ମୁମ୍ବାଇ: 'ଦ କେରଳ ଷ୍ଟୋରୀ' ବିବାଦରେ ପରେ ବି ଥମୁନି ଫିଲ୍ମର କ୍ରେଜ । ଦିନକୁ ଦିନ ଫିଲ୍ମର ଲୋକପ୍ରିୟତା ବଢିବା ସହ ଅଧିକ ଆୟ କରି ରେକର୍ଡ ସୃଷ୍ଟି କରିଛି ଫିଲ୍ମ । ବକ୍ସ ଅଫିସରେ ଶନିବାର ଗୋଟିଏ ଦିନରେ ଏହି ଫିଲ୍ମ ସବୁଠୁ ଅଧିକା କଲେକ୍ସନ୍ କରିବା ପରେ ଫିଲ୍ମଟି ଦଶମ ଦିନ ଅର୍ଥାତ୍ ରବିବାର ମଧ୍ୟ ଅଧିକ ରୋଜଗାର କରିଛି । ପ୍ରାଥମିକ ଆକଳନ ଅନୁଯାୟୀ, ଫିଲ୍ମଟି ମେ’ 14ରେ 23 କୋଟି ଟଙ୍କା ରୋଜଗାର କରିଛି । ଏହାକୁ ମିଶାଇ ବକ୍ସ ଅଫିସରରେ ଫିଲ୍ମ ମୋଟ ଆୟ କଲାଣି 136 କୋଟି । ଫିଲ୍ମର ସଫଳତା ଦେଖି ଖୁବଶୀଘ୍ର ଫିଲ୍ମ 150କୋଟି କ୍ଲବରେ ସାମିଲ ହେବ ବୋଲି ନିର୍ମାତା ମାନେ ଆଶା ବାନ୍ଧିଛନ୍ତି ।
ନଜର ପକାନ୍ତୁ 'ଦ କେରଳ ଷ୍ଟୋରୀ' ଫିଲ୍ମର ବକ୍ସ ଅଫିସ୍ କଲେକ୍ସନ:
ମେ 5 (ପ୍ରଥମ ଦିନ) 8.03 କୋଟି
ମେ 6 (ଦ୍ବିତୀୟ ଦିନ) 11.22 କୋଟି
ମେ 7 (ତୃତୀୟ ଦିନ)16.40 କୋଟି
ମେ 8 (4ର୍ଥ ଦିନ) 10.07 କୋଟି
ମେ 9 (5ମ ଦିନ) 11.14 କୋଟି
ମେ 10 (ଷଷ୍ଠ ଦିନ) 12 କୋଟି
ମେ 11 (ସପ୍ତମ ଦିନ) 12.50 କୋଟି
ମେ 12 (ଅଷ୍ଟମ ଦିନ) 12.50 କୋଟି
ମେ 13 (ନବମ ଦିନ) 19.35 କୋଟି
ମେ 14 (ଦଶମ ଦିନ) 23 କୋଟି
ଫିଲ୍ମର ମୋଟ ବ୍ୟବସାୟ ପାଖାପାଖି 136.00 କୋଟିରେ ପହଞ୍ଚିଛି ।
ସୂଚନା ଅନୁସାରେ, ଫିଲ୍ମ ଆସନ୍ତାକାଲି ଅର୍ଥାତ୍ ମଙ୍ଗଳବାର ସୁଦ୍ଧା 'ତୁ ଝୁଟି ମେ ମକ୍କାର'କୁ ପଛରେ ପକାଇ ସଫଳତା ହାସଲ କରିପାରେ । 2023 ମସିହାର 8 କୋଟି ଟଙ୍କାର ଓପନିଂ କରିଥିବା 'ଦ କେରଳ ଷ୍ଟୋରୀ' ହିନ୍ଦୀ ଫିଲ୍ମ ପଞ୍ଚମ ସର୍ବାଧିକ ଆୟକାରୀ ଫିଲ୍ମ ହୋଇପାରିଛି । ଶାହରୁଖ ଖାନଙ୍କ ଅଭିନୀତ ଫିଲ୍ମ ପଠାନ (55 କୋଟି ଟଙ୍କା), ସଲମାନ ଖାନଙ୍କ ଅଭିନୀତ ଫିଲ୍ମ କିସି କା ଭାଇ କିସି କି ଜାନ (15.81 ଟଙ୍କା), ଶ୍ରଦ୍ଧା କପୁରଙ୍କ ରୋମାନ୍ସ ଡ୍ରାମା 'ତୁ ଝୁଟି ମେ ମକ୍କାର' (15.7 କୋଟି ଟଙ୍କା) ଏବଂ ଅଜୟ ଦେବଗନଙ୍କ ଅଭିନୀତ 'ଭୋଲା' (11.20 କୋଟି ଟଙ୍କା) ଆୟ କରିଥିଲା । ଏବେ 136 କୋଟି ଆୟ କରି ଫିଲ୍ମ ଏହି ସଫଳତା ହାସଲ କରିପାରିଛି । ଏହି ଫିଲ୍ମ କାର୍ତ୍ତିକ ଆର୍ଯ୍ୟନଙ୍କ ଶେହଜାଦା ଏବଂ ଅକ୍ଷୟ କୁମାର-ଇମ୍ରାନ ହାସମୀ ଅଭିନୀତ ସେଲଫିଙ୍କୁ ମଧ୍ୟ ପଛରେ ପକାଇଛି ।
ସୂଚନା ଥାଉ କି, ଏହି ଫିଲ୍ମଟି ଭିପୁଲ ଅମୃତଲାଲ ଶାହାଙ୍କ ଦ୍ବାରା ନିର୍ମିତ ଏବଂ ସୁଦୀପ୍ତୋ ସେନ୍ ନିର୍ଦ୍ଦେଶନା ଦେଇଛନ୍ତି । ଏହି ଫିଲ୍ମ ମାଧ୍ୟମରେ ଲଭ୍ ଜିହାଦ ଓ କେରଳ ଯୁବତୀ କିପରି ଧର୍ମ ପରିବର୍ତ୍ତନ କରି ଆତଙ୍କବାଦୀ ସଂଗଠନ ISISରେ ଯୋଗ ଦେଉଛନ୍ତି ତାହା ଦର୍ଶା ଯାଇଛି । ଫିଲ୍ମ ଟ୍ରେଲର୍ରେ ଏହି ଧର୍ମ ପରିବର୍ତ୍ତନ କରିଥିବା ଯୁବତୀଙ୍କ ସଂଖ୍ୟାକୁ 32 ହଜାର ଦେଖାଯାଇଥିଲା । ମାତ୍ର ପରେ ବିବାଦ ଉପୁଜିବା ପରେ ଫିଲ୍ମ ନିର୍ମାତା ଏହାକୁ 3ରେ ପରିବର୍ତ୍ତନ କରିଥିଲେ । ଏହି ଫିଲ୍ମରେ ଅଦା ଶର୍ମା, ଯୋଗିତା ବିହାନୀ, ସିଦ୍ଧ ଇଦାନୀ ଏବଂ ସୋନିଆ ବାଲାନି ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି ।