ETV Bharat / entertainment

ତଥ୍ୟ ସହ ସତ୍ୟ ଦେଖାଇବ 'ଦି କାଶ୍ମୀର ଫାଇଲ୍ସ ଅନରିପୋର୍ଟେଡ' ! ଟିଜର ରିଲିଜ - ଦ କାଶ୍ମୀର ଫାଇଲ୍ସ ଅନରିପୋର୍ଟେଡ ଟିଜର

ବିବେକ ଅଗ୍ନିହୋତ୍ରୀ ତାଙ୍କର ଆଗାମୀ ଡକ୍ୟୁମେଣ୍ଟାରୀ ଘୋଷଣା କରିଛନ୍ତି । ଯାହା 'କାଶ୍ମୀର ଫାଇଲ'ର ଫୋଲୋଅପ୍ କୁହାଯାଉଛି । ଡକ୍ୟୁମେଣ୍ଟାରୀ ଶୀର୍ଷକ 'ଦି କାଶ୍ମୀର ଫାଇଲ୍ସ ଅନରିପୋର୍ଟେଡ' ଘୋଷଣା କରିଛନ୍ତି । ଏଥିସହ ଏହାର ଏକ ଟିଜର ମଧ୍ୟ ରିଲିଜ କରିଛନ୍ତି । ଅଧିକ ପଢନ୍ତୁ

ଡକ୍ୟୁମେଣ୍ଟାରୀ ଶୀର୍ଷକ ଘୋଷଣା କଲେ ବିବେକ ଅଗ୍ନିହୋତ୍ରୀ, ଟିଜର ରିଲିଜ

author img

By

Published : Jul 19, 2023, 3:42 PM IST

ମୁମ୍ବାଇ: ବିବେକ ଅଗ୍ନିହୋତ୍ରୀଙ୍କ ନିର୍ଦ୍ଦେଶିତ ସୁପରହିଟ୍ ଫିଲ୍ମ 'କାଶ୍ମୀର ଫାଇଲ୍ସ' ବକ୍ସ ଅଫିସରେ ହିଟ୍ ହୋଇଥିଲା । ଗତ ବର୍ଷ ମାର୍ଚ୍ଚ 11ରେ ରିଲିଜ କରିଥିବା ଅନୁପମ ଖେରଙ୍କ ଅଭିନୀତ ଚଳଚ୍ଚିତ୍ର 1990 କାଶ୍ମୀର ବିଦ୍ରୋହ ସମୟରେ କାଶ୍ମୀର ହିନ୍ଦୁମାନଙ୍କ ଦେଶ ଛାଡିବା ଉପରେ ଆଧାରିତ ଥିବା ଦାବି କରା ଯାଇଥିଲା । ଏହି ଫିଲ୍ମକୁ ନେଇ ଅନେକ ବିବାଦ ମଧ୍ୟ ସୃଷ୍ଟି ହୋଇଥିଲା । ଫିଲ୍ମର ନିର୍ଦ୍ଦେଶକ ବିବେକ ବର୍ତ୍ତମାନ ତାଙ୍କର ଆଗାମୀ ଡକ୍ୟୁମେଣ୍ଟାରୀ 'ଦି କାଶ୍ମୀର ଫାଇଲ୍ସ ଅନରିପୋର୍ଟେଡ' ଘୋଷଣା କରିଛନ୍ତି । ଏହା 'କାଶ୍ମୀର ଫାଇଲ'ର ଏକ ଫୋଲୋଅପ୍ କୁହାଯାଇଛି । ଫିଲ୍ମ ନିର୍ଦ୍ଦେଶକ ଏହାର ଟିଜର ବି ରିଲିଜ କରିଛନ୍ତି ।

  • PRESENTING:

    A lot of Genocide Deniers, terror supporters & enemies of Bharat questioned The Kashmir Files. Now bringing to you the VULGAR truth of Kashmir Genocide of Hindus which only a devil can question.

    Coming soon #KashmirUNREPORTED. Be ready to cry.

    Only on @ZEE5Indiapic.twitter.com/DgGlnzSKwA

    — Vivek Ranjan Agnihotri (@vivekagnihotri) July 19, 2023 " class="align-text-top noRightClick twitterSection" data=" ">

ଫିଲ୍ମର ଟିଜର ସେୟାର କରିବା ସହ ବିବେକ ଅଗ୍ନିହୋତ୍ରୀ ଦାବି କରିଛନ୍ତି ଯେ, କାଶ୍ମୀର ଫାଇଲ୍ସ ଫିଲ୍ମ ତିଆରି ବେଳେ ତାଙ୍କ ଟିମ୍‌ ଦ୍ୱାରା କରାଯାଇଥିବା ରିସର୍ଚ୍ଚରୁ 'ଦି କାଶ୍ମୀର ଫାଇଲ୍ସ ଅନରିପୋର୍ଟେଡ' ତିଆରି କରାଯାଇଛି । ବିବେକ ଟ୍ୱିଟରରେ 'ଦି କାଶ୍ମୀର ଫାଇଲ୍ସ ଅନରିପୋର୍ଟେଡ'ର ଟିଜର ସେୟାର କରି ଏହି ସୂଚନା ଦେଇଛନ୍ତି । କ୍ୟାପସନରେ ଲେଖିଛନ୍ତି, "କାଶ୍ମୀର ଗଣହତ୍ୟାକୁ ମାନୁନଥିବା ଲୋକ, ଆତଙ୍କୀଙ୍କ ସମର୍ଥକ ଏବଂ ଭାରତର ଶତ୍ରୁମାନେ 'ଦି କାଶ୍ମୀର ଫାଇଲ୍ସ' ଉପରେ ପ୍ରଶ୍ନ ଉଠାଇଥିଲେ । ବର୍ତ୍ତମାନ ଆମେ ଆପଣଙ୍କ ପାଇଁ କାଶ୍ମୀରରେ ହିନ୍ଦୁମାନଙ୍କର ନରସଂହାରର ସତ ନେଇ ଆସିଛୁ ।" ଯାହାକୁ ନେଇ କେବଳ ସୈତାନମାନେ ହିଁ ପ୍ରଶ୍ନ ଉଠାଇବେ । ଶୀଘ୍ର ଆସୁଛି 'ଦ କାଶ୍ମୀର ଫାଇଲ୍ସ ଅନରିପୋର୍ଟେଡ'।

ଫିଲ୍ମର ଟିଜର 'କାଶ୍ମୀର ଫାଇଲ'ର ଦୃଶ୍ୟରୁ ଆରମ୍ଭ ହୋଇଛି । 1980 ଦଶକର କାଶ୍ମୀର ଉପତ୍ୟକାର ପ୍ରକୃତ ଫୁଟେଜ୍ ସହ ଏହା ମିଶ୍ରିତ ହୋଇଛି । ଭିଡିଓରେ ଅନୁପମ ଖେରଙ୍କ ଝଲକ ମଧ୍ୟ ଦେଖାଯାଇଛି । ଏହା ବ୍ୟତୀତ ହିଂସାର କିଛି ଦୃଶ୍ୟ ଭିଡିଓରେ ଦେଖିବାକୁ ମିଳିଛି । 'ଦ କାଶ୍ମୀର ଫାଇଲ୍ସ ଅନରିପୋର୍ଟେଡ' ଯଦିଓ ଏହାର ରିଲିଜ୍ ତାରିଖ ଏପର୍ଯ୍ୟନ୍ତ ଘୋଷଣା କରାଯାଇ ନାହିଁ କିନ୍ତୁ ଏହା ZEE5ରେ ଷ୍ଟ୍ରିମିଂ ହେବ ବୋଲି ଜଣାପଡିଛି ।

ଏହା ମଧ୍ୟ ପଢନ୍ତୁ: The Kashmir Filesକୁ କାଳ୍ପନିକ ଓ ଷଡଯନ୍ତ୍ର କହିଲା ଉଇକିପିଡ଼ିଆ, ଶୀଘ୍ର ଏଡିଟ୍ କରିବାକୁ କହିଲେ ନିର୍ଦ୍ଦେଶକ

ଏହାପୂର୍ବରୁ ବିବେକ ଅଗ୍ନିହୋତ୍ରୀ ତାଙ୍କ ଆଗାମୀ ଡକ୍ୟୁମେଣ୍ଟାରୀ ସିରିଜ୍ କାଶ୍ମୀରର ଏକ ପୋଷ୍ଟର ପ୍ରଶଂସକଙ୍କ ସହ ସେୟାର କରିଥିଲେ । ଏହି ପୋଷ୍ଟରକୁ ସେୟାର କରି ନିର୍ଦ୍ଦେଶକ କ୍ୟାପସନରେ ଲେଖିଥିଲେ, "ଆମର ୱେବ୍ ସିରିଜ୍ 'ଦ କାଶ୍ମୀର ଫାଇଲ୍ସ ଅନରିପୋର୍ଟେଡ' କାଶ୍ମୀରରେ ହିନ୍ଦୁମାନଙ୍କ ନରସଂହାରର ସମସ୍ତ ଫାଇଲ ଏବଂ ସମ୍ପୂର୍ଣ୍ଣ ସତ୍ୟ ଦେଖାଇବାକୁ ପ୍ରସ୍ତୁତ । ସୂଚନା ଥାଉ କି, ବିବେକ ରଞ୍ଜନ ଅଗ୍ନିହୋତ୍ରୀଙ୍କ ଦ୍ୱାରା ଲିଖିତ ତଥା ନିର୍ଦ୍ଦେଶିତ ଏହି ଚଳଚ୍ଚିତ୍ରରେ ଅନୁପମ ଖେର, ମିଥୁନ ଚକ୍ରବର୍ତ୍ତୀ, ଦର୍ଶନ କୁମାର, ପଲ୍ଲଭି ଯୋଶୀ, ଭାସା ସୁମ୍ବଲି ଏବଂ ଚିନ୍ମୟ ମାଣ୍ଡଲେକର ପ୍ରମୁଖ ଅଭିନୟ କରିଛନ୍ତି । ଏହି ଫିଲ୍ମ 250 କୋଟିରୁ ଅଧିକ ଆୟ କରି ବକ୍ସ ଅଫିସରେ ସଫଳତା ହାସଲ କରିଥିଲା ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.