ETV Bharat / entertainment

SwaadAnusaar Wedding: ହିନ୍ଦୁ ରୀତିନୀତିରେ ପଡିବ ସ୍ବରାଙ୍କ ହାତଗଣ୍ଠି, ବିବାହ ପ୍ରସ୍ତୁତି ଆରମ୍ଭ

ହିନ୍ଦୁ ରୀତିନୀତିରେ ବିବାହ କରିବାକୁ ଯାଉଛନ୍ତି ଅଭିନେତ୍ରୀ ସ୍ବରା ଭାସ୍କର ଏବଂ ଫହାଦ ଅହମ୍ମଦ । ଗତ ମାସରେ ଉଭୟ କୋର୍ଟ ମ୍ୟାରେଜ କରିଥିବା ବେଳେ ଖୁବ ଶୀଘ୍ର ଦମ୍ପତି ରୀତିନୀତିରେ ବିବାହ ବନ୍ଧନରେ ବାନ୍ଧି ହେବେ । ଅଧିକ ପଢନ୍ତୁ

ଖୁବଶୀଘ୍ର ପାରମ୍ପରିକ ରୀତିନୀତିରେ ବିବାହ କରିବେ ସ୍ବରା-ଫାହାଦ୍

author img

By

Published : Mar 12, 2023, 2:05 PM IST

ହାଇଦ୍ରାବାଦ: ବାଜିବ ସାହାନାଇ । ହାତରେ ଲାଗିବ ଫହାଦ ନାଁର ମେହେନ୍ଦି । ହିନ୍ଦୁ ରୀତିନୀତିରେ ବିବାହ ପାଇଁ ଆରମ୍ଭ ହୋଇଗଲାଣି ପ୍ରସ୍ତୁତି । ଖୁବଶୀଘ୍ର ରୀତିନୀତିରେ ବିବାହ ବନ୍ଧନରେ ବାନ୍ଧି ହେବେ ଅଭିନେତ୍ରୀ ସ୍ବରା ଭାସ୍କର ଏବଂ ସମାଜବାଦୀ ପାର୍ଟି ନେତା ଫହାଦ ଅହମ୍ମଦ । ଉଭୟେ ନିକଟରେ କୋର୍ଟ ମ୍ୟାରେଜ କରି ସମସ୍ତଙ୍କୁ ଚମକାଇ ଦେଇଥିଲେ । ଏବେ ହିନ୍ଦୁ ରୀତିନୀତିକେ ଉଭୟେ ବିବାହ କରିବେ । ଏଥିପାଇଁ ଦିଲ୍ଲୀରେ ଆରମ୍ଭ ହୋଇଗଲାଣି ପ୍ରସ୍ତୁତି ।

ଉଭୟେ ପରିବାର ସହ ଏବେ ବିବାହ ପ୍ରସ୍ତୁତିରେ ଲାଗି ପଡିଛନ୍ତି । ଏବେ ସ୍ବରାଙ୍କ ଅନେକ ଭିଡିଓ ଏବଂ ଫଟୋ ସୋସିଆଲ ମିଡିଆରେ ସେୟାର କରାଯାଇଛି । ଯେଉଁଥିରେ ସ୍ବରା ତାଙ୍କ ବିବାହକୁ ନେଇ ଉତ୍ସାହିତ ଥିବା ଜଣାପଡିଛି । ସେୟାର କରାଯାଇଥିବା ଭିଡିଓରେ, ଅଭିନେତ୍ରୀ ସଂଗୀତ କାର୍ଯ୍ୟକ୍ରମର ପ୍ରସ୍ତୁତି ନେଇ ତଦାରଖ କରୁଥିବା ଦେଖିବାକୁ ମିଳିଛି । ​​ସଂଗୀତ ପୂର୍ବରୁ ମଧ୍ୟ ସ୍ବରା ଏବଂ ଫହାଦ୍ ସାଙ୍ଗମାନଙ୍କ ସହିତ କିଛି ଦେଶୀ ବିଟରେ ଡ୍ୟାନ୍ସ କରୁଥିବାର ମଧ୍ୟ ନଜର ଆସିଛନ୍ତି ।

ଏକ ଧଳା ସୁଟରେ ସ୍ବରା ଖୁବ ସୁନ୍ଦର ଦେଖାଯାଉଥିବା ବେଳେ ଫହାଦ ମଧ୍ୟ ଧଳା କୁର୍ତ୍ତା ପାଇଜାମାରେ ନଜର ଆସିଥିଲେ । ତେବେ ବିବାହ ନେଇ ଦମ୍ପତି ବେଶ ଖୁସିର ସହ ନିଜ ସାଙ୍ଗମାନଙ୍କ ସହ ଝୁମୁଥିବାର ଦେଖିବାକୁ ମିଳିଛି । ଭିଡିଓ ଦେଖି ଫ୍ୟାନ୍ସ ପସନ୍ଦ କରିଥିବା ବେଳେ ଉଭୟଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

ସୂଚନା ଥାଉ କି, 34 ବର୍ଷୀୟ ସ୍ବରା ପ୍ରଥମ ଥର ପାଇଁ CAA ବିରୋଧରେ ଆନ୍ଦୋଳନ ସମୟରେ ଫହାଦଙ୍କୁ ଭେଟିଥିଲେ ଏବଂ ଦୀର୍ଘ ସମୟର ବନ୍ଧୁତା ପରେ ଉଭୟଙ୍କ ମଧ୍ୟରେ ପ୍ରେମ ହୋଇଥିଲା । ପରେ ଉଭୟେ ବିବାହ କରିବାକୁ ସ୍ଥିର କଲେ । ଏବଂ ଗତ ମାସରେ ଉଭୟ କୋର୍ଟ ମ୍ୟାରେଜ କରିଥିବା ବେଳେ ଖୁବ ଶୀଘ୍ର ଦମ୍ପତି ରୀତିନୀତିରେ ବିବାହ ବନ୍ଧନରେ ବାନ୍ଧି ହେବେ । ତେବେ ଉଭୟଙ୍କ ଏଭଳି ଖୁସି ଦେଖି ‘ସ୍ବାଦଅନୁସାର’ ବିବାହ ପାଇଁ ଭଳି ମନେହୁଏ । ଏହା ହିଁ ସ୍ବରା ଏବଂ ଫାହାଦ୍ ପାଇଁ ବିବାହ ହ୍ୟାସଟ୍ୟାଗ୍ । ଭିଡିଓ ଦେଖି ଫ୍ୟାନ୍ସ ପସନ୍ଦ କରିଥିବା ବେଳେ ଉଭୟଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

ସୂଚନା ଅନୁସାରେ, ସ୍ବରା ଭାସ୍କର 2009ରେ ମଧୋଲାଲ କିପ ୱାର୍କିଂ, 2010ରେ ଗୁଜାରିସ, 2011ରେ ତନୁ ୱେଡ୍ସ ମନୁ, ଚିଲ୍ଲର ପାର୍ଟି, 2013ରେ RANJHANA, ସବକୀ ବଜେଗି ବ୍ୟାଣ୍ଡ, 2015ରେ ତନୁ ୱେଡ୍ସ ମନୁ ରିର୍ଟନ୍ସ, ପ୍ରେମ ରତନ ଧନ ପାୟୋ, 2016ରେ NIL BATTEY SANNATA, 2017ରେ Anaarkali of Arah, 2018ରେ ୱିରେ ଦି ୱେଡିଙ୍ଗ, 2020ରେ Sheer Qorma, 2022ରେ ଜାହାଁ ଚାର ୟାର୍ ଭଳି ଫିଲ୍ମରେ ଅଭିନୟ କରି ଲୋକପ୍ରିୟତା ହାସଲ କରିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.