ETV Bharat / entertainment

Tiger Ka Message: 'ଯେପର୍ଯ୍ୟନ୍ତ ଟାଇଗର ମରିନାହିଁ ସେପର୍ଯ୍ୟନ୍ତ...' ଜବରଦସ୍ତ ଆକ୍ସନ୍ ସହ ସଲମାନ୍‌ଙ୍କ ଏହି ଖାସ୍‌ ମେସେଜ୍‌

author img

By ETV Bharat Odisha Team

Published : Sep 27, 2023, 2:00 PM IST

ସଲମାନ ଖାନଙ୍କ ଫିଲ୍ମ 'ଟାଇଗର 3' ଚଳିତ ବର୍ଷ ଦୀପାବଳିରେ ମୁକ୍ତିଲାଭ କରିବ । ନିକଟରେ ନିର୍ମାତାମାନେ 'ଟାଇଗର ମେସେଜ୍' ରିଲିଜ୍ କରିଛନ୍ତି, ଯେଉଁଥିରେ ସଲମାନ ଖାନ ଏକ ଜବରଦସ୍ତ ଆକ୍ସନ୍ ଅବତାର ସହିତ ନଜର ଆସିଛନ୍ତି । ଜାଣନ୍ତୁ 'ଭାଇଜାନ' କେଉଁ ବାର୍ତ୍ତା ଦେଇଛନ୍ତି...

ଟାଇଗର 3
ଟାଇଗର 3

ମୁମ୍ବାଇ: ସଲମାନ ଖାନଙ୍କ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ଟାଇଗର 3କୁ ନେଇ ପ୍ରଶଂସକମାନେ ବହୁତ ଉତ୍ସାହିତ ଅଛନ୍ତି । ପ୍ରଶଂସକମାନେ ଏହି ସମ୍ବନ୍ଧୀୟ ପ୍ରତ୍ୟେକ ଅପଡେଟ୍‌ ପାଇଁ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି । ନିକଟରେ ଫିଲ୍ମର ନିର୍ମାତାମାନେ ଏକ ସ୍ୱତନ୍ତ୍ର ଭିଡିଓ ସେୟାର କରିଛନ୍ତି, ଯେଉଁଥିରେ ଭାଇଜାନଙ୍କୁ ଏକ ଜବରଦସ୍ତ ଆକ୍ସନ୍ ଅବତାରରେ ଦେଖିବାକୁ ମିଳିଛି । ସେ ଏକ ସ୍ୱତନ୍ତ୍ର ବାର୍ତ୍ତା ମଧ୍ୟ ଦେଇଛନ୍ତି - 'ଜବ୍‌ ତକ୍‌ ଟାଇଗର ମରା ନେହି, ତବ୍‌ ତକ୍‌ ଟାଇଗର ହାରା ନେହି...'

  • " class="align-text-top noRightClick twitterSection" data="">

ଟାଇଗରର ବାର୍ତ୍ତା କ’ଣ ରହିଛି ?

'ଟାଇଗର କା ମେସେଜ୍'ରେ ସଲମାନ ଖାନଙ୍କୁ ସିକ୍ରେଟ୍‌ ଏଜେଣ୍ଟ୍‌ ଟାଇଗର ଭାବରେ ଏକ ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା ପ୍ରଦାନ କରାଯାଇଥିଲା। ଗୋଟେ ମିନିଟ୍ 46 ସେକେଣ୍ଡର ଏହି କ୍ଲିପ୍ ଧମାକାଦାର ଆକ୍ସନ ଏବଂ ମନୋରଞ୍ଜନରେ ପରିପୂର୍ଣ୍ଣ । ଏହି କ୍ଲିପ୍‌ରେ ସଲମାନଙ୍କୁ ର’ ଏଜେଣ୍ଟ ଅବିନାଶ ସିଂ ରାଠୋର ଭାବରେ ଦର୍ଶାଯାଇଛି ଏବଂ ଗଣମାଧ୍ୟମରେ ତାଙ୍କ ଛବି କିପରି ଅପମାନିତ କରାଯାଇଛି ଏବଂ ତାଙ୍କୁ ଦେଶଦ୍ରୋହୀ ବୋଲି କୁହାଯାଉଛି । ଶେଷରେ, ଟାଇଗର ଏକ ଦମଦାର ସଂଳାପ କହିଛନ୍ତି- 'ଜବ୍‌ ତକ୍‌ ଟାଇଗର ମରା ନେହି, ତବ୍‌ ତକ୍‌ ଟାଇଗର ହାରା ନେହି...', ଆପଣଙ୍କ ରୁମ ଟାଙ୍କୁରିବା ପାଇଁ ଏତିକି ଯଥେଷ୍ଟ । ଏହା ସହିତ, ଏହି କ୍ଲିପ୍‌ରେ ସଲମାନଙ୍କ ଆକ୍ସନ୍ ସିକ୍ବେନ୍ସ ଧମାକାଦାର ରହିଛି ।

ଏହା ମଧ୍ୟ ପଢନ୍ତୁ: Tiger 3: ଏହି ଦିନ ଆସିବ 'ଟାଇଗରଙ୍କ ମେସେଜ୍‌', ଆସିଲା ଫ୍ୟାନ୍ସଙ୍କ ପାଇଁ ବଡ଼ ଖବର

ସଲମାନ ଖାନ ଏବଂ କ୍ୟାଟ୍ରିନା କୈଫ 'ଟାଇଗର 3' ସହିତ ଆକ୍ସନ ମୋଡ୍‌କୁ ଫେରିବାକୁ ପ୍ରସ୍ତୁତ ଅଛନ୍ତି । ମନୀଷ ଶର୍ମାଙ୍କ ନିର୍ଦ୍ଦେଶିତ ଏହି ଚଳଚ୍ଚିତ୍ର ଦୀପାବଳିରେ ଫିଲ୍ମହଲ୍‌ରେ ମୁକ୍ତିଲାଭ କରିବ। ତେବେ ଫିଲ୍ମଟି ବକ୍ସ ଅଫିସରେ ହିଟ୍ ହେବା ପୂର୍ବରୁ ନିର୍ମାତାମାନେ ଆଜି 27 ସେପ୍ଟେମ୍ବରରେ ପ୍ରଶଂସକଙ୍କ ପାଇଁ ଏକ ସ୍ୱତନ୍ତ୍ର ଭିଡିଓ ଜାରି କରିଛନ୍ତି । ଯେଉଁଥିରେ 'ଟାଇଗର' ଏକ ସ୍ୱତନ୍ତ୍ର ବାର୍ତ୍ତା ଦେବା ସହିତ ଧୁଆଁଦାର ଆକ୍ସନରେ ସମସ୍ତଙ୍କୁ ଘାଇଲା କରିଛନ୍ତି । ସେପ୍ଟେମ୍ବର 27ରେ ୟଶ ରାଜ ଫିଲ୍ମସ୍ ଦ୍ୱାରା 'ଟାଇଗର କା ମେସେଜ୍' ରିଲିଜ୍ ହେବା ପରେ ପ୍ରଶଂସକମାନେ ବହୁତ ଉତ୍ସାହିତ ହୋଇଯାଇଛନ୍ତି । ନିର୍ମାତାମାନେ ଏହି ସରପ୍ରାଇଜ ପାଇଁ ଏକ ବିଶେଷ ଦିନ ବାଛିଛନ୍ତି, ତାହା ହେଉଛି ଆଜି ( 27 ସେପ୍ଟେମ୍ବର)ର ଦିନଟି । ଆଜି YRF (ୟଶ ରାଜ ଫିଲ୍ମସ୍) ସ୍ଥାପିତ ହୋଇଥିଲା । ଆଜି ଚଳଚ୍ଚିତ୍ର ନିର୍ମାତା ଯଶ ଚୋପ୍ରାଙ୍କ ଜନ୍ମ ବାର୍ଷିକୀ ।

ସଲମାନଙ୍କ ତୃତୀୟ ସ୍ପାଇ ଥ୍ରୀଲର ଫିଲ୍ମ ହେବ 'ଟାଇଗର 3'

'ଏକ୍‌ ଥା ଟାଇଗର' ଏବଂ 'ଟାଇଗର ଜିନ୍ଦା ହୈ' ପରେ 'ଟାଇଗର 3' ସଲମାନଙ୍କ ତୃତୀୟ ସ୍ପାଇ ଥ୍ରୀଲର ଫିଲ୍ମ ହେବ । ଏହି ଚଳଚ୍ଚିତ୍ରରେ ସଲମାନ ଏବଂ କ୍ୟାଟ୍ରିନା ଦୀର୍ଘ 6 ବର୍ଷର ବ୍ୟବଧାନ ପରେ ଟାଇଗର ଏବଂ ଜୋୟା ଭୂମିକାରେ ଫେରୁଛନ୍ତି । ଏହି ସିନେମାରେ ଭିଲେନ ଭୂମିକାରେ ଇମ୍ରାନ ହାଶମୀ ନଜର ଆସିବେ । ମନୀଷ ଶର୍ମା ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦାୟିତ୍ବ ସମ୍ଭାଳିବେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.