ETV Bharat / entertainment

Tejasswi Prakash @29: ମିଡ୍‌ ନାଇଟରେ କରଣଙ୍କ କୋଳରେ ତେଜସ୍ୱୀ, ଭିଡିଓ ଭାଇରାଲ

ଜଣାଶୁଣା ଟିଭି ଅଭିନେତ୍ରୀ ତେଜସ୍ୱୀ ପ୍ରକାଶ ଜୁନ୍ 10 ରେ ତାଙ୍କର 29 ତମ ଜନ୍ମଦିନ ପାଳନ କରୁଛନ୍ତି । ସୁଟିଂ ପାଇଁ ଅଭିନେତ୍ରୀ ବର୍ତ୍ତମାନ ଗୋଆରେ ଅଛନ୍ତି । ଏଠାରୁ ତେଜସ୍ୱୀ ଏବଂ କରଣ କୁନ୍ଦ୍ରାଙ୍କର ଏକ ମଜାଦାର ଭିଡିଓ ସାମ୍ନାକୁ ଆସିଛି । ଅଧିକ ପଢନ୍ତୁ

author img

By

Published : Jun 10, 2022, 1:28 PM IST

କରଣ କୁନ୍ଦ୍ରାଙ୍କ କୋଳରେ ତେଜସ୍ୱୀ ପ୍ରକାଶ, ଭିଡିଓ ଭାଇରାଲ

ହାଇଦ୍ରାବାଦ: ଜଣାଶୁଣା ଟିଭି ଅଭିନେତ୍ରୀ ତଥା ବିଗବସ୍ 15 ର ବିଜେତା ତେଜସ୍ୱୀ ପ୍ରକାଶ ଜୁନ୍ 10 ରେ ତାଙ୍କର 29 ତମ ଜନ୍ମଦିନ ପାଳନ କରୁଛନ୍ତି । ସୁଟିଂ ପାଇଁ ଅଭିନେତ୍ରୀ ବର୍ତ୍ତମାନ ଗୋଆରେ ଅଛନ୍ତି । ଏଠାରୁ ତେଜସ୍ୱୀ ଏବଂ ତାଙ୍କ ପ୍ରେମିକ କରଣ କୁନ୍ଦ୍ରାଙ୍କର ଏକ ମଜାଦାର ଭିଡିଓ ସାମ୍ନାକୁ ଆସିଛି । ସୋସିଆଲ ମିଡିଆରେ ଏହି ଭିଡିଓ ବହୁତ ଭାଇରାଲ ହେବାରେ ଲାଗିଛି । ପ୍ରଶଂସକମାନେ ଏହି ଭିଡିଓକୁ ପସନ୍ଦ କରି ଅଭିନେତ୍ରୀଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଉଛନ୍ତି ।

କରଣ କୁନ୍ଦ୍ରାଙ୍କ ଜନ୍ମଦିନ ପାଳିଲେ ତେଜସ୍ୱୀ
କରଣ କୁନ୍ଦ୍ରାଙ୍କ ଜନ୍ମଦିନ ପାଳିଲେ ତେଜସ୍ୱୀ
କରଣ କୁନ୍ଦ୍ରାଙ୍କ ଜନ୍ମଦିନ ପାଳିଲେ ତେଜସ୍ୱୀ
କରଣ କୁନ୍ଦ୍ରାଙ୍କ ଜନ୍ମଦିନ ପାଳିଲେ ତେଜସ୍ୱୀ

ଏହି ଭିଡିଓରେ ତେଜସ୍ୱୀ ପ୍ରକାଶଙ୍କୁ ଏକ ଛୋଟ ଫ୍ଲୋରାଲ ଡ୍ରେସରେ ଦେଖିବାକୁ ମିଳିଛି । କେବଳ ସେତିକି ନୁହେଁ, କରଣଙ୍କ କୋଳରେ ତେଜସ୍ବୀ ପ୍ରକାଶ ନଜର ଆସିଛନ୍ତି । ସେହି ସମୟରେ, ଯେତେବେଳେ ପାପାରାଜିଙ୍କ ଆଖି ତାଙ୍କ ଉପରେ ପଡିଥିଲା, ସେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ତେଜସ୍ୱୀଙ୍କର ପାଦରେ ଚପଲ ନଥିଲା ଏବଂ ସେ ତାଙ୍କ କ୍ରୁଙ୍କଠାରୁ ଚପଲ ମାଗୁଥିବାର ଦେଖାଯାଇଛି । ଏଠାରୁ କପଲଙ୍କ ଅନେକ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏଥିସହିତ ତେଜସ୍ବୀ ଜୁନ୍ 9 ରାତିରେ ଗୋଆରେ କରଣଙ୍କ ସହ ତାଙ୍କ ଜନ୍ମଦିନର କେଟ୍‌ କାଟିଛନ୍ତି।

ତେଜସ୍ୱୀ ଏବଂ କରଣଙ୍କର ସାକ୍ଷାତ ବିଗବସ୍ 15 ଙ୍କ ଘରେ ହୋଇଥିଲା । ଦୁହେଁ ବିଗ୍ ବସ୍ ଘରୁ ଅତି ନିକଟତର ହୋଇଥିଲେ। ଶୋ’ରେ ଉଭୟ ନିଜ ପ୍ରେମକୁ ମଧ୍ୟ ପ୍ରକାଶ କରିଛନ୍ତି । ସୋ’ରୁ ବାହାରିବା ପରେ ଦୁହେଁ ଏକାଠି ଅଛନ୍ତି ଏବଂ ଉଭୟ ଖୁବ୍‌ଶୀଘ୍ର ବିବାହ କରିବାକୁ ଯାଉଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.