ETV Bharat / entertainment

ସାଉଥ ସିନେ ଇଣ୍ଡଷ୍ଟ୍ରିରେ ଏଣ୍ଟ୍ରି କଲେ ଥାଲାପତି ବିଜୟଙ୍କ ପୁ୍ଅ, ନିର୍ଦ୍ଦେଶକ ଭାବେ କରିବେ ଡେବ୍ୟୁ

author img

By ETV Bharat Odisha Team

Published : Aug 28, 2023, 7:02 PM IST

ଥାଲାପତି ବିଜୟଙ୍କ ପୁଅ ଜେସନ ସଞ୍ଜୟ ବର୍ତ୍ତମାନ ସାଉଥ ସିନେ ଇଣ୍ଡଷ୍ଟ୍ରିରେ ଏଣ୍ଟ୍ରି କରିବାକୁ ଯାଉଛନ୍ତି। କିନ୍ତୁ ଅଭିନୟରେ ନୁହଁ ବରଂ ନିର୍ଦ୍ଦେଶକ ଭାବେ ଡେବ୍ୟୁ କରିବେ ଜୈସନ। ଅଧିକ ପଢନ୍ତୁ,

ସାଉଥ ସିନେ ଇଣ୍ଡଷ୍ଟ୍ରିରେ ଏଣ୍ଟ୍ରି କଲେ ଥାଲାପତି ବିଜୟଙ୍କ ପୁ୍ଅ, ନିର୍ଦ୍ଦେଶକ ଭାବେ କରିବେ ଡେବ୍ୟୁ
ସାଉଥ ସିନେ ଇଣ୍ଡଷ୍ଟ୍ରିରେ ଏଣ୍ଟ୍ରି କଲେ ଥାଲାପତି ବିଜୟଙ୍କ ପୁ୍ଅ, ନିର୍ଦ୍ଦେଶକ ଭାବେ କରିବେ ଡେବ୍ୟୁ

ହାଇଦ୍ରାବାଦ: ସାଉଥ ସୁପରଷ୍ଟାର ଥାଲାପତି ବିଜୟଙ୍କ ପ୍ରଶଂସକଙ୍କ ପାଇଁ ଏକ ଖୁସି ଖବର । ବିଜୟ ଦୀର୍ଘ ଦିନ ଧରି ତାଙ୍କ ଚଳଚ୍ଚିତ୍ର ସହ ପ୍ରଶଂସକଙ୍କୁ ମନୋରଞ୍ଜନ କରିଆସୁଥିଲେ। ବିଜୟଙ୍କ ପୂର୍ବ ଚଳଚ୍ଚିତ୍ର ଥିଲା 'ଭାରିସୁ'। ଯାହା ବକ୍ସ ଅଫିସରେ ହିଟ୍ ହୋଇଥିଲା । ଏବେ ବିଜୟ ତାଙ୍କ ରିଲିଜ୍ ଫିଲ୍ମ 'ଲିଓ' ସହ ଆଲୋଚନାରେ ରହିଛନ୍ତି । ଫିଲ୍ମ 'ଲିଓ' ଆସନ୍ତା ଅକ୍ଟୋବରରେ ମୁକ୍ତିଲାଭ କରିବାକୁ ଯାଉଛି । କିନ୍ତୁ ଏହା ପୂର୍ବରୁ ବିଜୟଙ୍କ ବିଷୟରେ ଆଉ ଏକ ଖୁସି ଖବର ସାମ୍ନାକୁ ଆସିଛି । ବିଜୟଙ୍କ ପୁଅ ଜେସନ ସଞ୍ଜୟ ସାଉଥ ସିନେମାରେ ଏଣ୍ଟ୍ରି କରିବାକୁ ଯାଉଛନ୍ତି ।

ଜେସନ ସଞ୍ଜୟ ନିର୍ଦ୍ଦେଶକ ଭାବରେ ସାଉଥ୍‌ରେ ଡେବ୍ୟୁ କରିବାକୁ ଯାଉଛନ୍ତି । ସେ ତାଙ୍କର ପ୍ରଥମ ପ୍ରୋଜେକ୍ଟ ଘୋଷଣା କରିଛନ୍ତି । ଲାଇକା ପ୍ରଡକ୍ସନ୍ ହାଉସ୍ ଜେସନଙ୍କ ସହ ପ୍ରଥମ ପ୍ରୋଜେକ୍ଟ ଘୋଷଣା କରିଛି । ପ୍ରଡକ୍ସନ୍ କମ୍ପାନୀ ଜେସନଙ୍କ ସହ ଚୁକ୍ତିନାମା ସ୍ୱାକ୍ଷର କରିଥିବା ଫଟୋ ସେୟାର କରି ଏହା ଘୋଷଣା କରିଛି । ଏହି ଖବର ପରେ ବିଜୟଙ୍କ ପ୍ରଶଂସକମାନେ ତାଙ୍କୁ ଏବଂ ତାଙ୍କ ପୁଅଙ୍କୁ ସୋସିଆଲ ମିଡିଆରେ ଅଭିନନ୍ଦନ ଜଣାଇଛନ୍ତି । ସଞ୍ଜୟ ଏକ ବିବୃତ୍ତିରେ ପ୍ରକାଶ କରିଛନ୍ତି ଯେ, ବର୍ତ୍ତମାନ କାଷ୍ଟିଂ ପ୍ରକ୍ରିୟା ଚାଲିଛି ।

  • A surprise awaits you all 🎁🌟 Get ready for an exciting announcement 🤩 coming your way in another half-an-hour! ⌛ pic.twitter.com/BN5ID4uvG3

    — Lyca Productions (@LycaProductions) August 28, 2023 " class="align-text-top noRightClick twitterSection" data=" ">

ଲାଇକା ପ୍ରଡକ୍ସନ୍ସ ଟ୍ବିଟରରେ ଜେସନଙ୍କ ସହ ଚୁକ୍ତିନାମା ସ୍ବାକ୍ଷରିତର ଏକ ଫଟୋ ସେୟାର କରିଛନ୍ତି । କ୍ୟାପସନରେ ଲେଖିଛନ୍ତି, "ନିର୍ଦ୍ଦେଶକ ଡେବ୍ୟୁ ସହ ଜେସନ୍ ସଞ୍ଜୟଙ୍କୁ ପରିଚିତ କରାଇ ଉତ୍ସାହିତ ଏବଂ ଗର୍ବିତ । ଆମେ ତାଙ୍କ ସଫଳ ଯାତ୍ରା ଏବଂ ଖୁସି କ୍ୟାରିୟର କାମନା କରୁଛୁ ।" ସଞ୍ଜୟ ପୂର୍ବରୁ ନିର୍ଦ୍ଦେଶକ ହେବାକୁ ଇଚ୍ଛା ପ୍ରକାଶ କରିଛନ୍ତି । ତାଙ୍କ ଦାଦା ତଥା ନିର୍ଦ୍ଦେଶକ ଏସ୍ ଚନ୍ଦ୍ରଶେଖର ମଧ୍ୟ ଅନେକ ସାକ୍ଷାତକାରରେ ଏହା କହିଛନ୍ତି । ଏହି ସୁଯୋଗ ପାଇଁ ଜେସନ କୃତଜ୍ଞତା ଜଣାଇ କହିଛନ୍ତି, "ଲାଇକା ପ୍ରଡକ୍ସନ୍ସ ପରି ଏକ ପ୍ରତିଷ୍ଠିତ ପ୍ରଡକ୍ସନ୍ କମ୍ପାନୀ ପାଇଁ ପ୍ରଥମ ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେବା ମୋ ପାଇଁ ଏକ ଗୌରବର ବିଷୟ । ଏହା ଅନେକଙ୍କ ପାଇଁ ପ୍ରେରଣା ଉତ୍ସ ଅଟେ । ମୁଁ ଖୁସି ଯେ ସେମାନେ ମୋର ସ୍କ୍ରିପ୍ଟକୁ ପସନ୍ଦ କରିଛନ୍ତି ଏବଂ ଏହାକୁ ବାସ୍ତବ ରୂପ ଦେବା ପାଇଁ ମୋତେ ସମ୍ପୂର୍ଣ୍ଣ ସ୍ୱାଧୀନତା ଦେଇଛନ୍ତି ।

ଏହା ମଧ୍ୟ ପଢନ୍ତୁ: ନିୟମ ଭାଙ୍ଗିଲେ ଥାଲାପତି ବିଜୟ, ଭରିବେ ଜରିମାନା

ସୂଚନା ଥାଉ କି, ଜେସନ୍ 2018ରୁ 2020 ପର୍ଯ୍ୟନ୍ତ ଟରୋଣ୍ଟୋ ଫିଲ୍ମ ସ୍କୁଲରେ ଫିଲ୍ମ ପ୍ରଡକ୍ସନ୍ ଅଧ୍ୟୟନ କରିଥିଲେ । 2020ରୁ 2022 ପର୍ଯ୍ୟନ୍ତ ଲଣ୍ଡନରେ ସ୍କ୍ରିନ୍ ରାଇଟିଂରେ ବିଏ (ଅନର୍ସ) ଅଧ୍ୟୟନ କରିଥିଲେ । ସେପଟେ ଥାଲାପତିଙ୍କ ବିଷୟରେ ଏକ ଖବର ଶୁଣିବାକୁ ମିଳୁଛି ଯେ, ସେ ଖୁବଶୀଘ୍ର ଅଭିନୟରୁ ଅବସର ନେଇ ରାଜନୀତିରେ ପାଦ ଦେଇପାରନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.