ETV Bharat / entertainment

ଦୀପିକାଙ୍କ ଜନ୍ମଦିନରେ ଫ୍ୟାନ୍ସଙ୍କୁ ଭେଟି, ନିର୍ମାତା ସେୟାର କଲେ 'ଫାଇଟର'ର BTS ଭିଡିଓ

author img

By ETV Bharat Odisha Team

Published : Jan 5, 2024, 2:09 PM IST

Updated : Jan 5, 2024, 2:34 PM IST

Fighter BTS Video: ଆଜି ଦୀପିକା ପାଦୁକୋନଙ୍କ ୩୮ତମ ଜନ୍ମଦିନ । ଏହି ଅବସରରେ ତାଙ୍କ ଆଗାମୀ ଫିଲ୍ମ 'ଫାଇଟର'ର ନିର୍ମାତା ଫିଲ୍ମ ସେଟରୁ ତାଙ୍କର BTS ଭିଡିଓ ସେୟାର କରି ଶୁଭେଚ୍ଛା ଜଣାଇଛନ୍ତି । ଦେଖନ୍ତୁ ଭିଡିଓ,

ଦୀପିକା ପାଦୁକୋନଙ୍କ ଜନ୍ମଦିନରେ ଫ୍ୟାନ୍ସଙ୍କୁ ଭେଟି, ନିର୍ମାତା ସେୟାର କଲେ 'ଫାଇଟର'ର BTS ଭିଡିଓ

ହାଇଦ୍ରାବାଦ: ବଲିଉଡ ଅଭିନେତ୍ରୀ ଦୀପିକା ପାଦୁକୋନ ଆଜି ତାଙ୍କ ୩୮ତମ ଜନ୍ମଦିନ ପାଳନ କରୁଛନ୍ତି । ଏହି ଅବସରରେ ତାଙ୍କ ଆଗାମୀ ଫିଲ୍ମ 'ଫାଇଟର'ର ନିର୍ମାତା କିଛି ଖାସ୍ ଅନ୍ଦାଜରେ ତାଙ୍କୁ ଜନ୍ମଦିନ ଶୁଭେଚ୍ଛା ଜଣାଇଛନ୍ତି । ସେ ଫାଇଟର ସେଟରୁ ତାଙ୍କର BTS ଭିଡିଓ ସେୟାର କରି ଅଭିନେତ୍ରୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଏହି ଭିଡିଓ ମଜାଦାର ରହିଛି ।

ଦୀପିକା ପାଦୁକୋନଙ୍କ ଜନ୍ମଦିନରେ ନିର୍ମାତା ମାର୍ଫିକ୍ସ ପିକ୍ଚର୍ସ ଏବଂ ସିଦ୍ଧାର୍ଥ ଆନନ୍ଦ ଇନଷ୍ଟାଗ୍ରାମରେ ଏକ ଭିଡିଓ ସେୟାର କରିଛନ୍ତି । ଫାଇଟର ସେଟରୁ ଦୀପିକାଙ୍କ BTS ଭିଡିଓ ସେୟାର କରି ଅଭିନେତ୍ରୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଭିଡିଓରେ ଦୀପିକାଙ୍କ ଭିନ୍ନ ଭିନ୍ନ ଲୁକ, ସିନ ସହ ଡ୍ୟାନ୍ସ ଅଭ୍ୟାସ କରୁଥିବା ଦେଖିବାକୁ ମିଳିଛି । ଏହି ଭିଡିଓର ପୃଷ୍ଠଭୂମିରେ ଫାଇଟରର ଗୀତ 'ଶେର ଖୁଲ ଗୟେ' ଶୁଣିବାକୁ ମିଳୁଛି । ଏହି ଭିଡିଓ ସେୟାର କରି ଦୀପିକା କ୍ୟାପସନରେ ଲେଖିଛନ୍ତି, ଭୟ ନାହିଁ, ଉଗ୍ର ହାର୍ଟ ଥିବା ଫାଇଟର ଦୀପିକା ପାଦୁକୋନଙ୍କୁ ଜନ୍ମଦିନର ଶୁଭେଚ୍ଛା ।

  • " class="align-text-top noRightClick twitterSection" data="">

'ଫାଇଟର'ରେ ଦୀପିକାଙ୍କୁ ମୀନାଲ ରାଠୋର ଚରିତ୍ର ସହ ଆକ୍ସନ ରୋଲରେ ଦେଖିବାକୁ ମିଳିବ । ଏହି ଫିଲ୍ମରେ ଦୀପିକାଙ୍କ ବ୍ୟତୀତ ହ୍ରିତିକ ରୋଶନ, ସୁନୀଲ ଗ୍ରୋଭର ଏବଂ ଅନୀଲ କପୁର, ଅକ୍ଷୟ ଅବରୋଏ ନଜର ଆସିବେ । ଏହାର ନିର୍ଦ୍ଦେଶନା ଦେଇଛନ୍ତି 'ପଠାନ ଏବଂ ୱାର' ଫିଲ୍ମ ନିର୍ଦ୍ଦେଶକ ସିଦ୍ଧାର୍ଥ ଆନନ୍ଦ । ୱାର ଏବଂ ପଠାନଙ୍କ ଦମଦାର ସଫଳତା ପରେ ସିଦ୍ଧାର୍ଥ ପୁଣି ଏହି ଫିଲ୍ମ ସହ ଇତିହାସ ରଚିବାକୁ ପ୍ରସ୍ତୁତ ଅଛନ୍ତି । ଭିଆକମ୍ 18 ଷ୍ଟୁଡିଓ ଏବଂ ମାର୍ଫ୍ଲିକ୍ସ ପିକ୍ଚର୍ସ ଦ୍ୱାରା ଏହି ଚଳଚ୍ଚିତ୍ରଟି ପ୍ରସ୍ତୁତ କରାଯାଇଛି । ତେବେ ଦୀପିକା, ଅନୀଲଙ୍କ ସହ ପ୍ରଥମ ଥର ପାଇଁ ସ୍କ୍ରିନ ସେୟାର କରିବେ ହ୍ରିତିକ ।

ଏହା ମଧ୍ୟ ପଢନ୍ତୁ: ରିଲିଜ ହେଲା 'ଫାଇଟର' ଟିଜର, ହ୍ରିତିକ-ଦୀପିକାଙ୍କ ଆକ୍ସନ ଦେଖି ଉଡିଯିବ ହୋସ୍

୨୫୦ କୋଟି ଟଙ୍କା ବଜେଟରେ ନିର୍ମିତ ଏହି ଫିଲ୍ମ ୨୫ ଜାନୁଆରୀ ୨୦୨୪ରେ ଗଣତନ୍ତ୍ର ଦିବସ ଅବସରରେ ମୁକ୍ତିଲାଭ କରିବାକୁ ଯାଉଛି । ସୂଚନା ଥାଉକି, ଚଳିତ ବର୍ଷ ଜାନୁଆରୀ ୨୫ରେ ସିଦ୍ଧାର୍ଥ ଆନନ୍ଦ ତାଙ୍କ ଚଳଚ୍ଚିତ୍ର ପଠାନ ମୁକ୍ତିଲାଭ କରିଥିଲେ ଯାହା ବକ୍ସ ଅଫିସରେ ଆଲୋଡ଼ନ ସୃଷ୍ଟି କରିଥିଲା । ତେବେ ଏହି ଫିଲ୍ମ ମଧ୍ୟ ସମାନ ତାରିଖରେ ରିଲିଜ ହେଉଥିବା ନେଇ ବକ୍ସ ଅଫିସରେ ଧମାକା କରିବ ବୋଲି ଆଶା କରାଯାଉଛି ।

Last Updated : Jan 5, 2024, 2:34 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.