ମୁମ୍ବାଇ: ବଲିଉଡ ଲୋକପ୍ରିୟ ଅଭିନେତ୍ରୀ ସ୍ୱରା ଭାସ୍କର ଖୁବଶୀଘ୍ର ମା' ହେବାକୁ ଯାଉଛନ୍ତି । ବିବାହର କିଛି ସମୟ ପରେ ସ୍ୱରା ସମାଜବାଦ ପାର୍ଟି ନେତା ତଥା ସ୍ୱାମୀ ଫହାଦ ଅହମ୍ମଦଙ୍କ ସହ ଏକ ଫଟୋ ସେୟାର କରି ଗର୍ଭବତୀ ଥିବା ଘୋଷଣା କରିଥିଲେ । ସେବେଠାରୁ ଏହି ଅଭିନେତ୍ରୀ ନିଜ ବେବି ବମ୍ପ ଲୁକର ଫଟୋ ସେୟାର କରିଆସୁଛନ୍ତି । ତେବେ ବର୍ତ୍ତମାନ ସେ ପୁଣି ନିଜ ବେବି ବମ୍ପ ଲୁକର ଫଟୋ ସେୟାର କରିଛନ୍ତି । ନୂଆ ଅତିଥି ପାଇଁ ସେ କେଉଁ ପ୍ରସ୍ତୁତି କରୁଛନ୍ତି ତାହା ମଧ୍ୟ କହିଛନ୍ତି ।
ସ୍ୱରା ଭାସ୍କର ଅଭିନୟରୁ ଦୂରରେ ଅଛନ୍ତି, କିନ୍ତୁ ସୋସିଆଲ ମିଡିଆରେ ସେ ବେଶ ସକ୍ରିୟ ରୁହନ୍ତି । ସେ ପ୍ରତିଦିନ ନିଜର ଫଟୋ ସେୟାର୍ କରନ୍ତି । ଅଭିନେତ୍ରୀ ବର୍ତ୍ତମାନ ନିଜ ଇନଷ୍ଟାଗ୍ରାମରେ ବେବି ବମ୍ପ ଲୁକର ଫଟୋ ସେୟାର କରିଛନ୍ତି । ଏହି ଫଟୋରେ ସ୍ବରା ବ୍ଲୁ ଏବଂ ହ୍ବାଇଟ ଆଉଟଫିଟରେ ନୋ-ମେକଅପ୍ ଲୁକରେ କ୍ୟାମେରା ପାଇଁ ପୋଜ୍ କରୁଥିବା ନଜର ଆସିଛନ୍ତି । ଏଥିସହ ସେ ଆଉ ଏକ ଫଟୋ ମଧ୍ୟ ସେୟାର କରିଛନ୍ତି । ଯେଉଁଥିରେ ଶିଶୁ ପାଇଁ ଏକ ଝୁଲା ଥିବା ଦେଖିବାକୁ ମିଳିଛି । ଏଥିରେ ଏକ ବିଲେଇ ଶୋଇଥିବାର ଦେଖିବାକୁ ମିଳିଛି । ଏହି ଫଟୋ ଗୁଡ଼ିକୁ ସେୟାର କରି ସ୍ୱରା କହିଛନ୍ତି ଯେ ସେ ତାଙ୍କ ଭବିଷ୍ୟତ ସନ୍ତାନକୁ ସ୍ୱାଗତ କରିବାକୁ ପ୍ରସ୍ତୁତ ଅଛନ୍ତି । ଶିଶୁଟି ଆସିବା ପୂର୍ବରୁ ବିଲେଇ ଝୁଲାକୁ କବଜା କରିଛି । ତେବେ ଏହା ସେୟାର ହେବା ମାତ୍ରେ ଫ୍ୟାନ୍ସ ଏହାକୁ ଲାଇକ କରିବା ସହ କମେଣ୍ଟ ବର୍ଷା କରିଛନ୍ତି । ପ୍ରତିକ୍ରିୟାରେ ଫ୍ୟାନ୍ସ ଲାଲ ହାର୍ଟ ଇମୋଜି ସହ ଅଭିନେତ୍ରୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।
ଏହା ମଧ୍ୟ ପଢନ୍ତୁ: ବିବାହର 5 ମାସ ପରେ ଖୁସି ଖବର ଦେଲେ ସ୍ବରା, ଦେଖାଇଲେ ବେବି ବମ୍ପ
ସୂଚନା ଥାଉ କି, ଚଳିତ ବର୍ଷ 2023ରେ, ତନୁ ୱେଡସ୍ ମନୁ ଫେମ ଅଭିନେତ୍ରୀ, ଯିଏକି ସମାଜବାଦୀ ପାର୍ଟି ନେତା ଫହାଦ୍ ଫାସିଲଙ୍କୁ ବିବାହ କରିଥିଲେ । ସ୍ୱରା ଏବଂ ଫହାଦ୍ ପ୍ରଥମେ କୋର୍ଟ ମ୍ୟାରେଜ କରିଥିଲେ ଏବଂ ଏହା ପରେ ଉଭୟ ହିନ୍ଦୁ ଏବଂ ମୁସଲମାନ ରୀତିନୀତି ସହ ବିବାହ କରିଥିଲେ । ସ୍ୱରା ତାଙ୍କ ମେହେନ୍ଦୀ, ସଂଗୀତ ଏବଂ ହଲଦୀ ପରେ ବିବାହ ରିସେପ୍ସନର ଫଟୋ ସେୟାର କରିଥିଲେ । ଫହାଦଙ୍କ ସହ ସ୍ୱରାଙ୍କ ବିବାହକୁ ନେଇ ସୋସିଆଲ ମିଡିଆରେ ଅନେକ ଟ୍ରୋଲ କରାଯାଇଥିଲା । ଅଭିନେତ୍ରୀ ଏସବୁକୁ ଅଣଦେଖା କରି ନିଜ ଦାମ୍ପତ୍ୟ ଜୀବନକୁ ବେଶ ଖୁସିରେ ବିତାଉଛନ୍ତି ।