ETV Bharat / entertainment

ଦ ଗଡଫାଦର ଫିଲ୍ମର ପ୍ରଖ୍ୟାତ ଅଭିନେତା ଜେମ୍ସ କନ୍‌ଙ୍କ ପରଲୋକ

author img

By

Published : Jul 8, 2022, 9:56 AM IST

ଦ ଗଡଫାଦର (The Godfather ) ଚଳଚ୍ଚିତ୍ରର ପ୍ରଖ୍ୟାତ ଅଭିନେତା ଜେମ୍ସ କାନଙ୍କର 82 ବର୍ଷ ବୟସରେ ଦେହାନ୍ତ ହୋଇଛି । କାନଙ୍କ ପରିବାର ସଦସ୍ୟ ତାଙ୍କ ଦେହାନ୍ତ ସମ୍ପର୍କରେ ସୂଚନା ଦେଇଛନ୍ତି । ଅଧିକ ପଢନ୍ତୁ

ଆଉ ନାହାନ୍ତି ଦ ଗଡଫାଦର ଫିଲ୍ମର ପ୍ରଖ୍ୟାତ ଅଭିନେତା ଜେମ୍ସ କନ୍‌

ୱାଶିଂଟନ୍: ଆରପାରିରେ 'ଦ ଗଡଫାଦର' (The Godfather ) ଚଳଚ୍ଚିତ୍ରର ପ୍ରଖ୍ୟାତ ଅଭିନେତା ଜେମ୍ସ କନ୍‌ (James Caan) । ଜେମ୍ସଙ୍କର 82 ବର୍ଷ ବୟସରେ ଦେହାନ୍ତ ହୋଇଛି । ସେ ଦ ଗଡଫାଦର ଫିଲ୍ମରେ ମାର୍ଲନ ବ୍ରାଣ୍ଡୋ (Marlon Brando)ଙ୍କ ମାଫିଆ ଡନ୍‌ଙ୍କ ପୁଅ ସନ୍ନି କେରଲିଓନ ଭୂମିକାରେ ଅଭିନୟ କରିଥିଲେ । ଦ ଗଡଫାଦର ଓ ବ୍ରେନ୍‌’ଓ ସଙ୍ଗ ଭଳି ଫିଲ୍ମ ଦ୍ୱାରା ଦର୍ଶକଙ୍କ ହୃଦୟ ଜିଣିପାରିଥିବା ଅଭିନେତା ଜେମ୍ସ ହଲିଉଡରେ ଅନେକ ଦଶନ୍ଧି ଧରି ରାଜ୍ କରିଥିଲେ । ତାଙ୍କର ପରଲୋକରେ ପୂରା ହଲିଉଡ ସ୍ତବ୍ଧ ହୋଇଯାଇଛିି ।

  • It is with great sadness that we inform you of the passing of Jimmy on the evening of July 6.

    The family appreciates the outpouring of love and heartfelt condolences and asks that you continue to respect their privacy during this difficult time.

    End of tweet

    — James Caan (@James_Caan) July 7, 2022 " class="align-text-top noRightClick twitterSection" data=" ">

କନ୍‌ଙ୍କ ପରିବାର ସଦସ୍ୟ ଗୁରୁବାର ତାଙ୍କ ମୃତ୍ୟୁ ସମ୍ପର୍କରେ ସୂଚନା ଦେଇଛନ୍ତି । କନ୍‌ଙ୍କ ଟ୍ୱିଟର ପେଜ୍‌ରେ ଟ୍ୱିଟ୍ କରି ଏହା ଲେଖାଯାଇଛି ଯେ, ଜୁଲାଇ 6 ସନ୍ଧ୍ୟାରେ ଜିମିଙ୍କର ଦେହାନ୍ତ ହୋଇଛି । ଏହି ଦୁଃଖଦ ସମୟରେ ପରିବାରର ଗୋପନୀୟତା ପ୍ରତି ସମସ୍ତେ ଧ୍ୟାନ ଦିଅନ୍ତୁ । ତାଙ୍କ ଦେହାନ୍ତରେ ହଲିଉଡ ସହ ଜଡିତ ଅନେକ ସେଲିବ୍ରିଟି ଦୁଃଖ ପ୍ରକାଶ କରିଛନ୍ତି।

ବ୍ରୋନକ୍ସରେ ହୋଇଥିଲା କନ୍‌ଙ୍କ ଜନ୍ମ

ଉଲ୍ଲେଖନୀୟ ଯେ, ମିସରୀ, ଏଲଫ୍, ଚୋର୍‌, ଗଡଫାଦର ପାର୍ଟ-୨, ବ୍ରାଇନ୍ସ ଗୀତ ଏବଂ ଦ ଗେମବ୍ଲର ଭଳି ଚଳଚ୍ଚିତ୍ରରେ ଜେମ୍ସ କାନ ଏକ ଜବରଦସ୍ତ ଭୂମିକା ଗ୍ରହଣ କରିଥିଲେ । ସେ ଶେଷ ଥର ପାଇଁ ପରଦାରେ ଏକ ରୋମାଣ୍ଟିକ କମେଡି ଫିଲ୍ମ 'କୁଇନ୍‌ ବିଜ'ରେ ନଜର ଆସିଥିଲେ । ଏହି ଚଳଚ୍ଚିତ୍ର 2021 ମସିହାରେ ମୁକ୍ତିଲାଭ କରିଥିଲା ​​। ଅଭିନେତା ଜେମ୍ସ କନ୍‌ ଆମେରିକାର ବ୍ରୋନକ୍ସରେ ଜନ୍ମଗ୍ରହଣ କରିଥିଲେ । ସେ ମିଶିଗନ୍ ଷ୍ଟେଟ୍ ୟୁନିଭରସିଟି (ଯେଉଁଠାରେ ସେ ଫୁଟବଲ୍ ଖେଳୁଥିଲେ) ଏବଂ ହାଫଷ୍ଟ୍ରା ୟୁନିଭରସିଟିରେ ପଢିଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.