ହାଇଦ୍ରାବାଦ: ହିନ୍ଦୁ ରୀତିନୀତିରେ ପୁଣି ବାହା ହେବାକୁ ଯାଉଛନ୍ତି ବଲିଉଡ ଅଭିନେତ୍ରୀ ସ୍ବରା ଭାସ୍କର ଏବଂ ସମାଜବାଦୀ ପାର୍ଟି ନେତା ଫହାଦ ଅହମ୍ମଦ। ରବିବାର ଦିନ ଦମ୍ପତିଙ୍କ ସଙ୍ଗୀତ ଏବଂ ମେହେନ୍ଦୀ କାର୍ଯ୍ୟକ୍ରମ ହୋଇଥିଲା । ଯାହାର ଫଟୋ ସୋସିଆଲ ମିଡିଆରେ ସେୟାର କରିଛନ୍ତି ଅଭିନେତ୍ରୀ । ସ୍ବରା ଏବଂ ଫହାଦ୍ ନିଜ ଇନଷ୍ଟା ଷ୍ଟୋରୀରେ ସେରମୋନିର ଫଟୋ ସେୟାର କରିଛନ୍ତି ।
ତେବେ ନିଜ ବିବାହକୁ ନେଇ ସ୍ବରା ଏବଂ ଫହାଦ ଉତ୍ସାହିତ ଥିବା ଦେଖିବାକୁ ମିଳିଛି । ସେମାନଙ୍କର ହଲଦୀ-କମ-ହୋଲି ସେଲିବ୍ରେସନ ପରେ ସ୍ବରା ଭାସ୍କର ଏବଂ ଫହାଦ୍ ଅହମ୍ମଦଙ୍କ ମେହେନ୍ଦୀ ହୋଇଥିଲା । ଏହି ଅବସରରେ ଅଭିନେତ୍ରୀ ଏକ କମଳା ରଙ୍ଗର ଆଉଟଫିଟରେ ନଜର ଆସିଥିବା ବେଳେ ଫହାଦ ଧଳା ପାଇଜାମା ସହ ହାଲୁକା ନୀଳ କୁର୍ତ୍ତାରେ ନଜର ଆସିଥିଲେ । ଦମ୍ପତିଙ୍କ ଏହି ସମାରୋହରେ କଣ୍ଠଶିଳ୍ପୀ ଡାନି ଖାନ୍ ଯୋଗ ଦେଇଥିଲେ।
ସ୍ବରା ନିଜ ଇନଷ୍ଟାଗ୍ରାମ ଷ୍ଟୋରୀରେ ମେହେନ୍ଦୀ ସମାରୋହର ଅନେକ ଭିଡିଓ ସେୟାର କରିଛନ୍ତି ସ୍ବରା । ଗୋଟିଏ ଭିଡିଓରେ ସେ ମେହେନ୍ଦୀ ଲଗାଉଥିବାର ଦେଖିବାକୁ ମିଳିଥିବା ବେଳେ ଅନ୍ୟଟିରେ ସେ ଚାଟ ଖାଉଥିବାର ନଜର ଆସିଛନ୍ତି । ଏପରିକି ନିଜ ହଲଦୀ ସେରମୋନିର ଭିଡିଏ ମଧ୍ୟ ସେୟାର କରିଛନ୍ତି ସ୍ବରା । ସମସ୍ତ ଭିଡିଓ ସେୟାର କରିଛନ୍ତି । ସେହିପରି ଏହି ଭିରେ ଦି ୱେଡିଂ ଅଭିନେତ୍ରୀ ସନ୍ଧ୍ୟାରେ ଅନୁଷ୍ଠିତ ସଂଗୀତ ସମାରୋହ ଏବଂ ସାଜସଜ୍ଜାର ଫଟୋ ଏବଂ ଭିଡିଓ ମଧ୍ୟ ସେୟାର କରିଛନ୍ତି । ଏହି ସମାରୋହରେ ସ୍ବରା ଏକ ସବୁଜ ରଙ୍ଗ ଲେହେଙ୍ଗାରେ ନଜର ଆସିଥିବା ବେଳେ ଫହାଦ ମଧ୍ୟ ସବୁଜ ରଙ୍ଗ କୁର୍ତ୍ତାରେ ନଜର ଆସିଥିଲେ।
ସୂଚନା ଥାଉ କି, 34 ବର୍ଷୀୟ ସ୍ବରା ପ୍ରଥମ ଥର ପାଇଁ CAA ବିରୋଧରେ ଆନ୍ଦୋଳନ ସମୟରେ ଫହାଦଙ୍କୁ ଭେଟିଥିଲେ ଏବଂ ଦୀର୍ଘ ସମୟର ବନ୍ଧୁତା ପରେ ଉଭୟଙ୍କ ମଧ୍ୟରେ ପ୍ରେମ ହୋଇଥିଲା । ପରେ ଉଭୟେ ବିବାହ କରିବାକୁ ସ୍ଥିର କଲେ। ଏବଂ ଗତ ମାସରେ ସ୍ବରା ଓ ଫହାଦ କୋର୍ଟ ମ୍ୟାରେଜ କରିଥିବା ବେଳେ ଏବେ ଉଭୟ ହିନ୍ଦୁ ରୀତିନୀତିରେ ବିବାହ ବନ୍ଧନରେ ବାନ୍ଧି ହେବାକୁ ୟାଉଛନ୍ତି। ଏନେଇ ନୂଆଦିଲ୍ଲୀରେ ପରିବାର ସହ ଉଭୟଙ୍କ ବିବାହର ପୂର୍ବ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିବା ଦେଖିବାକୁ ମିଳିଛି। ବିବାହକୁ ନେଇ ସ୍ବରା ଏବଂ ଫହାଦ ଉତ୍ସାହିତ ଥିବା ବେଳେ ସମସ୍ତ କାର୍ଯ୍ୟକ୍ରମର ଅନେକ ଭିଡିଓ ଏବଂ ଫଟୋ ସୋସିଆଲ ମିଡିଆରେ ସେୟାର କରାଯାଇଛି । ଯାହାକୁ ଦେଖି ଫ୍ୟାନ୍ସ ଲାଇକ କରିବା ସହ ଉଭୟଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।