ETV Bharat / entertainment

The Kerala Story Collection Day 16: 200କୋଟି କ୍ଲବରେ ସାମିଲ ହେବାକୁ ଯାଉଛି ଫିଲ୍ମ - ଦ କେରଳ ଷ୍ଟୋରୀ ବକ୍ସ ଅଫିସ କଲେକ୍ସନ

ଥିଏଟରରେ କମାଲ କରୁଛି ଅଦା ଶର୍ମାଙ୍କ ଫିଲ୍ମ 'ଦ କେରଳ ଷ୍ଟୋରୀ' । 16 ଦିନ ମଧ୍ୟରେ 187.32 କୋଟି ମୋଟ ଆୟ କରି ଲୋକପ୍ରିୟତା ହାସଲ କରିବାରେ ସଫଳ ହୋଇଛି । ତେବେ ଫିଲ୍ମଟି ଖୁବଶୀଘ୍ର 200 କୋଟି କ୍ଲବରେ ସାମିଲ ହେବା ନେଇ ଆଶା କରାଯାଉଛି । ଅଧିକ ପଢନ୍ତୁ

ଖୁବଶୀଘ୍ର 200କୋଟି କ୍ଲବରେ ସାମିଲ ହେବ ଫିଲ୍ମ
ଖୁବଶୀଘ୍ର 200କୋଟି କ୍ଲବରେ ସାମିଲ ହେବ ଫିଲ୍ମ
author img

By

Published : May 21, 2023, 11:35 AM IST

ହାଇଦ୍ରାବାଦ: ସୁଦୀପ୍ତୋ ସେନଙ୍କ ନିର୍ଦ୍ଦେଶିତ 'ଦ କେରଳ ଷ୍ଟୋରୀ' ବକ୍ସ ଅଫିସରେ ଧମାକା କରିଚାଲିଛି । ଫିଲ୍ମଟି ଅନେକ ସମାଲୋଚନାର ସମ୍ମୁଖୀନ ହେବା ଏବଂ ଅନେକ ବିବାଦ ଘେରି ରହିଥିବା ସତ୍ତ୍ବେ ସିନେମାହଲରେ ଚାଲିଥିବା ଅନ୍ୟ ଅନେକ ବଲିଉଡ ଫିଲ୍ମକୁ ପଛରେ ପକାଇଛି । ପ୍ରାରମ୍ଭିକ ଆକଳନ ଅନୁଯାୟୀ ଫିଲ୍ମଟି 16 ଦିନରେ 9 କୋଟି ଟଙ୍କା ସଂଗ୍ରହ କରିଛି । ଫିଲ୍ମଟି ମୋଟ 187.32 କୋଟି ଟଙ୍କା ସଂଗ୍ରହ କରି ସଫଳତା ହାସଲ କରିଛି । ତେବେ ଫିଲ୍ମଟି ଖୁବ୍ ଶୀଘ୍ର ବକ୍ସ ଅଫିସରେ 200 କୋଟି କ୍ଲବରେ ସାମିଲ ହେବ ବୋଲି ଆଶା କରାଯାଉଛି ।

ବକ୍ସ ଅଫିସ କେଲକ୍ସନ: ଦ କେରଳ ଷ୍ଟୋରୀ

ମେ 5 (ପ୍ରଥମ ଦିନ) 8.03 କୋଟି

ମେ 6 (ଦ୍ବିତୀୟ ଦିନ) 11.22 କୋଟି

ମେ 7 (ତୃତୀୟ ଦିନ)16.40 କୋଟି

ମେ 8 (4ର୍ଥ ଦିନ) 10.07 କୋଟି

ମେ 9 (5ମ ଦିନ) 11.14 କୋଟି

ମେ 10 (ଷଷ୍ଠ ଦିନ) 12 କୋଟି

ମେ 11 (ସପ୍ତମ ଦିନ) 12.50 କୋଟି

ମେ 12 (ଅଷ୍ଟମ ଦିନ) 12.50 କୋଟି

ମେ 13 (ନବମ ଦିନ) 19.35 କୋଟି

ମେ 14 (ଦଶମ ଦିନ) 23 କୋଟି

ମେ 15 (11ତମ ଦିନ) 10 କୋଟି

ମେ 16(ଦ୍ବାଦଶ ଦିନ) 9.65କୋଟି

ମେ 17(ତ୍ରୟଦଶ ଦିନ) 7.90କୋଟି

ମେ 18 (ଚତୁର୍ଦଶ ଦିନ) 7 କୋଟି

ମେ 19 (ପଞ୍ଚଦଶ ଦିନ) 5.75 କୋଟି

ମେ 20 (ଷୋଡଶ ଦିନ) 9 କୋଟି

ଫିଲ୍ମର ମୋଟ ବ୍ୟବସାୟ 187.32 କୋଟିରେ ପହଞ୍ଚିଛି

ସୂଚନା ଥାଉ କି, 'ଦ କେରଳ ଷ୍ଟୋରୀ'ର ସଫଳତା ନେଇ ଫ୍ୟାନ୍ସଙ୍କ ପାଇଁ ସୋସିଆଲ ମିଡିଆରେ ଅଦା ଶର୍ମା ଏକ ନୋଟ୍ ଲେଖିଥିଲେ। ସେ ଲେଖିଛନ୍ତି, "ବଧାୟୀ ହୋ ତୁମ ପାଇଁ, ଆମ ସମସ୍ତଙ୍କ ପାଇଁ...# TheKeralaStory ପାଇଁ। " ସେ ଆହୁରି ମଧ୍ୟ କହିଛନ୍ତି, "ସ୍ୱପ୍ନ ଦେଖିବା ସମସ୍ତଙ୍କର ଜନ୍ମ ଅଧିକାର । ମୁଁ ଆଶା କରୁଛି ଯେ ମୋର କାହାଣୀ ଫିଲ୍ମ ଇଣ୍ଡଷ୍ଟ୍ରିରେ ପାଦ ଦେଇଥିବା ପ୍ରତ୍ୟେକ ଅଭିନେତାଙ୍କ ପାଇଁ ଏକ ଆଶାର କାହାଣୀ ହୋଇପାରେ ଯେ ସେମାନେ କିଛି ଐତିହାସିକ ଅଂଶ ହୋଇପାରନ୍ତି ।"

ସେହିପରି 'ଦ କେରଳ ଷ୍ଟୋରୀ' ଫିଲ୍ମ ଭିପୁଲ ଶାହାଙ୍କ ଦ୍ୱାରା ନିର୍ମିତ ହୋଇଥିଲା ଏବଂ ଏହା ମଧ୍ୟ ଦର୍ଶକଙ୍କ ମିଶ୍ରିତ ପ୍ରତିକ୍ରିୟା ମଧ୍ୟ ଲାଭ କରିଛି । ଅନେକ ଏହାକୁ ଏକ ପ୍ରଚାର ଫିଲ୍ମ ବୋଲି କହିଥିଲେ । ତେବେ ଏହାର ପ୍ରତିକ୍ରିୟାରେ ଭିପୁଲ ଶାହା କହିଛନ୍ତି, “ଫିଲ୍ମର ଏକ ସୁନ୍ଦର ଯାତ୍ରା ହୋଇଛି କିନ୍ତୁ ଏକ ଦୀର୍ଘ ଯାତ୍ରା ଏବେ ବି ଆଗରେ ଅଛି । ଆମ ବିରୋଧରେ ମଧ୍ୟ ଅନେକ ଅଭିଯୋଗ ଆସିଥିଲା। ସେମାନେ ଆମକୁ ଏକ ପ୍ରଚାର ଫିଲ୍ମ ସହ ଅନେକ କିଛି କହିଥିଲେ । କିନ୍ତୁ ଦର୍ଶକ ଏସବୁର ଉତ୍ତର ଦେଇଛନ୍ତି । ଦର୍ଶକ ଯେପରି ଫିଲ୍ମକୁ ଗ୍ରହଣ କରିଛନ୍ତି ଏବଂ ପ୍ରଶଂସା କରିଛନ୍ତି ଏବଂ ତାଙ୍କୁ ଦିଆଯାଇଥିବା ଭଲପାଇବା, ସେହି ସମସ୍ତ ଅଭିଯୋଗର ଉପଯୁକ୍ତ ଉତ୍ତର ଅଟେ । ”

ମେ 5ରେ ରିଲିଜ କରିଥିବା 'ଦ କେରଳ ଷ୍ଟୋରୀ' ଫିଲ୍ମରେ ଅଦା ଶର୍ମାଙ୍କ ବ୍ୟତୀତ ଯୋଗିତା ବିହାନୀ, ସିଦ୍ଧ ଇଦାନୀ ଏବଂ ସୋନିଆ ବାଲାନି ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି । ଏହି ଫିଲ୍ମ 37ଟି ଦେଶରେ ରିଲିଜ ହୋଇଛି । ବକ୍ସ ଅଫିସରେ ଦିନକୁ ଦିନ ଆୟ ବୃଦ୍ଧି କରିବା ସହ ଫିଲ୍ମଟି ବେଶ ଲୋକପ୍ରିୟତା ହାସଲ କରିବାରେ ସଫଳ ହେଉଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.