ETV Bharat / entertainment

ପ୍ରେମ ସପ୍ତାହରେ ରୋମାଣ୍ଟିକ ହେବେ ସାହିଦ-କୀର୍ତ୍ତି, ଆସିଲା ଫିଲ୍ମର ଟାଇଟଲ

author img

By ETV Bharat Odisha Team

Published : Jan 10, 2024, 6:24 PM IST

Teri Baaton Mein Aisa Uljha Jiya: ସାହିଦ କପୁର ଏବଂ କ୍ରିତି ସାନନଙ୍କୁ ଆଗାମୀ ରୋମାଣ୍ଟିକ ମୁଭିରେ ଏକାଠି ଦେଖିବାକୁ ମିଳିବ । ବର୍ତ୍ତମାନ ନିର୍ମାତା ଫିଲ୍ମର ଟାଇଟଲ 'ତେରି ବୋତୋଁ ମେ ଏସା ଉଲଝ ଜିଆ' ଘୋଷଣା କରିଛନ୍ତି । ଏଥିସହ ଫିଲ୍ମର ରିଲିଜ ତାରିଖ ମଧ୍ୟ ଘୋଷଣା କରିଛନ୍ତି । ଅଧିକ ପଢନ୍ତୁ

ସାହିଦ-କୀର୍ତ୍ତିଙ୍କ ରୋମାଣ୍ଟିକ ମୁଭିର ଟାଇଟଲ୍ ଘୋଷଣା, ଏହି ଦିନ ହେବ ରିଲିଜ

ହାଇଦ୍ରାବାଦ: ଖୁବଶୀଘ୍ର ବଲିଉଡ ଲୋକପ୍ରିୟ ଅଭିନେତା ସାହିଦ କପୁର ଏବଂ ଅଭିନେତ୍ରୀ କ୍ରିତି ସାନନ ପରଦାରେ ଏକାଠି ନଜର ଆସିବେ । ଆଜି ଫିଲ୍ମର ନିର୍ମାତା ଫିଲ୍ମର ନୂଆ ପୋଷ୍ଟର ଭିଡିଓ ରିଲିଜ କରି ଟାଇଟଲ ଘୋଷଣା କରିଛନ୍ତି । ନିର୍ମାତା ଫିଲ୍ମର ଟାଇଟଲ 'ତେରି ବୋତୋଁ ମେ ଏସା ଉଲଝ ଜିଆ' ରଖିଛନ୍ତି । ଏଥିସହ ଫିଲ୍ମର ରିଲିଜ ତାରିଖ ମଧ୍ୟ ଘୋଷଣା କରିଛନ୍ତି । ତେବେ ଏହି ଫିଲ୍ମ ଫେବୃଆରୀ ୯ରେ ରିଲିଜ ହେବ ।

ସାହିଦ କପୁର ନିଜ ଇନଷ୍ଟାଗ୍ରାମରେ ଫିଲ୍ମକୁ ଅପଡେଟ ସେୟାର କରିଛନ୍ତି । ସେ ଫିଲ୍ମର ଟାଇଟଲ ଭିଡିଓ ରିଲିଜ କରିଛନ୍ତି । ଯେଉଁଥିରେ ସାହିଦ ଏବଂ କ୍ରିତିଙ୍କୁ ରୋମାଣ୍ଟିକ ଅନ୍ଦାଜରେ ଦେଖିବାକୁ ମିଳିଛି । ଏଥିସହ ଫିଲ୍ମର ନାଁ 'ତେରି ବୋତୋଁ ମେ ଏସା ଉଲଝ ଜିଆ' ରଖାଯାଇଥିବା ସୂଚନା ଦେଇଛନ୍ତି । ସେ ଏହା ସେୟାର କରି କ୍ୟାପସନରେ ଲେଖିଛନ୍ତି, ଚଳଚ୍ଚିତ୍ରର ନାମ 'An Impossible Love Story' ନା ବଦଳରେ 'ତେରି ବୋତୋଁ ମେ ଏସା ଉଲଝ ଜିଆ' ସିନେମା ଫେବୃଆରୀ ୯ରେ ରିଲିଜ ହେବ ।

ତେବେ ଏହି ଫିଲ୍ମ ସହ ସାହିଦ-କ୍ରିତି ପ୍ରଥମ ଥର ପାଇଁ ଏକାଠି ସ୍କ୍ରିନ ସେୟାର କରୁଥିବା ଦେଖିବାକୁ ମିଳିବ । ଏହି ଫିଲ୍ମ ଲଭ ଷ୍ଟୋରୀ ଉପରେ ଆଧାରିତ ହୋଇଥିବା ବେଳେ ଭାଲେଣ୍ଟାଇନ ସପ୍ତାହରେ ବଡ ପରଦାକୁ ଆସିବ । ଏହି ଫିଲ୍ମରେ ରହିଥିବା ଗୀତ ଦର୍ଶକଙ୍କ ମନକୁ ଛୁଇଁବ ବୋଲି କୁହାଯାଇଛି । ଏହାପୂର୍ବରୁ ଏହି ଫିଲ୍ମ ଡିସେମ୍ବର 8, 2023ରେ ମୁକ୍ତିଲାଭ କରିବାକୁ ଘୋଷଣା କରାଯାଇଥିଲା, କିନ୍ତୁ ବର୍ତ୍ତମାନ ଫିଲ୍ମ 2024ରେ ଭାଲେଣ୍ଟାଇନ୍ସ ଡେ' ଅବସରରେ ପେବୃଆରୀ ୯ରେ ମୁକ୍ତିଲାଭ କରିବ ।

ଏହା ମଧ୍ୟ ପଢନ୍ତୁ: ଭାଲେଣ୍ଟାଇନ ସପ୍ତାହରେ ରିଲିଜ ହେବ ସାହିଦ-କ୍ରିତିଙ୍କ କମେଡି ଫିଲ୍ମ

କହିରଖୁଛୁ କି, 'ତେରି ବୋତୋଁ ମେ ଏସା ଉଲଝ ଜିଆ' ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ନିର୍ଦ୍ଦେଶକ ଅମିତ ଯୋଶୀ ଏବଂ ଆରଧ୍ୟନା ଶା । ଜିଓ ଷ୍ଟୁଡିଓ ଏବଂ ମାଡୋକା ଫିଲ୍ମସ୍ ମିଳିତ ଭାବେ ଏହି ଫିଲ୍ମ ନିର୍ମାଣ କରିଛନ୍ତି । ଏହି ଫିଲ୍ମରେ ସାହିଦ ଏବଂ କ୍ରିତିଙ୍କ ବ୍ୟତୀତ ଭେଟେରାନ୍ ଅଭିନେତା ଧର୍ମେନ୍ଦ୍ର ଏବଂ ଅଭିନେତ୍ରୀ ଡିମ୍ପଲ୍ କପାଡିଆ ପ୍ରମୁଖ ଭୂମିକାରେ ନଜର ଆସିବେ । ଏହି ଚଳଚ୍ଚିତ୍ରଟି ଦୀନେଶ ଭିଜନ, ଜ୍ୟୋତି ଦେଶପାଣ୍ଡେ ଏବଂ ଲକ୍ଷ୍ମଣ ଉତ୍ତେକରଙ୍କ ଦ୍ୱାରା ପ୍ରସ୍ତୁତ କରାଯାଇଛି ବଡ଼ ପରଦାକୁ ଆସିବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.