ETV Bharat / entertainment

ବକ୍ସ ଅଫିସ କଲେକ୍ସନ: ୨୫୦ କୋଟିରୁ ଟିକେ ଦୂରରେ ଟାଇଗର ୩, ୧୦ମ ଦିନରେ ଏତିକି କଲା କଲେକ୍ସନ

author img

By ETV Bharat Odisha Team

Published : Nov 22, 2023, 11:57 AM IST

ସଲମାନ ଖାନ-କ୍ୟାଟ୍ରିନା କୈଫ ଏବଂ ଇମ୍ରାନ ହାସମି ଷ୍ଟାରର 'ଟାଇଗର ୩' ଭଲ ଓପନିଂ କରିଥିଲା । ଏହି ଚଳଚ୍ଚିତ୍ରରୁ ଦର୍ଶକମାନେ ଆଶା କରିଥିଲେ ଯେ ଫିଲ୍ମଟି ଅନେକ ବଡ଼ ଚଳଚ୍ଚିତ୍ରର ରେକର୍ଡ ଭାଙ୍ଗିବ କିନ୍ତୁ ବର୍ତ୍ତମାନ ଏହା ଘଟୁଥିବା ଦେଖାଯାଉନାହିଁ । ୧୦ମ ଦିନରେ ଘରୋଇ ବକ୍ସ ଅଫିସରେ ଫିଲ୍ମର ଆୟ ବହୁତ ହ୍ରାସ ପାଇଛି । କେତେ ଆୟ କରିଛି ଫିଲ୍ମ ଜାଣନ୍ତୁ

ବକ୍ସ ଅଫିସ କଲେକ୍ସନ: ୨୫୦ କୋଟିରୁ ଟିକେ ଦୂରରେ ଟାଇଗର ୩, ୧୦ମ ଦିନରେ ଏତିକି କଲା କଲେକ୍ସନ
ବକ୍ସ ଅଫିସ କଲେକ୍ସନ: ୨୫୦ କୋଟିରୁ ଟିକେ ଦୂରରେ ଟାଇଗର ୩, ୧୦ମ ଦିନରେ ଏତିକି କଲା କଲେକ୍ସନ

ହାଇଦ୍ରାବାଦ: ସଲମାନ ଖାନ ଏବଂ କ୍ୟାଟ୍ରିନା କୈଫଙ୍କ ଫିଲ୍ମ 'ଟାଇଗର ୩' ବକ୍ସ ଅଫିସରେ ଦମଦାର ଓପନିଂ କରିଥିଲା । ଦୀପାବଳି ଅବସରରେ ରିଲିଜ ହୋଇଥିବା ମନୀଷ ଶର୍ମାଙ୍କ ନିର୍ଦ୍ଦେଶିତ ଏହି ଚଳଚ୍ଚିତ୍ରଟି ଘରୋଇ ବକ୍ସ ଅଫିସରେ ପ୍ରାୟ ୪୪ କୋଟି ଟଙ୍କା ସହ ଦମଦାର ପ୍ରଦର୍ଶନ କରିଥିଲା । ଏପରି ଫିଲ୍ମ ସପ୍ତାହକ ମଧ୍ୟରେ ୨୦୦କୋଟି କ୍ଲବରେ ସାମିଲ ହୋଇ ସଫଳତା ହାସଲ କରିଥିଲା । କିନ୍ତୁ ବର୍ତ୍ତମାନ ଫିଲ୍ମର କ୍ରେଜ କମିବାରେ ଲାଗିଛି । କ୍ରିକେଟ୍ ବିଶ୍ୱକପ୍ ର ସେମିଫାଇନାଲ ଏବଂ ଫାଇନାଲ ମ୍ୟାଚ୍ ଯୋଗୁଁ ଫିଲ୍ମର ଆୟରେ ହ୍ରାସ ଘଟିଥିଲା । ବିଶ୍ୱକପ ଶେଷ ହେବା ପରେ ଏହି ଫିଲ୍ମ ପୁଣି ଭଲ ରୋଜଗାର କରିବ ବୋଲି ଆଶା କରାଯାଉଥିଲା । ହେଲେ ତାହା ହୋଇନାହିଁ । ମଙ୍ଗଳବାର ଦିନ ଅର୍ଥାତ୍ ୧୦ମ ଦିନରେ ଫିଲ୍ମର ଆୟରେ ବହୁତ ହ୍ରାସ ଘଟିଛି ।

  • " class="align-text-top noRightClick twitterSection" data="">

ସଲମାନ ଖାନ-କ୍ୟାଟ୍ରିନା କୈଫଙ୍କ ଅଭିନୀତ ସ୍ପାଏ ୟୁନିଭର୍ସର ଏହି ଚଳଚ୍ଚିତ୍ର ସୋମବାର ପ୍ରାୟ ୭.୨୫ କୋଟି ଟଙ୍କା ବ୍ୟବସାୟ କରିଥିଲା, କିନ୍ତୁ ମଙ୍ଗଳବାର ଦିନ ଏହି କଲେକ୍ସନରେ ଆହୁରି ହ୍ରାସ ପାଇଛି । ସାକ୍‌ନିକ୍‌ଙ୍କ ରିପୋର୍ଟ ଅନୁସାରେ, ମଙ୍ଗଳବାର ଅର୍ଥାତ ୧୦ମ ଦିନରେ ଘରୋଇ ବକ୍ସ ଅଫିସରେ ଏହି ଚଳଚ୍ଚିତ୍ର ପ୍ରାୟ ୬.୩୫ କୋଟି ଟଙ୍କା ଆୟ କରିଛି । ତେବେ ଫିଲ୍ମର ମୋଟ ୧୦ ଦିନ ମଧ୍ୟରେ ପ୍ରାୟ ୨୪୩.୬୦ କୋଟି ଟଙ୍କା କଲେକ୍ସନ କରିଛି । ୨୫୦ କୋଟି କ୍ଲବରେ ଯୋଗଦେବା ପାଇଁ ଏହି ଚଳଚ୍ଚିତ୍ରକୁ ଆଉ ମାତ୍ର ୭ କୋଟି ରୋଜଗାର କରିବାକୁ ପଡ଼ିବ ।

ଏହା ମଧ୍ୟ ପଢନ୍ତୁ: ସଲମାନ ଖାନଙ୍କୁ ଶୁଭେଚ୍ଛା ଜଣାଇଲେ ସନ୍ନି ଦେଓଲ

'ଟାଇଗର ୩' ବିଷୟରେ କହିବାକୁ ଗଲେ, ୟଶ ରାଜ ସ୍ପାଏ ୟୁନିଭର୍ସର ବ୍ୟାନରରେ ନିର୍ମିତ ଟାଇଗର ଫ୍ରାଞ୍ଚାଇଜର ଏହା ହେଉଛି ତୃତୀୟ ସିକ୍ୱେଲ । ଏହା ପୂର୍ବରୁ 'ଏକ ଥା ଟାଇଗର' ୨୦୧୨ରେ ମୁକ୍ତିଲାଭ କରିଥିଲା । 'ଟାଇଗର ଜିନ୍ଦା ହେ' ୨୦୧୭ରେ ମୁକ୍ତିଲାଭ କରିଥିଲା । ଟାଇଗର ଫ୍ରାଞ୍ଚାଇଜର ସିକ୍ୱେଲ ହିସାବରେ ବର୍ତ୍ତମାନ 'ଟାଇଗର 3' ୫ ବର୍ଷ ପରେ ପ୍ରେକ୍ଷାଳୟରେ ରିଲିଜ ହୋଇଛି । ଏଥିରେ କ୍ୟାଟ୍ରିନା କୈଫଙ୍କୁ ସଲମାନ ଖାନଙ୍କୁ ପୁଣି ଜୋୟା ଓ ଅବିନାଶ ସିଂ ରାଠୋର ଭୂମିକାରେ ଦେଖିବାକୁ ମିଳିଛି । ଏଥିସହ ଫିଲ୍ମରେ ଇମ୍ରାନ ହାଶମୀଙ୍କୁ ଖଳନାୟକ ଭୂମିକାରେ ଦେଖିବାକୁ ମିଳିଛି । ଏଥିସହ ଫିଲ୍ମରେ ଶାହାରୁଖ ଖାନ ଏବଂ ହ୍ରିିତିକ ରୋଶନଙ୍କ କ୍ୟାମିଓ ରୋଲ ମଧ୍ୟ ଦେଖିବାକୁ ମିଳିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.