ହାଇଦ୍ରବାଦ: ବଲିଉଡ ଲୋକପ୍ରିୟ ଅଭିନେତ୍ରୀ ସ୍ୱରା ଭାସ୍କର ଖୁବଶୀଘ୍ର ମାଆ ହେବାକୁ ଯାଉଛନ୍ତି । ସ୍ୱରା ଆଜିକାଲି ତାଙ୍କ ଗର୍ଭଧାରଣକୁ ଖୁବ୍ ଉପଭୋଗ କରୁଛନ୍ତି । ଏହି ଅଭିନେତ୍ରୀ ସମାଜବାଦୀ ପାର୍ଟି ନେତା ଫହାଦ ଅହମ୍ମଦଙ୍କୁ ଚଳିତ ବର୍ଷ ମାର୍ଚ୍ଚ 15 ତାରିଖରେ ବିବାହ କରିଥିଲେ । ବିବାହର 3 ମାସ ପରେ ଅଭିନେତ୍ରୀ ପ୍ରଶଂସକଙ୍କ ସହ ଏକ ଖୁସି ଖବର ସେୟାର କରିଥିଲେ । ଏହି ସମୟରେ ଅଭିନେତ୍ରୀ ସୋସିଆଲ ମିଡିଆରେ ନିଜର ମାତୃତ୍ୱ ଫଟୋସୁଟ୍ର କିଛି ଫଟୋ ସେୟାର କରିଛନ୍ତି ।
ଅଭିନେତ୍ରୀ ଇନ୍ଷ୍ଟାଗ୍ରାମରେ ତାଙ୍କ ମାତୃତ୍ୱ ଫଟୋ ସୁଟ୍ରୁ କିଛି ସୁନ୍ଦର ଫଟୋ ସେୟାର କରିଛନ୍ତି । ଏହି ଫଟୋଗୁଡ଼ିକରେ ସ୍ୱରାଙ୍କ ସହ ଫହାଦ୍ ମଧ୍ୟ ନଜର ଆସିଛନ୍ତି । ଏହି ଅବସରରେ ଅଭିନେତ୍ରୀ ଏକ ଧଳା ରଙ୍ଗର ଲମ୍ବା ଗାଉନରେ ନଜର ଆସିଛନ୍ତି । ଯେତେବେଳେ କି, ଫହାଦ୍ ନୀଳ ସାର୍ଟ ଏବଂ ପ୍ୟାଣ୍ଟ୍ ପିନ୍ଧିଛନ୍ତି ।
ଏହି ଫଟୋଗୁଡ଼ିକରେ ସ୍ୱରା ଭାସ୍କର ମଧ୍ୟ ତାଙ୍କ ସ୍ୱାମୀଙ୍କ ସହ ରୋମାଣ୍ଟିକ ଅନ୍ଦାଜରେ ନଜର ଆସିଛନ୍ତି । ପ୍ରଥମ ଫଟୋରେ ସ୍ୱରା ତାଙ୍କ ସ୍ୱାମୀଙ୍କ କୋଳରେ ବସିଛନ୍ତି । ଦ୍ୱିତୀୟରେ, ଫହାଦ୍ ତାଙ୍କ ପେଟରେ ହାତ ରଖି ପୋଜ୍ ଦେଇଛନ୍ତି । ତୃତୀୟ ଏବଂ ଚତୁର୍ଥରେ ସେ ସ୍ୱାମୀଙ୍କ କୋଳରେ ମୁଣ୍ଡ ରଖି ଶୋଇଥିବାର ନଜର ଆସିଛନ୍ତି । ଏବଂ ଶେଷରେ ଦୁହେଁ ଚୁମ୍ବନ ଦେବାକୁ ଯାଉଥିବାବେଳେ ଏକ ଫଟୋ ପୋଜ୍ ଦେଇଛନ୍ତି ।
ଏହା ମଧ୍ୟ ପଢନ୍ତୁ: Swara Fahad Love Story: ଆନ୍ଦୋଳନରେ ମିଶିଲା ଆଖି, ଫହାଦକୁ ହୃଦୟ ଦେଇ ବସିଲେ ସ୍ବରା
ସ୍ବରା ଏହି ସମସ୍ତ ଫଟୋ ତାଙ୍କ ଇନ୍ଷ୍ଟାଗ୍ରାମରେ ସେୟାର କରିଛନ୍ତି । ଫଟୋ ସେୟାର କରି କ୍ୟାପସନ୍ରେ ଲେଖିଛନ୍ତି, ବେଳେବେଳେ ଜୀବନ ଆପଣଙ୍କୁ ଅପ୍ରତ୍ୟାଶିତ ଭାବରେ ଆଶୀର୍ବାଦ ଦିଏ ଏବଂ ଆପଣଙ୍କୁ ଉଭୟ ଆତ୍ମ-ଆବିଷ୍କାର ଏବଂ ଏକତାର ଯାତ୍ରାକୁ ନେଇଯାଏ । ଆମ ଜୀବନର ଏହି ବିଶେଷ ସମୟକୁ ଅତି ସରଳ, ସଚ୍ଚୋଟ ଏବଂ ସହଜ ତରିକାରେ ଏବଂ ବହୁତ ସୁନ୍ଦର ଭାବେ ଲେନ୍ସ ମାଧ୍ୟମରେ କଏଦ କରାଯାଇଛି ।
ସ୍ୱରା-ଫହାଦଙ୍କ ପ୍ରେମ କାହାଣୀ
2020 ମସିହାରେ, ଶାହିନ୍ ବାଗ ଆନ୍ଦୋଳନ ସମୟରେ ସ୍ୱରା ଏବଂ ଫହାଦ ପରସ୍ପରଙ୍କୁ ଭେଟିଥିଲେ । ଏହା ପରେ, ସେମାନେ କିଛି ସମାବେଶରେ ମଧ୍ୟ ମୁହାଁମୁହିଁ ହୋଇଥିଲେ । ପ୍ରଥମ ଦେଖାରେ ହିଁ ଉଭୟ ପ୍ରେମରେ ପଡିଯାଇଥିଲେ । ମାର୍ଚ୍ଚ 2020ରେ ଫହାଦ୍ ସ୍ୱରାଙ୍କୁ ତାଙ୍କ ଭଉଣୀଙ୍କ ବିବାହକୁ ନିମନ୍ତ୍ରଣ କରିଥିଲେ । ମାତ୍ର ସ୍ବରା ବିବାହ କାର୍ଯ୍ୟକ୍ରମକୁ ଆସିପାରିନଥିଲେ ଏବଂ ଏଥିପାଇଁ ସେ ଫହାଦଙ୍କୁ କ୍ଷମା ମାଗିଥିଲେ । ଏହି ସମୟରେ ଦୁହିଁଙ୍କ ମଧ୍ୟରେ ବନ୍ଧୁତା ଗଭୀର ହେବାରେ ଲାଗିଲା ଏବଂ ପରେ ଦୁହେଁ ସମ୍ପର୍କକୁ ପାଦେ ଆଗକୁ ନେବା ପାଇଁ ନିଷ୍ପତ୍ତି ନେଇଥିଲେ ।