିତ୍ର ଟାଇଗର 3 ଉପରେ ରହିଛି । ଏହି ଦିୱାଲୀରେ ରିଲିଜ୍ ହେବାକୁ ଥିବା 'ଟାଇଗର 3' ରୁ ଦର୍ଶକଙ୍କ ବହୁତ ଆଶା ରହିଛି । ଏହା YRF ସ୍ପାଇ ୟୁନିଭର୍ସର ପଞ୍ଚମ ଚଳଚ୍ଚିତ୍ର । ଏହା ଏକ ଫିଲ୍ମ ହେବ ଯାହା ଦର୍ଶକମାନେ ପୂର୍ବରୁ ପରଦାରେ ଦେଖି ନଥିବେ।

ଏହା ମଧ୍ୟ ପଢନ୍ତୁ: Aditya-Ananya: ରିସେପ୍ସନ୍ ପାର୍ଟୀରେ ପୁଣି ଏକାଠି ନଜର ଆସିଲେ ରୁମର୍‌ ଲଭବାର୍ଡ ଅନନ୍ୟା-ଆଦିତ୍ୟ

ସଲମାନଙ୍କ ତୃତୀୟ ସ୍ପାଇ ଥ୍ରୀଲର ଫିଲ୍ମ ହେବ 'ଟାଇଗର 3'

'ଏକ ଥା ଟାଇଗର' ଏବଂ 'ଟାଇଗର ଜିନ୍ଦା ହୈ' ପରେ 'ଟାଇଗର 3' ସଲମାନଙ୍କ ତୃତୀୟ ସ୍ପାଇ ଥ୍ରୀଲର ଫିଲ୍ମ ହେବ। ଏହି ଚଳଚ୍ଚିତ୍ରରେ ସଲମାନ ଏବଂ କ୍ୟାଟ୍ରିନା ଦୀର୍ଘ 6 ବର୍ଷର ବ୍ୟବଧାନ ପରେ ଟାଇଗର ଏବଂ ଜୋୟା ଭୂମିକାରେ ଫେରୁଛନ୍ତି । ଏହି ସିନେମାରେ ଭିଲେନ ଭୂମିକାରେ ଇମ୍ରାନ ହାଶମୀ ନଜର ଆସିବେ । ମନୀଷ ଶର୍ମା ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦାୟିତ୍ବ ସମ୍ଭାଳିବେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.