ETV Bharat / entertainment

Sushmita Sen birthday: ୪୭ ବର୍ଷରେ ପୂର୍ବତନ ମିସ୍ ୟୁନିଭର୍ସ, ବୟସକୁ ନେଇ କହିଲେ ଏମିତି

author img

By

Published : Nov 19, 2022, 12:27 PM IST

47 ବର୍ଷରେ ପାଦ ଥାପିଲେ ପୂର୍ବତନ ମିସ୍ ୟୁନିଭର୍ସ ସୁସ୍ମିତା ସେନ୍‌ । ଏହି ବିଶେଷ ଅବସରରେ ସେ ସୋସିଆଲ ମିଡିଆରେ ଏକ ସୁନ୍ଦର ପୋଷ୍ଟ ସେୟାର କରିଛନ୍ତି । ଅଧିକ ପଢନ୍ତୁ

47 ବର୍ଷରେ ପାଦ ଥାପିଲେ ସୁସ୍ମିତା, ବୟସକୁ ନେଇ କହିଲେ ଏମିତି

ହାଇଦ୍ରାବାଦ: ପୂର୍ବତନ ମିସ୍ ୟୁନିଭର୍ସ ସୁସ୍ମିତା ସେନ୍‌ ଆଜି (ନଭେମ୍ବର ୧୯) ତାଙ୍କର ୪୭ ତମ ଜନ୍ମଦିନ ପାଳନ କରୁଛନ୍ତି । ଏହି ବିଶେଷ ଉତ୍ସବରେ ତାଙ୍କ ପ୍ରଶଂସକ, ସମ୍ପର୍କୀୟ, ବନ୍ଧୁ ଏବଂ ସେଲିବ୍ରିଟିମାନେ ସୁସ୍ମିତାଙ୍କୁ ଜନ୍ମଦିନର ଅଭିନନ୍ଦନ ଜଣାଇଛନ୍ତି । ଏକ ସପ୍ତାହ ପୂର୍ବରୁ ସୁସ୍ମିତା ସେନ୍ ତାଙ୍କ ଜନ୍ମଦିନରେ ବିଦେଶ ଯାଇଥିଲେ, କିନ୍ତୁ ଅଭିନେତ୍ରୀ କେଉଁଠାରେ ଅଛନ୍ତି ତାହା ଜଣାଇ ନାହାଁନ୍ତି । ବର୍ତ୍ତମାନ ତାଙ୍କ ଜନ୍ମଦିନରେ ଅଭିନେତ୍ରୀ ସୋସିଆଲ ମିଡିଆରେ ଏକ ପୋଷ୍ଟ ସେୟାର କରିଛନ୍ତି । ଏହା ସହିତ ସେ ଏକ କ୍ୟାପସନ୍ ମଧ୍ୟ ଲେଖିଛନ୍ତି, ଯାହା ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରୁଛି ।

ଏହି ପରିପ୍ରେକ୍ଷୀରେ ଅଭିନେତ୍ରୀ ନିଜ ଇନଷ୍ଟାଗ୍ରାମ (Sushmita Sen Instagram) ଆକାଉଣ୍ଟରେ ଏକ ପୋଷ୍ଟ ସେୟାର କରିଛନ୍ତି । ଏହି ପୋଷ୍ଟ ସହିତ ଅଭିନେତ୍ରୀ ନିଜର ଏକ ଫଟୋ ମଧ୍ୟ ସେୟାର କରିଛନ୍ତି, ଯେଉଁଥିରେ ସେ କେଶ ଖୋଲା ରଖିଛନ୍ତି ଏବଂ ଚଷମା ପିନ୍ଧିଛନ୍ତି । ଏହି ପୋଷ୍ଟ ସହିତ ସୁସ୍ମିତା ଏକ ମଜାଦାର କ୍ୟାପସନ୍ ଲେଖିଛନ୍ତି ।

ସୁସ୍ମିତା ଫଟୋ ପୋଷ୍ଟ କରି କ୍ୟାପସନରେ ଲେଖିଛନ୍ତି, "ଶେଷରେ ୪୭ ହୋଇଯାଇଛି, ଏକ ଏମିତି ସଂଖ୍ୟା ଯାହା କ୍ରମାଗତ ୧୩ ବର୍ଷ ଧରି ମୋତେ ଫଲୋ କରୁଛି !!! ଖୁବ୍ ଶୀଘ୍ର ଏକ ଭଲ ବର୍ଷ ଆସିବାକୁ ଯାଉଛି, ମୋତେ ଏହା ବିଷୟରେ ବହୁତ ଦିନରୁ ଜଣାଥିଲା ଏବଂ ଶେଷରେ ଏହାର ଆଗମନର ଘୋଷଣା କରି ମୁଁ ବହୁତ ଖୁସି !!! ଆପଣ ସମସ୍ତଙ୍କୁ ଭଲ ପାଏ ।"

ପ୍ରେମ ଜୀବନକୁ ନେଇ ଚର୍ଚ୍ଚାରେ ଅଛନ୍ତି ଅଭିନେତ୍ରୀ

ଯେବେଠୁ ଆଇପିଏଲର ପୂର୍ବତନ ଅଧ୍ୟକ୍ଷ ଲଲିତ ମୋଦୀ ଅଭିନେତ୍ରୀ ସୁସ୍ମିତା ସେନଙ୍କ ସହ ତାଙ୍କର ରୋମାଣ୍ଟିକ ଫଟୋ ସେୟାର କରିଛନ୍ତି, ସେହି ଦିନଠାରୁ ଅଭିନେତ୍ରୀ ତାଙ୍କ ପ୍ରେମ ଜୀବନକୁ ନେଇ ଚର୍ଚ୍ଚାରେ ରହିଆସିଛନ୍ତି । ଲଲିତଙ୍କୁ ଡେଟ କରିବା ନେଇ ସୁସ୍ମିତା ସୋସିଆଲ ମିଡିଆରେ ବହୁତ ଟ୍ରୋଲ ହୋଇଥିଲେ । ବର୍ତ୍ତମାନ ସେମାନଙ୍କର ରିଲେସନସିପ୍‌ ଷ୍ଟାଟସ୍‌ ସିଙ୍ଗଲ କି ନୁହେଁ ତାହା ଉପରେ କିଛି କୁହାଯାଇପାରିବ ନାହିଁ । କିନ୍ତୁ ଯେଉଁଭଳି ସେ ତାଙ୍କର ଆଗାମୀ ବର୍ଷକୁ ତାଙ୍କ ନୂଆ ପୋଷ୍ଟରେ ଭଲ ଭାବରେ ବର୍ଣ୍ଣନା କରିଛନ୍ତି, ଯଦି ଏହାକୁ ଅନୁମାନ କରାଯାଏ ତେବେ ହୁଏତ ତାଙ୍କ ଜୀବନରେ କେହି ଆସିବାକୁ ଯାଉଛନ୍ତି ।

ସୁସ୍ମିତା ସେନ୍ ଆଗାମୀ ପ୍ରୋଜେକ୍ଟ

କିଛି ସମୟ ପୂର୍ବରୁ 'ଆର୍ଯ୍ୟା' ତାରକା ସୁସ୍ମିତା ତାଙ୍କର ଆଗାମୀ ୱେବ୍ ସିରିଜ୍ 'ତାଲି' (Taali) ବିଷୟରେ କହିଥିଲେ ଏବଂ ଏହି ସିରିଜରୁ ପ୍ରଥମ ଲୁକ୍ ମଧ୍ୟ ସେୟାର କରିଥିଲେ । ପ୍ରଶଂସକମାନେ ସୁସ୍ମିତାଙ୍କ ଏହି ସିରିଜର ପ୍ରଥମ ଲୁକକୁ ବହୁତ ପସନ୍ଦ କରିଥିଲେ । ଏହି ଧାରାବାହିକରେ ଅଭିନେତ୍ରୀ ଟ୍ରାନ୍ସଜେଣ୍ଡର କାର୍ଯ୍ୟକର୍ତ୍ତା ଗୌରୀ ସାୱନ୍ତଙ୍କ ଭୂମିକାରେ ଅଭିନୟ କରିବେ। ଅର୍ଜୁନ ସିଂ ବରନ ଏବଂ କାର୍ତ୍ତିକ ଡି ନିଶାନଦାର ଏହି ସିରିଜ୍ ପ୍ରସ୍ତୁତ କରୁଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.