ETV Bharat / entertainment

The Kashmir Files Unreported: ସାମ୍ନାକୁ ଆସିଲା ରିଲିଜ ଡେଟ୍‌, ଏବେ ମିଳିବ ସବୁ ପ୍ରଶ୍ନର ଜବାବ - ଦ କାଶ୍ମୀର ଫାଇଲ୍ସ ଅନରିପୋର୍ଟେଡ ରିଲିଜ ତାରିଖ

The Kashmir Files Unreported: ବିବେକ ଅଗ୍ନିହୋତ୍ରୀ ଏବଂ ତାଙ୍କ ତାରକା ପତ୍ନୀ ପଲ୍ଲଭି ଯୋଶୀଙ୍କ ୱେବ୍ ସିରିଜ୍ 'କାଶ୍ମୀର ଫାଇଲ୍ସ ଅନରିପୋର୍ଟେଡ' ରିଲିଜ୍ ତାରିଖ ସାମ୍ନାକୁ ଆସିଛି । ଅଧିକ ପଢନ୍ତୁ

କାଶ୍ମୀର ଫାଇଲ୍ସ ଅନରିପୋର୍ଟେଡ
କାଶ୍ମୀର ଫାଇଲ୍ସ ଅନରିପୋର୍ଟେଡ
author img

By

Published : Jul 30, 2023, 7:53 AM IST

ହାଇଦ୍ରାବାଦ: ବିବାଦୀୟ ଚଳଚ୍ଚିତ୍ର 'ଦ କାଶ୍ମୀର ଫାଇଲ୍ସ' (The Kashmir Files) ନିର୍ଦ୍ଦେଶକ ବିବେକ ଅଗ୍ନିହୋତ୍ରୀ ଏବଂ ତାଙ୍କ ତାରକା ପତ୍ନୀ ପଲ୍ଲଭି ଯୋଶୀଙ୍କ ୱେବ୍ ସିରିଜ୍ 'ଦ କାଶ୍ମୀର ଫାଇଲ୍ସ ଅନରିପୋର୍ଟେଡ' (The Kashmir Files Unreported) ଏବେ ଚର୍ଚ୍ଚାରେ ରହିଛି । ଫିଲ୍ମ 'କାଶ୍ମୀର ଫାଇଲ୍ସ'ର ତଥ୍ୟକୁ ନେଇ ବିବାଦ ହେତୁ ଏହି ଦମ୍ପତି ଏହି ସିରିଜ୍ ପ୍ରସ୍ତୁତ କରିଛନ୍ତି ଏବଂ ଏହା ମାଧ୍ୟମରେ ଉଭୟ ସେହି ସମସ୍ତ ପ୍ରଶ୍ନର ଉତ୍ତର ଦେବେ, ଯେଉଁଥିପାଇଁ ସେମାନଙ୍କ ଫିଲ୍ମ 'କାଶ୍ମୀର ଫାଇଲ୍ସ'ରେ ଦେଶ ଏବଂ ବିଶ୍ବରେ ବହୁ ସମାଲୋଚନାର ଶିକାର ହୋଇଥିଲା । ତେବେ ଆଉ ବେଶି ଦିନ ନୁହେଁ, ଖୁବ୍‌ କମ୍‌ ଦିନ ମଧ୍ୟରେ ଏହି ୱେବ୍ ସିରିଜ୍ ଦର୍ଶକଙ୍କ ସାମ୍ନାକୁ ଆସିବାକୁ ଯାଉଛି । ପୂର୍ବରୁ ୱେବ୍ ସିରିଜ୍ 'ଦ କାଶ୍ମୀର ଫାଇଲ୍ସ ଅନରିପୋର୍ଟେଡ' ଟିଜର ରିଲିଜ ହୋଇସାରିଛି ।

ୱେବ୍ ସିରିଜ୍ 'କାଶ୍ମୀର ଫାଇଲ୍ସ ଅନରିପୋର୍ଟେଡ'ର ବର୍ତ୍ତମାନ ରିଲିଜ୍ ତାରିଖ ସାମ୍ନାକୁ ଆସିଛି । ଏହା 11 ଅଗଷ୍ଟରେ OTT ପ୍ଲାଟଫର୍ମରେ ମୁକ୍ତିଲାଭ କରିବାକୁ ଯାଉଛି । ଏହାପୂର୍ବରୁ ଏହି ଧାରାବାହିକର ପ୍ରଚାର ପ୍ରସାର କରୁଥିବାବେଳେ ବିବେକ ଏବଂ ପଲ୍ଲଭି କାଶ୍ମୀରର ଶଙ୍କରାଚାର୍ଯ୍ୟ ମନ୍ଦିର ପରିଦର୍ଶନ କରୁଥିବା ଦେଖିବାକୁ ମିଳିଥିଲା । ଫିଲ୍ମ 'କାଶ୍ମୀର ଫାଇଲ୍ସ' ଗତ ବର୍ଷ 11 ମାର୍ଚ୍ଚ 2022 ରେ ମୁକ୍ତିଲାଭ କରିଥିଲା । ବକ୍ସ ଅଫିସରେ 'କାଶ୍ମୀର ଫାଇଲ୍ସ' ପରେ ବିବେକ ଏବଂ ତାଙ୍କ ପତ୍ନୀ ପଲ୍ଲଭିଙ୍କୁ ଅନେକ ଟାର୍ଗେଟ କରାଯାଇଥିଲା ଏବଂ ଏହି ଦମ୍ପତିଙ୍କୁ ମଧ୍ୟ ଅନେକ ଧମକ ମିଳିଥିଲା ।

ଏହା ବି ପଢନ୍ତୁ: ରଣଭୀର-ଦୀପିକାଙ୍କ କ୍ୟୁଟ୍‌ ଭିଡିଓ ଭାଇରାଲ; ପ୍ରେମରେ ନଜର ନଲାଗୁ କହିଲେ ୟୁଜର୍ସ

କେବଳ ଏତିକି ନୁହେଁ, 'କାଶ୍ମୀର ଫାଇଲ୍ସ' ଦେଶ ତଥା ବିଶ୍ୱରେ ଏକ ପ୍ରଚାର ବୋଲି କୁହାଯାଉଥିଲା। ଏବେ ଏହା ଦେଖିବାକୁ ପଡ଼ିବ ଯେ ବିବେକ ଏବଂ ପଲ୍ଲଭି 'କାଶ୍ମୀର ଫାଇଲ୍ସ ଅନରିପୋର୍ଟେଡ' ସିରିଜ୍‌ର ପ୍ରଶ୍ନର ସଠିକ୍ ଉତ୍ତର ଦେବେ । ତେବେ ପୂର୍ବରୁ ଫିଲ୍ମର ଟିଜର ସେୟାର କରିବା ସହ ବିବେକ ଅଗ୍ନିହୋତ୍ରୀ ଦାବି କରିଥିଲେ ଯେ, କାଶ୍ମୀର ଫାଇଲ୍ସ ଫିଲ୍ମ ତିଆରି ବେଳେ ତାଙ୍କ ଟିମ୍‌ ଦ୍ୱାରା କରାଯାଇଥିବା ରିସର୍ଚ୍ଚରୁ 'ଦି କାଶ୍ମୀର ଫାଇଲ୍ସ ଅନରିପୋର୍ଟେଡ' ତିଆରି କରାଯାଇଛି । ବିବେକ ଟ୍ୱିଟରରେ 'ଦି କାଶ୍ମୀର ଫାଇଲ୍ସ ଅନରିପୋର୍ଟେଡ'ର ଟିଜର ସେୟାର କରି ମଧ୍ୟ ଏହି ସୂଚନା ଦେଇଥିଲେ । କ୍ୟାପସନରେ ଲେଖିଥିଲେ, "କାଶ୍ମୀର ଗଣହତ୍ୟାକୁ ମାନୁନଥିବା ଲୋକ, ଆତଙ୍କୀଙ୍କ ସମର୍ଥକ ଏବଂ ଭାରତର ଶତ୍ରୁମାନେ 'ଦି କାଶ୍ମୀର ଫାଇଲ୍ସ' ଉପରେ ପ୍ରଶ୍ନ ଉଠାଇଥିଲେ । ବର୍ତ୍ତମାନ ଆମେ ଆପଣଙ୍କ ପାଇଁ କାଶ୍ମୀରରେ ହିନ୍ଦୁମାନଙ୍କର ନରସଂହାରର ସତ ନେଇ ଆସିଛୁ ।" ଯାହାକୁ ନେଇ କେବଳ ସୈତାନମାନେ ହିଁ ପ୍ରଶ୍ନ ଉଠାଇବେ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.