ETV Bharat / entertainment

ସ୍ବଦେଶ ଅଭିନେତ୍ରୀ ଗାୟତ୍ରୀ ଯୋଶୀଙ୍କ କାର ଦୁର୍ଘଟଣାଗସ୍ତ, ଆଖି ବୁଝିଲେ ସ୍ୱିଜରଲ୍ୟାଣ୍ଡ ଦମ୍ପତି

author img

By ETV Bharat Odisha Team

Published : Oct 4, 2023, 8:15 AM IST

ବଲିଉଡ ଅଭିନେତ୍ରୀ ଗାୟତ୍ରୀ ଯୋଶୀଙ୍କ କାର ଦୁର୍ଘଟଣା ହୋଇଛି । ଦୁର୍ଘଟଣା ସମୟରେ ଗାୟତ୍ରୀ ଏବଂ ତାଙ୍କ ସ୍ୱାମୀ ବିକାଶ ଓବରୋଇ ମଧ୍ୟ କାରରେ ଉପସ୍ଥିତ ଥିଲେ। ଏହି ଦୁର୍ଘଟଣାରେ ସ୍ୱିଜରଲ୍ୟାଣ୍ଡ ଦମ୍ପତି ପ୍ରାଣ ହରାଇଛନ୍ତି । ଅଧିକ ପଢନ୍ତୁ

ଗାୟତ୍ରୀ ଯୋଶୀ
ଗାୟତ୍ରୀ ଯୋଶୀ

ହାଇଦ୍ରାବାଦ: ଫିଲ୍ମ ‘ସ୍ୱଦେଶ’ରେ ବଲିଉଡ ସୁପରଷ୍ଟାର ଶାହାରୁଖ ଖାନଙ୍କ ସହ ବଲିଉଡରେ ଡେବ୍ୟୁ କରିଥିବା ଅଭିନେତ୍ରୀ ଗାୟତ୍ରୀ ଯୋଶୀ ଏକ କାର ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ଦୁର୍ଘଟଣା ଘଟିବା ସମୟରେ ଗାୟତ୍ରୀଙ୍କ ସ୍ୱାମୀ ବିକାଶ ଓବରୋଇ ମଧ୍ୟ କାରରେ ଉପସ୍ଥିତ ଥିଲେ। ଇଟାଲୀରେ ଘଟିଥିବା ଏହି ଦୁର୍ଘଟଣାର ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହି ସଡ଼କ ଦୁର୍ଘଟଣାରେ ଗାୟତ୍ରୀ ଏବଂ ବିକାଶ ସୁସ୍ଥ ଅଛନ୍ତି, କିନ୍ତୁ ଅନ୍ୟ କାରରେ ଯାଉଥିବା ସ୍ୱିସ୍ ଦମ୍ପତିଙ୍କର ମୃତ୍ୟୁ ହୋଇଛି ।

ଗାୟତ୍ରୀ ତାଙ୍କ ସ୍ୱାମୀଙ୍କ ସହ ଛୁଟି ପାଇଁ ଇଟାଲୀ ଯାଇଥିଲେ। ଯେଉଁଠାରେ ଏହି ଦୁର୍ଘଟଣା ଘଟିଛି । ଏକ ରିପୋର୍ଟ ଅନୁଯାୟୀ, ଏହି ଦୁର୍ଘଟଣା ଇଟାଲୀର ସାର୍ଡିନିୟା ଅଞ୍ଚଳରେ ଘଟିଛି । ଯେଉଁଠାରେ ଗାୟତ୍ରୀ ତାଙ୍କ ସ୍ୱାମୀଙ୍କ ସହିତ ଲମ୍ବୋର୍ଗିନି କାରରେ ଥିଲେ । ଏହି ସମୟରେ ଅନେକ ବିଳାସପୂର୍ଣ୍ଣ କାର ମଧ୍ୟ ପଛେ ପଛେ ଯାଉଥିଲା । ଏହି ସମୟରେ, ଏକ ମିନି ଟ୍ରକ୍ ଆଗରେ ଯାଉଥିବାବେଳେ ଗାୟତ୍ରୀଙ୍କ କାର ଏକ ଫେରାରୀକୁ ଧକ୍କା ଦେଇଥିଲା । ଫଳରେ ଫେରାରୀ ପାଖରେ ଯାଉଥିବା ମିନି ଟ୍ରକ୍ ସହିତ ଧକ୍କା ହୋଇଥିଲା । ମିନି ଟ୍ରକ୍ ରାସ୍ତାରେ ଓଲଟି ପଡିଥିବାବେଳେ ଫେରେରୀରେ ନିଆଁ ଲାଗିଯାଇଥିଲା। ଯେଉଁ କାରଣରୁ ଫେରାରୀରେ ଯାତ୍ରା କରୁଥିବା ଦମ୍ପତିଙ୍କର ମୃତ୍ୟୁ ହୋଇଥିଲା । ସୋସିଆଲ ମିଡିଆରେ ଏହି ଭିଡିଓ ଭାଇରାଲ ହେଉଛି । ଯେଉଁଥିରେ ଏହି ଦୁର୍ଘଟଣା ଦୃଶ୍ୟ ରେକର୍ଡ କରାଯାଇଛି ।

ଏହା ମଧ୍ୟ ପଢନ୍ତୁ: Do Patti: କାଜଲରେ ଏବଂ କ୍ରିତି ସାନନଙ୍କ ଫିଲ୍ମ 'ଦୋ ପତ୍ତି'ରେ ଶାହିର ଶେଖଙ୍କ ଏଣ୍ଟ୍ରି

ମିଳିଥିବା ସୂଚନାନୁସାରେ, ମୃତ ଦମ୍ପତି ସ୍ୱିଜରଲ୍ୟାଣ୍ଡର ବାସିନ୍ଦା ଥିଲେ । ମୃତ ବ୍ୟକ୍ତି ହେଉଛନ୍ତି ସ୍ୱିଜରଲ୍ୟାଣ୍ଡ୍‌ର 63 ବର୍ଷୀୟ ମେଲିସା କ୍ରୋଟଲି ଏବଂ 67 ବର୍ଷୀୟ ମାର୍କସ କ୍ରୋଟଲି । ତେବେ ଦୁର୍ଘଟଣାର ଶିକାର ହୋଇଥିବା ଗାୟତ୍ରୀ ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି । ଗାୟତ୍ରୀ କହିଛନ୍ତି, "ବିକାଶ ଏବଂ ମୁଁ ଇଟାଲୀରେ ଅଛୁ । ଆମର ଏଠାରେ ଏକ ଦୁର୍ଘଟଣା ଘଟିଛି । ଭଗବାନଙ୍କ କୃପାରୁ ଆମେ ଦୁହେଁ ସମ୍ପୂର୍ଣ୍ଣ ସୁସ୍ଥ ଅଛୁ । ଗାୟତ୍ରୀ ଏବଂ ବିକାଶ ଭଲ ଥିବାବେଳେ ଅନ୍ୟ କାରରେ ଥିବା ସ୍ୱିସ୍ ଦମ୍ପତିଙ୍କର ମୃତ୍ୟୁ ହୋଇଛି ।"

ବଲିଉଡରୁ ଦୂରେଇ ଯାଇଛନ୍ତି ଗାୟତ୍ରୀ:

ଗାୟତ୍ରୀ ଯୋଶୀ 2004 ମସିହାରେ ଫିଲ୍ମ 'ସ୍ବଦେଶ' ସହିତ ବଲିଉଡରେ ଡେବ୍ୟୁ କରିଥିଲେ । ସେ ଶାହାରୁଖଙ୍କ ସହ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ। ତାଙ୍କର ଅଭିନୟକୁ ମଧ୍ୟ ପ୍ରଶଂସା କରାଯାଇଥିଲା । ତେବେ କେବଳ ଗୋଟିଏ ଚଳଚ୍ଚିତ୍ର 'ସ୍ବଦେଶ' କରିବା ପରେ ସେ ଅଭିନୟରୁ ନିଜକୁ ଦୂରେଇ ରଖିଥିଲେ ଏବଂ ଓବରୋଇ କନଷ୍ଟ୍ରକ୍ସନ୍‌ ପରିଚାଳନା ନିର୍ଦ୍ଦେଶକ ବିକାଶ ଓବରୋଇଙ୍କୁ ବିବାହ କରିଥିଲେ । ସେହି ଦିନଠାରୁ ସେ ବଲିଉଡରୁ ଦୂରେଇ ଯାଇଛନ୍ତି । ସେ 1999ରେ ଫେମିନା ମିସ୍ ଇଣ୍ଡିଆ ପ୍ରତିଯୋଗିତାରେ ଅଂଶଗ୍ରହଣ କରି ନିଜର କ୍ୟାରିଅର୍ ଆରମ୍ଭ କରିଥିଲେ । ପରବର୍ତ୍ତୀ ବର୍ଷ 2000ରେ, ସେ ମିସ୍ ଇଣ୍ଡିଆ ଅନ୍ତର୍ଜାତୀୟ ଟାଇଟଲ୍ ଜିତିଥିଲେ, ଯାହା ତାଙ୍କୁ ଜାପାନର ମିସ୍ ଇଣ୍ଟରନ୍ୟାସନାଲ୍ 2000ରେ ଭାରତର ପ୍ରତିନିଧିତ୍ୱ କରିବାର ସୁଯୋଗ ଦେଇଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.