ମୁମ୍ବାଇ: ସୁସ୍ମିତା ସେନ୍ ଏବଂ ଲଳିତ ମୋଦିଙ୍କ ମଧ୍ୟରେ ଥିବା ସମ୍ପର୍କକୁ ନେଇ ଏବେ ସବୁଠି ଚର୍ଚ୍ଚା । ଯେବେଠୁ ସେମାନେ ନିଜ ସମ୍ପର୍କକୁ ନେଇ ଖୁଲାସା କରିଛନ୍ତି, ସେବେଠୁ ସମସ୍ତଙ୍କ ମୁହଁରେ ସୁସ୍ମିତା ଏବଂ ଲଳିତଙ୍କ ନାଁ । ଏବେବି ଅନେକ ଲୋକଙ୍କ ପାଇଁ ଏହି କଥାଟା ହଜମ କରିବା କଷ୍ଟକର ହୋଇପଡିଛି । କେହି କେହି ସେମାନଙ୍କୁ ଶୁଭେଚ୍ଛା ଜଣାଉଥିବାବେଳେ ଆଉ କିଛି ସୁସ୍ମିତା ଏବଂ ଲଲିତଙ୍କୁ ଉପହାସ କରୁଛନ୍ତି । ବର୍ତ୍ତମାନ ବାଂଲାଦେଶୀ ଲେଖିକା ତସଲିମା ନାସରିନ୍ ମଧ୍ୟ ସୁସ୍ମିତା-ଲଲିତଙ୍କ ସମ୍ପର୍କ ବିଷୟରେ ମୁହଁ ଖୋଲିଛନ୍ତି । ତସଲିମା ସୋସିଆଲ ମିଡିଆରେ ପୋଷ୍ଟ କରି ପ୍ରଶ୍ନ କରିଛନ୍ତି ଯେ ଅଭିନେତ୍ରୀ ଟଙ୍କା ପାଇଁ ଏସବୁ କରିଛନ୍ତି କି ?
-
Sushmita Sen is such a self-dependent, self-reliant, self-confident, strong woman! Why should she marry a man? There is absolutely no need for it.
— taslima nasreen (@taslimanasreen) July 15, 2022 " class="align-text-top noRightClick twitterSection" data="
">Sushmita Sen is such a self-dependent, self-reliant, self-confident, strong woman! Why should she marry a man? There is absolutely no need for it.
— taslima nasreen (@taslimanasreen) July 15, 2022Sushmita Sen is such a self-dependent, self-reliant, self-confident, strong woman! Why should she marry a man? There is absolutely no need for it.
— taslima nasreen (@taslimanasreen) July 15, 2022
ଶନିବାର ଦିନ ତସଲିମା ଫେସବୁକରେ ବଙ୍ଗାଳୀରେ ଏକ ପୋଷ୍ଟ ସେୟାର କରି ଲେଖିଛନ୍ତି ‘ମୁଁ ସୁସ୍ମିତାଙ୍କୁ କେବଳ ଥରେ ଭେଟିଛି, ଆମେ କୋଲକାତା ବିମାନବନ୍ଦରରେ ଭେଟିଥିଲୁ । ସେ ମୋତେ ଆଲିଙ୍ଗନ କରି କହିଥିଲେ କି ମୁଁ ତୁମକୁ ଭଲ ପାଏ । ମୋ ଅଞ୍ଚଳରେ ମୋ ଠାରୁ ଲମ୍ବା କେହି ନାହାଁନ୍ତି । କିନ୍ତୁ ତାଙ୍କ ସହ ଠିଆ ହେବା ବେଳେ ମୋତେ ଛୋଟ ଅନୁଭବ ହେଉଥିଲା । ତାଙ୍କ ସୌନ୍ଦର୍ଯ୍ୟରୁ ମୁଁ କିନ୍ତୁ, ଆଖି ଫେରାଇ ଆଣି ପାରୁନଥିଲି।
ତସଲିମା ଆହୁରି କହିଥିଲେ ‘ତାଙ୍କୁ ସୁସ୍ମିତାଙ୍କ ପର୍ସନାଲିଟି ବହୁତ ପସନ୍ଦ ଆସିଥିଲା । ତାଙ୍କ ସବୁଠି ବେଶୀ ଭଲ ଲାଗିଥିଲା କି, ଅଳ୍ପ ବୟସରେ ସୁସ୍ମିତା ଦୁଇ ଝିଅଙ୍କୁ ପୋଷ୍ୟ କନ୍ୟା କରିଛନ୍ତି । ସୁସ୍ମିତା ଏବଂ ଲଲିତ ମୋଦିଙ୍କ ସମ୍ପର୍କ ବିଷୟରେ ଅଧିକ ଆଲୋଚନା କରି ସେ କହିଛନ୍ତି, କିନ୍ତୁ ବର୍ତ୍ତମାନ ସୁସ୍ମିତା ଯେଉଁ ବ୍ୟକ୍ତିଙ୍କ ସହ ସମୟ ବିତାଉଛନ୍ତି ଯିଏ ଆଦୌ ଆକର୍ଷଣୀୟ ନୁହଁନ୍ତି ଏବଂ ସେ ଅନେକ ଅପରାଧ ସହ ଜଡିତ ଅଛନ୍ତି । ଏଥିପାଇଁ କି ସେ ଜଣେ ଧନୀ ବ୍ୟକ୍ତି ? ତା’ହେଲ କ’ଣ ଅର୍ଥ ତାଙ୍କୁ କିଣି ନେଲା ? ସୁସ୍ମିତା ସେହି ପୁରୁଷକୁ ଭଲ ପାଉଛନ୍ତି ବୋଲି ବିଶ୍ୱାସ ହେଉ ନାହିଁ । ଯେଉଁମାନେ ଟଙ୍କାକୁ ଭଲ ପାଆନ୍ତି, ମୋର ସେମାନଙ୍କ ପ୍ରତି ସମ୍ମାନ କମିଯାଏ । ତସଲିମାଙ୍କର ଏହି ପୋଷ୍ଟ ଏବେ ଭାଇରାଲ୍ ହେବାରେ ଲାଗିଛି ।
ସୂଚନାଯୋଗ୍ୟ ଯେ, ଜୁଲାଇ 14 ରେ ଲଳିତ ମୋଦିଙ୍କ ସହ ବଲିଉଡ ଅଭିନେତ୍ରୀ ତଥା ପୂର୍ବତନ ବ୍ରହ୍ମାଣ୍ଡ ସୁନ୍ଦରୀ ସୁସ୍ମିତା ସେନଙ୍କ ସମ୍ପର୍କ ଘଟଣା ସାମ୍ନାକୁ ଆସିିଥିଲା । ଲଳିତ ଟ୍ୱିଟ କରି ନିଜ ବିବାହ ସମ୍ପର୍କରେ ଘୋଷଣା କରିଥିଲେ । ହେଲେ ଏହାର କିଛି ସମୟ ପରେ ଆଉ ଏକ ଟ୍ୱିଟ କରି ସଫେଇ ଦେଇଥିଲେ ଲଳିତ । ପ୍ରଥମ ଟ୍ୱିଟରେ ସୁସ୍ମିତାଙ୍କୁ ବେଟର ହାଫ ବୋଲି ସମ୍ବୋଧନ କରିବା ସହ ନୂଆ ଜୀବନ ଆରମ୍ଭ କରିବା କଥା କହିଥିଲେ । ହେଲେ ପରେ ସଫେଇ ଦେଇ କହିଥିଲେ ବର୍ତ୍ତମାନ ଡେଟ କରୁଛୁ, ଖୁବଶୀଘ୍ର ବିବାହ କରିବୁ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ