ETV Bharat / entertainment

କାର ଇନ୍‌ସୁରାନ୍ସ ସମୟ ସୀମା ଶେଷ ନେଇ ଟ୍ରୋଲ ହେଲେ ରଣଭୀର, ଜାଣନ୍ତୁ ସତ କଣ ? - ରଣଭୀର ସିଂଙ୍କ କାର ମାମଲା

ରଣଭୀର ସିଂଙ୍କ କାର ଇନ୍‌ସୁରାନ୍ସ ସମୟ ସୀମା ଶେଷ ହୋଇଛି ବୋଲି ଦାବି କେତେ ସତ୍ୟ ? ଏହାର ପ୍ରମାଣ ସାମ୍ନାକୁ ଆସିଛି । ଅଧିକ ପଢନ୍ତୁ

ରଣଭୀର ସିଂଙ୍କୁ ବଦନାମ କରିଥିବା ୟୁଜର୍ସ ମାଗିଲେ କ୍ଷମା, ଡିଲିଟ କଲେ ଟ୍ବିଟ୍‌

author img

By

Published : Oct 19, 2022, 1:36 PM IST

ମୁମ୍ବାଇ: ନ୍ୟୁଡ୍‌ ଫଟୋସୁଟ ମାମଲା ପରେ ବଲିଉଡ ଅଭିନେତା ରଣଭୀର ସିଂ ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି । ନିକଟରେ ତାଙ୍କ ବିରୋଧରେ ଅଭିଯୋଗ ଆସିଥିଲା ​​କି, ରଣଭୀର ସିଂ ମୁମ୍ବାଇ ରାସ୍ତାରେ ବିନା ଇନ୍‌ସୁରାନ୍ସରେ କାର ଚଳାଉଥିଲେ। ଏହି ଖବର ସାମ୍ନାକୁ ଆସିବା ମାତ୍ରେ ସୋସିଆଲ ମିଡିଆରେ ହଇଚଇ ସୃଷ୍ଟି ହୋଇଥିଲା । ସମସ୍ତେ ଅଭିନେତାଙ୍କୁ ଟ୍ରୋଲ କରିବା ଆରମ୍ଭ କରିଥିଲେ ।

ରଣଭୀର ସିଂ କାର୍‌
ରଣଭୀର ସିଂ କାର୍‌

ରଣଭୀର ସିଂଙ୍କ ଉପରେ ଏହି ଅଭିଯୋଗ

ଫ୍ୟାସନ ବ୍ୟତୀତ ରଣଭୀର ସିଂ ମଧ୍ୟ ଯାନବାହନକୁ ବହୁତ ଭଲ ପାଆନ୍ତି । ତାଙ୍କ କାର କଲେକ୍ସନରେ ମର୍ସିଡିଜ୍ ଠାରୁ ଆରମ୍ଭ କରି ଲମ୍ବୋର୍ଗିନି, ଜାଗୁଆର, ଅଡି ଏବଂ ଲ୍ୟାଣ୍ଡ ରୋଭର ପର୍ଯ୍ୟନ୍ତ ଅନେକ ବିଳାସପୂର୍ଣ୍ଣ କାର ଅନ୍ତର୍ଭୁକ୍ତ ରହିଛି । ନିକଟରେ ଅଭିନେତାଙ୍କୁ ବିମାନବନ୍ଦରରେ ଦେଖିବାକୁ ମିଳିଥିଲା, ଯେଉଁଠାରେ ସେ ତାଙ୍କ ଆଷ୍ଟନ୍ ମାର୍ଟିନ୍ କାରରେ ଥିଲେ । 3.9 କୋଟି ମୂଲ୍ୟର ଏହି କାର ବିମାନବନ୍ଦରରେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲା । ବର୍ତ୍ତମାନ ସେହି କାର୍‌କୁ ନେଇ ସୋସିଆଲ ମିଡିଆ ୟୁଜର୍ସ ଦାବି କରିଛନ୍ତି ଯେ, ତାଙ୍କ କାରରେ ଥିବା ନମ୍ବର ପ୍ଲେଟ ଅନୁଯାୟୀ ତାଙ୍କ କାରର ଇନ୍‌ସୁରାନ୍ସ ବର୍ଷେ ପୂର୍ବରୁ ଶେଷ ହୋଇସାରିଛି । ଏହି ୟୁଜର୍ସ ରଣଭୀରଙ୍କ କାରର ଡିଟେଲ୍ସ ସେୟାର କରିବା ସହିତ ମୁମ୍ବାଇ ପୋଲିସକୁ ଟ୍ୟାଗ୍ କରିଥିଲେ । ମୁମ୍ବାଇ ପୋଲିସ ମଧ୍ୟ ୟୁଜର୍ସଙ୍କୁ ଉତ୍ତର ଦେଇ ଲେଖିଛନ୍ତି, ସେମାନେ ଟ୍ରାଫିକ ପୋଲିସକୁ ସୂଚନା ଦେଇଛନ୍ତି ।

ଏହା ହେଉଛି ସତ୍ୟ

ପ୍ରମାଣ ସେୟାର କଲେ ରଣଭୀର ସିଂଙ୍କ ଟିମ୍‌
ପ୍ରମାଣ ସେୟାର କଲେ ରଣଭୀର ସିଂଙ୍କ ଟିମ୍‌

ଯେତେବେଳେ ଏହି ଖବରର ଯାଞ୍ଚ ହେଲା, ସେତେବେଳେ ଜଣା ପଡିଲା କି ରଣଭୀର ସିଂଙ୍କ କାର ଇନ୍‌ସୁରାନ୍ସ ଶେଷ ହେବା କଥା ମିଛ । ଏହାପରେ ଅଭିନେତାଙ୍କ ପ୍ରଶଂସକମାନେ ସୂଚନା ପାଇବା ମାତ୍ରେ ଟ୍ରାଫିକ୍ ପୋଲିସ୍ ନିକଟରେ ଅଭିଯୋଗ କରିଥିବା ୟୁଜର୍ସଙ୍କୁ ଟ୍ରୋଲ କରିବା ଆରମ୍ଭ କରିଥିଲେ । ନ୍ୟୁଜ୍ ଏଜେନ୍ସି IANS ର ଖବର ଅନୁଯାୟୀ, ରଣଭୀରଙ୍କୁ ବଦନାମ କରିଥିବା ୟୁଜର୍ସ ପରେ ତାଙ୍କ ଟ୍ୱିଟ୍ ଡିଲିଟ କରିଛନ୍ତି ଏବଂ ମାଇକ୍ରୋ ବ୍ଲଗିଂ ସାଇଟରେ ଅଭିନେତାଙ୍କୁ କ୍ଷମା ମାଗିଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.